ମେଷ: ଉଠନ୍ତୁ ଏବଂ ଆପଣଙ୍କ ଭଲ ଗୁଣର ଉପଯୋଗ କରନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ସକାଳ ହେଉଛି ସବୁଠାରୁ ଉତ୍ତମ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସି ହେବେ । ସରକାରଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ରହିଛି ।
ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ସେମାନଙ୍କ ସହିତ ଖେଳକୁଦ କରିବାର ଆନନ୍ଦ ନେବେ କିମ୍ୱା ଡ୍ୟାନ୍ସ କରିବେ । ଅବଶ୍ୟ ଅନ୍ୟ ପକ୍ଷରେ, ଆପଣଙ୍କ ମଧ୍ୟରୁ କେତେକ ସାରାଦିନ ଅର୍ଥ ଯୋଗାଡ କରିବାରେ ବିତାଇବେ ।
ମିଥୁନ: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସିରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ହୁଏତ ଆପଣ ଅନେକ ସପିଙ୍ଗ୍ କରିବାକୁ ଯାଇପାରନ୍ତି । ସ୍ବାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ । ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ । ଯେପରିକି ଅଧିକ କ୍ଷତି ନ ହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଅନ୍ୟଙ୍କ ବିରୋଧି ହୋଇପାରନ୍ତି ।
ସିଂହ: ଆପଣଙ୍କ ଦିନ ଆଜି ଅଧା-ଅଧା ପରିସ୍ଥିତି ହେବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ସେ ବ୍ୟକ୍ତିଗତ କିମ୍ବା ପେଶାଗତ ହେଉ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଶାନ୍ତ ରୁହନ୍ତୁ । ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।
କନ୍ୟା: ଆଜି ପରିବାର ସହିତ ସଂପର୍କ ମଜବୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ । ତାଙ୍କ ସହିତ ହସଖୁସିରେ ଦିନ ଅତିବାହିତ ହେବ । ଯଦି ସମ୍ଭବ, ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।
ତୁଳା: ଆଜି ଦିନ ବ୍ୟସ୍ତତାରେ ଭରା ରହିବ । ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ । ଯେଉଁଥିପାଇଁ ଆପଣ ଅଶାନ୍ତି ହୋଇ ପାରନ୍ତି । କାର୍ଯ୍ୟରେ, ପରିସ୍ଥିତି ଅନୁକୂଳ ହେବ ନାହିଁ । ଯେହେତୁ ଆପଣ ଜାଣିବେ ଯେ ବରିଷ୍ଠମାନେ ଆପଣଙ୍କ କାମରେ ଅଶାନ୍ତି ଅଛନ୍ତି ।
ବିଛା: ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । କିଛି କହିବା ପୂର୍ବରୁ ଦୁଇଥର ଭାବନ୍ତୁ ଯେହେତୁ ଏହା ନିଆଁରେ ଘିଅ ଢାଳିବା ଭଳି ହେବ ।
ଧନୁ: ଆପଣଙ୍କ ସକାଳ ପକ୍ଷୀ ଭଳି ଖୁସି ଏବଂ ସତର୍କ ରହିବେ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ । ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୂର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି ।
ମକର: ଆଜି ଆପଣଙ୍କର ମିଠା ଭାଷା ଅନେକ ଅସୁବିଧା ଦୂର କରିବ । ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କ ନୂଆ କାର୍ରେ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।
କୁମ୍ଭ: ଯେହେତୁ ଆପଣ ଆଜି ସୃଜନଶୀଳ ମନୋବୃତ୍ତିରେ ଅଛନ୍ତି ତେଣୁ ଅଫିସିଆଲ କାମରେ କମ୍ ଧ୍ୟାନ ରହିବ । ଆପଣଙ୍କର ସୃଜନଶୀଳ ରସ ପ୍ରବାହିତ ହେବାକୁ ଦିଅନ୍ତୁ । ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ ।
ମୀନ: ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରିଦେଇପାରେ । ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍ କରିଦେଇପାରେ । ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ । ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ ।