ETV Bharat / bharat

Amit Shah Statement: ମଣିପୁର ଘଟଣା ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ଗୃହମନ୍ତ୍ରୀ

author img

By

Published : Jul 24, 2023, 4:40 PM IST

Updated : Jul 24, 2023, 5:06 PM IST

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ‘‘ସମସ୍ତ ସମ୍ମାନନୀୟ ସାଂସଦଙ୍କୁ ମୋର ଅନୁରୋଧ, ମଣିପୁର ଘଟଣାରେ କେହି ରାଜନୀତି କରନ୍ତୁ ନାହିଁ । ମଣିପୁର ଘଟଣାରେ ଆଲୋଚନା ପାଇଁ ମୁଁ ପ୍ରସ୍ତୁତ ଅଛି । ବିରୋଧୀ ଆଲୋଚନା ପାଇଁ ସଂସଦକୁ ସ୍ବାଭାବିକ କରନ୍ତୁ । ମଣିପୁର ଘଟଣାକୁ ନେଇ ସରକାରୀ ଓ ବିରୋଧୀ ଦଳ ଚାହୁଁଛନ୍ତି । ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ଅଧିକ ପଢନ୍ତୁ

ମଣିପୁର ଘଟଣା ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁର ଘଟଣାକୁ ନେଇ ସଂସଦ ଅଚଳ । ଗତ 20 ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇପାରିନାହିଁ । ମଣିପୁର ହିଂସା ଘଟଣାକୁ ନେଇ ପୁରା ବିରୋଧୀ ତଥା ନୂଆ ଗଠବନ୍ଧନ (ଇଣ୍ଡିଆ)ର ସାଂସଦ ମାନେ ସଡକରୁ ସଂସଦ ପର୍ଯ୍ୟନ୍ତ ହଙ୍ଗାମା ହଟ୍ଟଗୋଳ ଜାରି ରଖିଛନ୍ତି । ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ତମାମ ପ୍ରୟାସ ସତ୍ବେ ସଂସଦ ସ୍ବାଭାବିକ ହୋଇପାରୁ ନାହିଁ । ସରକାରୀ ବିରୋଧୀ ଦଳର ତୁହାକୁ ତୁହା ବୈଠକ ବସୁଛି । ରଣନୀତି ହେଉଛି । କିନ୍ତୁ ସଂସଦ ଅଚଳ ହୋଇପଡିଛି । ବିରୋଧୀ ଦଳ ମଣିପୁର ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ସହ ସଂସଦରେ ଆଲୋଚନା ଦାବି କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଆସୁଛନ୍ତି । କିନ୍ତୁ ସଂସଦ ଅଚଳ ହୋଇ ରହିଛି । ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୈଦାନକୁ ଆସିଛନ୍ତି ନିଜେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହାବି ପଢନ୍ତୁ- Parliament Monsoon Session: ସଂସଦରେ ମଣିପୁର ଝଡ, ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହ ସସପେଣ୍ଡ

ଅପରାହ୍ନ 2 ଟାରେ ଲୋକସଭା ଆରମ୍ଭ ହେବାମାତ୍ରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ‘‘ସମସ୍ତ ସମ୍ମାନନୀୟ ସାଂସଦଙ୍କୁ ମୋର ଅନୁରୋଧ, ମଣିପୁର ଘଟଣାରେ କେହି ରାଜନୀତି କରନ୍ତୁ ନାହିଁ । ମଣିପୁର ଘଟଣାରେ ଆଲୋଚନା ପାଇଁ ମୁଁ ପ୍ରସ୍ତୁତ ଅଛି । ବିରୋଧୀ ଆଲୋଚନା ପାଇଁ ସଂସଦକୁ ସ୍ବାଭାବିକ କରନ୍ତୁ । ମଣିପୁର ଘଟଣାକୁ ନେଇ ସରକାରୀ ଓ ବିରୋଧୀ ଦଳ ଚାହୁଁଛନ୍ତି । ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ମୁଁ ଜାଣିନାହିଁ ବିରୋଧୀ କାହିଁକି ଆଲୋଚନା ଚାହୁଁନାହାଁନ୍ତି । ମଣିପୁରର ସତ ପୁରା ଦେଶବାସୀ ଜାଣିବାର ଆବଶ୍ୟକତା ରହିଛି । ’’

ଏହା ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଟ୍ବିଟ କରି କହିଥିଲେ, ଆମର ଦାବି ହେଉଛି ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଗୃହକୁ ଆସି ଆଲୋଚନା କରନ୍ତୁ । ଯଦି 140 କୋଟିଙ୍କ ନେତା ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା କରୁଛନ୍ତି, 140 କୋଟି ଜନତାଙ୍କ ପ୍ରତିନିଧି ସଂସଦ ମଧ୍ୟରେ ବସିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ସଂସଦରେ ଆଲୋଚନା କରନ୍ତୁ । କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଆମର ଦାବି ହେଉଛି ମଣିପୁର ଘଟଣାରେ ଉଉୟ ସଦନରେ ପ୍ରଧାନମନ୍ତ୍ରୀ ଏକ ବ୍ୟାପକ ଆଲୋଚନା କରନ୍ତୁ । ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା କହିଛନ୍ତି, ମଣିପୁର ଘଟଣାକୁ ନେଇ ସଂସଦରେ ଆଲୋଚନା ପାଇଁ ଦେଶର ଜନତା ଦାବି କରୁଛନ୍ତି । ଦେଶରେ ଶାନ୍ତି ବଜାୟ ରଖିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ।

ଏହାବି ପଢନ୍ତୁ- Parliament Monsoon Session: ଆସନ୍ତାକାଲି ଯାଏଁ ସଂସଦର ଉଭୟ ସଦନ ମୁଲତବୀ, ମଣିପୁର ମାମଲାରେ କମ୍ପିଲା ପାର୍ଲିଆମେଣ୍ଟ

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ମଣିପୁର ଭାଇରାଲ ଭିଡିଓ ହେଉ କି ହିଂସା ଘଟଣା, ପୁରା ପ୍ରସଙ୍ଗରେ କେନ୍ଦ୍ର ସରକାର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖିତ । ବିରୋଧୀଙ୍କୁ ଆମର ନିବେଦନ, ରାଜନୀତି ବନ୍ଦ କରି ଆଲୋଚନା ପାଇଁ ଆସନ୍ତୁ । ସଂସଦରେ ଆଲୋଚନା ହେଲେ, ସରକାର ବର୍ତ୍ତମାନ ସୁଦ୍ଧା କଣ କଣ ପଦକ୍ଷେପ ନେଇଛନ୍ତି, କଣ କରିଛନ୍ତି ସଂସଦ ଅବଗତ ହେବ । ଏହାସହ ବିରୋଧୀଙ୍କ ପରାମର୍ଶ ମଧ୍ୟ ସରକାରଙ୍କୁ ମିଳିବ । ମାମଲା ସମ୍ବେଦନଶୀଲ । ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ବିରୋଧୀ ସଂସଦକୁ ଅଚଳ କରିବା ପରିବର୍ତ୍ତେ ଆଲୋଚନା ପାଇଁ ଆସନ୍ତୁ ।

ସୂଚନାଯୋଗ୍ୟଯେ ସଂସଦର ମୌସୁମୀ ଅଧିବେଶନ ଗତ 20 ତାରିଖରୁ ଆରମ୍ଭ ହୋଇଛି । ଯାହା ଅଗଷ୍ଟ 11 ପର୍ଯ୍ୟନ୍ତ ଚାଲିବ । ଏହି ସ୍ବଳ୍ପକାଳୀନ ଅଧିବେଶନରେ କେନ୍ଦ୍ର ସରକାର ମୋଟ 31 ଟି ବିଲ ଆଣିବାକୁ ଯାଉଛନ୍ତି । ଅଧିବେଶନରେ ଆସିବାକୁ ଥିବା ବିଲ ମଧ୍ୟରେ ରହିଛି ଗଭରମେଣ୍ଟ ଅଫ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ(ଆମେଣ୍ଡମେଣ୍ଡ) ବିଲ 2023, ଦ ସିନେମାଟୋଗ୍ରାଫି (ଆମେଣ୍ଡମେଣ୍ଡ) ଆକ୍ଟ 2019, ଡିଏନଏ ଟେକ୍ନୋଲୋଜୀ ଆକ୍ଟ( ୟୁଜ ଆଣ୍ଡ ଆପ୍ଲିକେଶନ) ରେଗୁଲେସନ ବିଲ 2019, ଦ ମେଡିଏସନ ବିଲ2023, ଦ ବାୟୋଲୋଜିକାଲ ଡାଇଭର୍ସିଟି (ଆମେଣ୍ଡମେଣ୍ଡ) ବିଲ 2023, ଦ ମଲ୍ଟି ଷ୍ଟେଟ କୋ- ଅପେରେଟିଭ ସୋସାଇଟି (ଆମେଣ୍ଡମେଣ୍ଡ) ବିଲ 2022, ଦ ଜନ ବିଶ୍ବାସ (ଆମେଣ୍ଡମେଣ୍ଡ ଅଫ ପ୍ରୋଭିଜନ) ବିଲ 2023, ଦ ଫରେଷ୍ଟ (କନଜରଭେସନ) (ଆମେଣ୍ଡମେଣ୍ଡ) ବିଲ 2023, ଦ କନଷ୍ଟିଚ୍ୟୁସନ (ସିଡୁଲଟ୍ରାଇଭ) ଥାର୍ଡ (ଆମେଣ୍ଡମେଣ୍ଡ) ବିଲ 2022( ଫର ହିମାଚଳ ପ୍ରଦେଶ), ଦ ପୋଷ୍ଟାଲ ସର୍ଭିସ ବିଲ 2023, ଦ ନ୍ୟାସନାଲ କୋ-ଅପରେଟିଭ ୟୁନିଭର୍ସିଟି ବିଲ 2023, ଦ ଡିଜିଟାଲ ଡାଟା ପ୍ରୋଟେକସନ ବିଲ 2023, ଦ ପ୍ରୋଭିଜନାଲ କଲେକ୍ସସନ ଅଫ ଟାକ୍ସ ବିଲ 2023, ଦ ନ୍ୟାସନାଲ ଡେଣ୍ଟାଲ କମିଶନ ବିଲ 2023, ଦ ଡ୍ରଗ୍ସ ମେଡିକାଲ, ଡେଭାଇସ ଆଣ୍ଡ କସମେଟିକ୍ସ ବିଲ 2023, ଦ ଜମ୍ମୁ କାଶ୍ମୀର ରିଜର୍ଭଭେସନ (ଆମେଣ୍ଡମେଣ୍ଡ) ବିଲ 2023 ସମେତ ମୋଟ 31 ଟି ବିଲ କେନ୍ଦ୍ର ସରକାର ସଂସଦରେ ଆଗତ କରିବେ ।

Last Updated : Jul 24, 2023, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.