ଶିମଲା: ଡୋମିନସ ପିଜାକୁ ଭାରି ପଡିଲା କ୍ୟାରି ବ୍ୟାଗ ପାଇଁ ଗ୍ରାହକଙ୍କ ଠାରୁ ଟଙ୍କା ନେବା । ୮ହଜାର ୧୩ଟଙ୍କା ୩୩ ପଇସା ଫାଇନ କଲେ ହିମାଚଳ ପ୍ରଦେଶର ଉପଭୋକ୍ତା ଆୟୋଗ । ଶିମଲାର ପ୍ରସିଦ୍ଧ ଡୋମିନସ ପିଜା ଏବଂ ଜୁବିଲାଣ୍ଟ ଫୁଡ୍ ୱାର୍କସ ଲିମିଟେଡ୍ ପିଜା ବିରୋଧରେ ଏହି ଜରିମାନା କରିଛନ୍ତି ରାଜ୍ୟ ଉପଭୋକ୍ତା ଆୟୋଗ (Himachal consumer commission fined Dominos) । ଜରିମାନା ଏତେ ଅଧିକ ହୋଇନଥିଲେ ମଧ୍ୟ ଏହା ବ୍ରାଣ୍ଡ ଉପରେ ପ୍ରଭାବ ପକାଇବ । 3 ବର୍ଷ ପୁରୁଣା ମାମଲାରେ ଜିଲ୍ଲା ଉପଭୋକ୍ତା ଆୟୋଗର ଅଧ୍ୟକ୍ଷ ଏହି ରାୟ ଶୁଣାଇଛନ୍ତି ।
25 ଡିସେମ୍ବର 2019ରେ ରୁଜୁ ହୋଇଥିଲା ମାମଲା
ପିୟୁସ ଭ୍ୟାସ ନାମକ ଜଣେ ଗ୍ରାହକ 3 ବର୍ଷ ପୂର୍ବେ 25 ଡିସେମ୍ବର 2019ରେ 2ଟି ପିଜା ଅର୍ଡର କରିଥିଲେ । ତାଙ୍କୁ ପିଜା ଡେଲିଭରି କରାଯିବା ପରେ କ୍ୟାରି ବ୍ୟାଗ ପାଇଁ ଡୋମିନୋସ୍ ଏବଂ ଜୁବିଲାଣ୍ଟ ଫୁଡର ଡେଲିଭରି ବଏ ତାଙ୍କୁ 1207 ଟଙ୍କା 85 ପଇସା ଦେବାକୁ କହିଥିଲେ। ସେ ମଧ୍ୟ ଏହି ଟଙ୍କା ଦେଇଥିଲେ । ଏହା ପରେ ସେ ଉପଭୋକ୍ତା ଫୋରମରେ ତାଙ୍କ ଠାରୁ କ୍ୟାରି ବ୍ୟାଗ ପାଇଁ ଟଙ୍କା ନିଆଯାଇଥିବା ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର
ଆୟୋଗ ତାଙ୍କ ଅଭିଯୋଗର ୩ ବର୍ଷ ପରେ ରାୟ ଶୁଣାଇଛନ୍ତି । ରାୟରେ ଡୋମିନସ ପିଜା ଏବଂ ଜୁବିଲାଣ୍ଟ ଫୁଡ୍ ୱାର୍କସ ଲିମିଟେଡକୁ ୫୦୦୦ ଟଙ୍କା ଜରିମାନା ସହିତ 3 ହଜାର ଟଙ୍କା ମାମାଲା ରୁଜୁ ପାଇଁ ଖର୍ଚ୍ଚ ଏବଂ ୧୩ଟଙ୍କା ୩୩ ପଇସା କ୍ୟାରି ବ୍ୟାଗ ପାଇଁ ଅଭିଯୋଗକାରୀଙ୍କୁ ଦେବାକୁ କହିଛନ୍ତି ଆୟୋଗ ।
ଦ୍ରବ୍ୟ ବିକ୍ରୟ ଅଧିନିୟମ( Sale of Goods Act) 1935
ଅଭିଯୋଗକାରୀ ଅର୍ଡର ନେବା ପରେ ରସିଦରେ କ୍ୟାରି ବ୍ୟାଗ ପାଇଁ ୧୩ଟଙ୍କା ୩୩ ପାଇସା ଲେଖାହୋଇଥିବା ଦେଖିବାକୁ ପାଇଥିଲେ। ଏହାକୁ ବିରୋଧ କରି ଦ୍ରବ୍ୟ ବିକ୍ରୟ ଅଧିନିୟମ 1935ର ଧାରା 36 ଅନୁଯାୟୀ, ଯେଉଁ ବ୍ୟାଗକୁ ଡେଲିଭରି ବୟ ଦିଅନ୍ତି ତାହା ବିଲା ଶୁକ୍ଳର ଅଟେ ବୋଲି କହିଥିଲେ ଅଭିଯୋଗକାରୀ । ଗ୍ରାହକଙ୍କ ଏହି ଅଭିଯୋଗରେ ଆୟୋଗ ସହମତି ପ୍ରକାଶ କରି ୮ ହଜାର ୧୩ଟଙ୍କା ୩୩ ପଇସା ଫାଇନ କରିଛନ୍ତି ।