ETV Bharat / bharat

ଜାମ୍ମୁ-କାଶ୍ମୀର ପୋଲିସ କବଜାରେ ହିଜବୁଲ୍ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ହିଜବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀକୁ ଗିରଫ କରିଛି । କୁଲଗାମ ଜିଲ୍ଲାରେ ଥିବା ସୂଚନା ପାଇ ପୋଲିସ ଚଢାଉ କରିଥିଲା । ଅଧିକ ପଢନ୍ତୁ...

ପୋଲିସ କାବୁରେ ହିଜବ୍ ଆତଙ୍କବାଦୀ
ପୋଲିସ କାବୁରେ ହିଜବ୍ ଆତଙ୍କବାଦୀ
author img

By

Published : May 29, 2021, 9:59 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ହିଜବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀକୁ ଗିରଫ କରିଛି । କୁଲଗାମ ଜିଲ୍ଲାରେ ଥିବା ସୂଚନା ପାଇ ପୋଲିସ ଚଢାଉ କରିଥିଲା । ମେ 27 ଓ 28 ରାତିରେ ଯାଞ୍ଚ କରିବା ପରେ ଆତଙ୍କବାଦୀକୁ ଗିରଫ କରାଯାଇଛି । କୁଲଗାମ ପୋଲିସ, 1 ଆରଆର (ରାଷ୍ଟ୍ରିୟ ରାଇଫଲ୍ସ) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ମିଳିତ ସର୍ଚ୍ଚ ଅପରେସନରେ ଆତଙ୍କବାଦୀ ଜାକିର ଭଟ୍ଟକୁ ଗିରଫ କରାଯାଇଛି ।

ଜାକିର ମୁଖ୍ୟତଃ କୁଲଗାମ ଜିଲ୍ଲାର ବାସିନ୍ଦା ମାତ୍ର 8 ବର୍ଷ ହେବ ସେ ସୋପିଆନ ଅଞ୍ଚଳରେ ରହୁଥିଲା । ତା ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସମେତ ବହୁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି । ଶୁକ୍ରବାର ଦିନ 3ଟା ସମୟରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇ ପୋଲିସ ଚଢାଉ କରିଥିଲା ଓ ଆତ୍ମସମର୍ପଣ ପାଇଁ ଅନେକ ସୁଯୋଗ ଦିଆଯାଇଥିଲା ମାତ୍ର ସେମାନେ ଆତ୍ମସମର୍ପଣ ନ କରିବାରୁ ପୋଲିସ ଫାୟାରିଂ ଆରମ୍ଭ କରିଥିଲା ।

ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ଐତମାଦ ଅହମ୍ମଦ ଦାର ନାମକ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସେ ଲସ୍କର-ଏ-ତୋଏବା ସଂଗଠନର ବୋଲି କୁହାଯାଉଛି । ମେ 26ରୁ ପୋଲିସ ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ସର୍ଚ୍ଚ କରିବା ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.