ETV Bharat / bharat

କଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ, ଶୁକ୍ରବାର ଦିଲ୍ଲୀରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Jun 2, 2022, 12:55 PM IST

କେନ୍ଦ୍ରଶାସିତ ଅଞ୍ଚଳରେ କଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ । ଏନେଇ ଆସନ୍ତାକାଲି(ଶୁକ୍ରବାର) ବସିବ ଏକ ଗୁରୁତ୍ବପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ । ଅଧିକ ପଢନ୍ତୁ

କାଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ;ଆସନ୍ତାକାଲି ବସିବ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳରେ (Jammu & Kashmir) କଶ୍ମୀର ପଣ୍ତିତଙ୍କୁ ହତ୍ୟା ପ୍ରସଙ୍ଗ । ଏନେଇ ଆସନ୍ତାକାଲି(ଶୁକ୍ରବାର) ବସିବ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Minister Amit Shah ) ଏବଂ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ (Kashmir Lieutenant Governor Manoj Sinha) ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏହି ବୈଠକ ବସିବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭାଲ (National Security Advisor Ajit Doval ) ଏବଂ ଜମ୍ମୁ କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ (Jammu and Kashmir Director General of Police Dilbagh Singh) ମଧ୍ୟ ଉପସ୍ଥିତ ରହିବେ । ଏହାସହ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା(Union Home Secretary Ajay Bhalla) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହାନିର୍ଦ୍ଦେଶକ କୁଲଦୀପ ସିଂ(Director-General of Central Reserve Police Force Kuldiep Singh) ଓ ସୀମା ସୁରକ୍ଷା ବଳର ମୁଖ୍ୟ ପଙ୍କଜ ସିଂ(Border Security Force chief Pankaj Singh) ମଧ୍ୟ ଯୋଗ ଦେବାର ସମ୍ଭାବନା ରହିଛି ।

ଜମ୍ମୁ କଶ୍ମୀରରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟାକାଣ୍ଡ ପରେ ଜୋର ଧରିଛି ରାଜନୀତି । ଆତଙ୍କବାଦୀଙ୍କ ହତ୍ୟା ବିରୋଧରେ କଶ୍ମୀର ପଣ୍ଡିତମାନେ ଶ୍ରୀନଗରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମଙ୍ଗଳବାର ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ 36 ବର୍ଷୀୟ କଶ୍ମୀରୀ ପଣ୍ଡିତଙ୍କ ମୃତ୍ୟୁ ହୋଇଥିଲା । ହାଇସ୍କୁଲର ଶିକ୍ଷକ ରଜନୀ ବାଲାଙ୍କୁ ମଧ୍ୟ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ଗତ ମାସ ୧୨ ତାରିଖରେ କଶ୍ମୀରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ସମେତ ଦୁଇ ଜଣ ସାଧାରଣ ନାଗରିକଙ୍କୁ ଗୁଳି କରିଥିଲେ । ଜମ୍ମୁ କଶ୍ମୀରରେ 370 ଧାରା ଉଚ୍ଛେଦ ପରେ ଆତଙ୍କୀଙ୍କ ଉତ୍ପାତ ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.