ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ । ଲୋଭ କରି ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ । ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିପାରନ୍ତି । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ ।
ବୃଷ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟି ପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରିପାରନ୍ତି । ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନ ରହିଲେ ଅନ୍ୟମାନେ ଆପଣଙ୍କଠାରୁ ଦୂରେଇ ଯିବେ । ଏହାର କୁପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ସତର୍କ ରୁହନ୍ତୁ ।
କର୍କଟ: ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ, ତାହା ପାଇ ପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ମନର ମଣିଷଙ୍କ ସହ ଶୀଘ୍ର ସାକ୍ଷାତ ହେବ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ଆପଣଙ୍କର ସକାରାତ୍ମକ ଶକ୍ତି ଆପଣଙ୍କର ଭାବନାରେ କେନ୍ଦ୍ରିତ ଅଟେ ଯାହାକି ଦୃଢ ନିଶ୍ଚୟରେ ପ୍ରତିଫଳିତ ହେବ । ଆପଣଙ୍କ ବରିଷ୍ଠ ଏବଂ ମାଲିକ ଆପଣଙ୍କ ଉତ୍ତମମାନର କାର୍ଯ୍ୟ ଏବଂ ଉତ୍କୃଷ୍ଟ ଯୋଜନା ପାଇଁ ବିଷେଶ ଭାବେ ପ୍ରଭାବିତ ହେବେ ,ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ । ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ, ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ । ସଂକ୍ଷେପରେ ଏହା ଏକ ଶୁଭ ଦିନ ଅଟେ ।
କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟପଣ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରି ଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ ।
ତୁଳା: ଆପଣଙ୍କର ପ୍ରତ୍ୟେକ ପାଦ ଦେଖିଚାହିଁ ରଖନ୍ତୁ । ଯୁକ୍ତି ତର୍କ ,ବିବାଦ ,ଖରାପ ସ୍ୱାସ୍ଥ୍ୟ, କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତା ଅବଲମ୍ବନ କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ ଯାହା ଆପଣଙ୍କୁ ଖୁସି ଦେବ । ଅତି କମରେ ଶାନ୍ତି ପ୍ରଦାନ ତ କରିବ । ଧାର୍ମିକ ଚିନ୍ତାଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।
ବିଛା: ଏହି ଦିନଟି ଖୁସି ଏବଂ ମୌଜର ଦିନ ଅଟେ । ବହୁତ ଖୁସି ମିଳିବ । ଆପଣଙ୍କର ଏହା ହେଉଛି ବନ୍ଧୁ ମିଳନର ସମୟ ଏବଂ ଆପଣ ଏକ ଛୋଟ ଭୋଜିର ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟସୂଚୀରେ ରୀତିମତ ଭାବେ କିଛି ରହିଛି । ମୋଟାମୋଟି ଏହା ଏକ ରବିବାର ପରି । ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି ଏବଂ ଏକ ଯୋଜନାଗତ କିଣାକିଣି ପ୍ରକୃତରେ ଖୁସି ଦେବ ।
ଧନୁ: ଆପଣଙ୍କ ନକ୍ଷତ୍ର ଗୁଡିକ ଆଜି ଭଲ ସ୍ଥାନରେ ଅଛନ୍ତି , ଯିଏ ଭାଗ୍ୟ ଏବଂ ପ୍ରଚୁର ଅବସର ଆଣିଦେବ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆପଣଙ୍କୁ ଆନନ୍ଦ ଉପଭୋଗ ପ୍ରଦାନ କରିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରର ବାତାବରଣ ଶାନ୍ତିପୁର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣଙ୍କର ମାଆଙ୍କ ଘରଠୁ ଆସିଥିବା ଖୁସି ଖବର ଆଜିର ଖୁସିକୁ ଦ୍ୱିଗୁଣିତ କରିବ । ଆପଣ ନିଜର ବିରୋଧୀମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ ଏବଂ ସ୍ପଷ୍ଟ ବିଜେତା ରୁପେ ବାହାରିବେ ।
ମକର: ଆଜି ଦିନଟି ଚିନ୍ତା ଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦ୍ୱରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହୋଇ ପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଆରାମ କରନ୍ତୁ, ସବୁକିଛି ସମାଧାନ ହୋଇଯିବ ।
କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣତା ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥୀମାନେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ସବୁ ସୁନ୍ଦରୀ ମହିଳାମାନେ ବାହାରକୁ ବାହାରି ନିଜର ପସନ୍ଦ ଯୋଗ୍ୟ କାର୍ଯ୍ୟ ପାଇଁ ବଢେଇ ଦେଖାଇ ପାରନ୍ତି । ଏହା ସେମାନଙ୍କର ପଇସା ରୋଜଗାର ପାଇଁ ଉଦ୍ଧିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ସେମାନଙ୍କଠାରୁ ଦୂରତ୍ୱ ରକ୍ଷା କରନ୍ତୁ । ନଚେତ ଆପଣଙ୍କର ଅର୍ଜିତ ଧନ ଶୀଘ୍ର ସରିଯିବ । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ଦେଖିଚାହିଁ କରନ୍ତୁ । ନିଜର ପିଲାଳିଆମି ବୁଦ୍ଧି ଛାଡ଼ି ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
ମୀନ: ଝୁଲି ରହିଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରନ୍ତୁ । ଏହା ଦ୍ୱାରା ଆପଣ ଉପକୃତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି ଯିଏ ଆପଣଙ୍କୁ ସହଯୋଗ କରିବ ।