ETV Bharat / bharat

History Of The Day; ଅଖଣ୍ଡ ଭାରତ ପାଇଁ ଥିଲା ଐତିହାସିକ ଦିନ - ଗଗନେନ୍ଦ୍ର ନାଥ ଟେଗାରଙ୍କ ଜନ୍ମ

ଆଜି ହେଉଛି ହାଇଦ୍ରାବାଦ ବିଲୟ ଦିନ । ଆଜିର ଦିନରେ ନିଜାମ ଶାସନରୁ ମୁକ୍ତି ପାଇ ଦେଶର ସମ୍ପୂର୍ଣ୍ଣ ବିଲୟ ହୋଇଥିଲା ହାଇଦ୍ରାବାଦ । ଅଧିକ ପଢନ୍ତୁ...

History of the da
History of the da
author img

By

Published : Sep 17, 2021, 5:17 PM IST

ହାଇଦ୍ରାବାଦ: ଆଜି ହେଉଛି ୧୭ ସେପ୍ଟେମ୍ବର 2021 । ସ୍ବାଧିନ ଭାରତ ୧୯୫୦ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୬ ମେ’ ୨୦୧୪ ରେ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ନେଇଥିଲେ ଶପଥ । ୫ ବର୍ଷ ଶାସନ ପରେ ପୁଣି ଥରେ ବହୁମତ ପାଇ ୨୦୧୯ ରେ କ୍ଷମତା ବଜାୟ ରଖିଥିଲା ବିଜେପି । ଗୋଟିଏ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ଦେଶର ପ୍ରଧାନମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରୁଛି ଦଳ । ୧୭ ସେପ୍ଟେମ୍ବର ରାଜନୈତିକ କାରଣ ହେଉ ବା ମୋଦିଙ୍କ ଜନ୍ମଦିନ ଭାରତୀୟ ଜନତା ପାର୍ଟି ପାଇଁ ସ୍ବତନ୍ତ୍ର ଓ ସ୍ମରଣୀୟ ।

ସେହିପରି ଆଜି ହେଉଛି ହାଇଦ୍ରାବାଦ (ତେଲେଙ୍ଗାନା ) ବିଲୟ ଦିନ । ଆଜିର ଦିନରେ ନିଜାମ ଶାସନରୁ ମୁକ୍ତି ପାଇ ଦେଶର ସମ୍ପୂର୍ଣ୍ଣ ବିଲୟ ହୋଇଥିଲା ହାଇଦ୍ରାବାଦ । ଅନ୍ୟପଟେ ଆଜି ହେଉଛି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ।

ଏବେ ନଜର ପକାନ୍ତୁ ଆଉ କଣ ପାଇଁ ଆଜିର ଦିନ ( ସେପ୍ଟେମ୍ବର ୧୭ ) ସ୍ବତନ୍ତ୍ର ।

୧୭ ସେପ୍ଟେମ୍ବର 1867- ଗଗନେନ୍ଦ୍ର ନାଥ ଟେଗାରଙ୍କ ଜନ୍ମ

୧୭ ସେପ୍ଟେମ୍ବର 18 ୭୬- ବଙ୍ଗାଲ ଉପନ୍ୟାସ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମ

୧୭ ସେପ୍ଟେମ୍ବର ୧୯୪୮- ଭାରତରେ ବିଲୟ ହେଲା ହାଇଦ୍ରାବାଦ

୧୭ ସେପ୍ଟେମ୍ବର ୧୯୪୯- ତାଲିମନାଡୁରେ ଦ୍ରାବିଡ ମୁନେତ୍ର କଷଗମ(ଡିଏମକେ) ର ସ୍ଥାପନ

୧୭ ସେପ୍ଟେମ୍ବର ୧୯୫୦- ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ

୧୭ ସେପ୍ଟେମ୍ବର ୧୯୫୬- ଭାରତୀୟ ତୈଳ ପ୍ରାକୃତିକ ଗ୍ୟାସ ନିଗମର ଗଠନ

୧୭ ସେପ୍ଟେମ୍ବର ୧୯୫୬- ସଂଯୁକ୍ତ ରାଷ୍ଟ୍ରରେ ମାଲେସିଆ ସାମିଲ

୧୭ ସେପ୍ଟେମ୍ବର ୧୯୭୪ - ବାଂଲାଦେଶ, ଗ୍ରେନେଡା ଓ ଗିନି ସଂଯୁକ୍ତ ରାଷ୍ଟ୍ର ସଂଘରେ ସାମିଲ

୧୭ ସେପ୍ଟେମ୍ବର ୧୯୮୨- ଭାରତ - ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆୟୋଜନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.