ETV Bharat / bharat

ରୋପ-ୱେରେ ଫସିଥିବା ସମସ୍ତ 7 ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର - କେବୁଲ କାର ଦୁର୍ଘଟଣା

ହିମାଚଳ ପ୍ରଦେଶର ପରୱାନୋରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଟକିଛି ରୋପ-ଓ୍ବେ । ଫସିଥିଲେ 7 ପର୍ଯ୍ଯଟକ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କଲା NDRF । ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ବାୟୁସେନା ଓ NDRF ଟିମ । ଅଧିକ ପଢନ୍ତୁ

ରୋପ-ୱେରେ ଯାନ୍ତ୍ରିକ ତ୍ରୁଟି: ଫସିଥିବା ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

author img

By

Published : Jun 20, 2022, 3:22 PM IST

Updated : Jun 20, 2022, 5:19 PM IST

ଶିମଲା: ହିମାଚଳ ପ୍ରଦେଶର ପରୱାନୋରେ ଥିବା ଟିମ୍ବର ଟ୍ରାଏଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ରାସ୍ତାରେ ଅଟକିଥିବା ଏକ କେବୁଲ କାରରୁ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଟ୍ରଲିରେ 7ଜଣ ପର୍ଯ୍ୟଟକ ଫସି ରହିଥିଲେ । ତେବେ ବାୟୁସେନା ସହାୟତାରେ NDRF ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ।

ରୋପ-ୱେରେ ଯାନ୍ତ୍ରିକ ତ୍ରୁଟି: ମଝି ଆକାଶରେ ଫସିଛନ୍ତି 7 ପର୍ଯ୍ୟଟକ

କେବୁଲରେ ସମସ୍ୟା ଯୋଗୁ ଏହି ଟ୍ରଲିଟି ଫସି ରହିଥିଲା । ବାୟୁସେନା ଓ NDRF ଟିମ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅପରେସନକୁ ତଦାରଖ କରଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ଘଟିଥିଲା ସମାନ ଘଟଣା

ସେହିପରି ଅକ୍ଟୋବର 13 ତାରିଖ 1992 ମସିହାରେ ମଧ୍ୟ ଏହି ସ୍ଥାନରେ ସମାନ ଧରଣର ଅଘଟଣ ଦେଖିବାକୁ ମିଳିଥଲା । କେବୁଲରେ ସମସ୍ୟା ଯୋଗୁ 11 ଜଣ ପର୍ଯ୍ୟଟକ ଏକ ଟ୍ରଲିରେ ଫସି ରହିଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 10 ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଚଳିତ ବର୍ଷ ଏପ୍ରିଲରେ ଝାଡଖଣ୍ଡର ଦେଉଘରରେ ମଧ୍ୟ ସମାନ ଧରଣର ଅଘଟଣ ଦେଖିବାକୁ ମିଳିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏକାଧିକ ଟ୍ରଲିରେ ପ୍ରାୟ 50 ଜଣ ପର୍ଯ୍ୟଟକ ଫସି ରହିଥିଲେ । ପ୍ରାୟ 40 ଘଣ୍ଟାର ଉଦ୍ଧାର ଅପରେସନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବେଳେ ସେନା ହେଲିକପ୍ଟରରୁ ଖସି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 20, 2022, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.