ETV Bharat / bharat

Hijab case: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା, ପୂର୍ବାହ୍ନରେ ଚୂଡାନ୍ତ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ

author img

By

Published : Mar 15, 2022, 7:37 PM IST

ସୁପ୍ରିମକୋର୍ଟରେ ପହଞ୍ଚିଲା ହିଜାବ ମାମଲା । ଆଜି ପୂର୍ବାହ୍ନରେ ଚୂଡାନ୍ତ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ

Hijab case: ସୁପ୍ରିମ କୋର୍ଟରେ ପହଞ୍ଚିଲା ମାମଲା, ପୂର୍ବାହ୍ନରେ ଚୂଡାନ୍ତ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ ପହଞ୍ଚିଲା ବହୁଚର୍ଚ୍ଚିତ ହିଜାବ ମାମଲା । ଆଜି ପୂର୍ବାହ୍ନରେ ହିଜାବ ବ୍ୟାନ ଉପରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିବା ସହ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇପାରିବ ନାହିଁ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ତେବେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ ।

  • Plea moved in Supreme Court challenging Karnataka HC order dismissing various pleas challenging the ban on Hijab in educational institutes pic.twitter.com/HJv9eHgnR5

    — ANI (@ANI) March 15, 2022 " '="" class="align-text-top noRightClick twitterSection" data=" ">

Plea moved in Supreme Court challenging Karnataka HC order dismissing various pleas challenging the ban on Hijab in educational institutes pic.twitter.com/HJv9eHgnR5

— ANI (@ANI) March 15, 2022

ଆଜି ପୂର୍ବାହ୍ନରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ଶୁଣାଣି କରିଥିଲେ । ସମସ୍ତ ଆବେଦନକୁ ଖାରଜ କରିବା ଏହା (ହିଜାବ) ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।

କର୍ଣ୍ଣାଟକର ଉଦୁପି ଜିଲ୍ଲାରେ ପ୍ରଥମେ ଦେଖାଯାଇଥିବା ଏହି ବିବାଦ ପରେ ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନକୁ ବ୍ୟାପିଥିଲା । ପରେ ଏହି ହିଜାବକୁ ବ୍ୟାନ କରିଥିଲେ କର୍ଣ୍ଣାଟକ ସରକାର । ଆବେଦନକାରୀ ଏହି ଘଟଣାରେ ହାଇକୋର୍ଟରେ ହାଜର ହୋଇଥିଲେ । ଫେବ୍ରୁଆରୀ ୯ ତାରିଖରେ ପ୍ରଧାନ ବିଚାରପତି ରିତୁରାଜ ଅବସ୍ତି, ଜଷ୍ଟିସ କ୍ରୀଷ୍ଣା ଏସ.ଦୀକ୍ଷିତ ଏବଂ ଜଷ୍ଟିସ ଜେ.ଏମ ଖାଜିଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଆଜି ତାର ଚୂଡାନ୍ତ ରାୟ ପ୍ରକାଶ କରିଥିଲେ କର୍ଣ୍ଣାଟକ । ଯାହାକୁ ନେଇ ଆବେଦନକାରୀଙ୍କ ସମେତ ଅନ୍ୟ କିଛି ସଂଗଠନ ଗ୍ରହଣ କରିନଥିଲେ । ତେବେ ଆଜି ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବେଙ୍ଗାଲୁରୁ: ସୁପ୍ରିମକୋର୍ଟରେ ପହଞ୍ଚିଲା ବହୁଚର୍ଚ୍ଚିତ ହିଜାବ ମାମଲା । ଆଜି ପୂର୍ବାହ୍ନରେ ହିଜାବ ବ୍ୟାନ ଉପରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିବା ସହ ଏହାକୁ ଶିକ୍ଷାନୁଷ୍ଠାନରେ ଅନୁମତି ଦିଆଯାଇପାରିବ ନାହିଁ ରାୟ ଶୁଣାଇଥିଲେ କର୍ଣ୍ଣାଟକ ହାଇକୋର୍ଟ । ତେବେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଆବେଦନକାରୀ ।

  • Plea moved in Supreme Court challenging Karnataka HC order dismissing various pleas challenging the ban on Hijab in educational institutes pic.twitter.com/HJv9eHgnR5

    — ANI (@ANI) March 15, 2022 " '="" class="align-text-top noRightClick twitterSection" data=" ">

ଆଜି ପୂର୍ବାହ୍ନରେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ଶୁଣାଣି କରିଥିଲେ । ସମସ୍ତ ଆବେଦନକୁ ଖାରଜ କରିବା ଏହା (ହିଜାବ) ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ସମସ୍ତ ଛାତ୍ରଛାତ୍ରୀ ବାଧ୍ୟ ବୋଲି ମଧ୍ୟ ରାୟରେ ଉଲ୍ଲେଖ କରିଥିଲେ କୋର୍ଟ ।

କର୍ଣ୍ଣାଟକର ଉଦୁପି ଜିଲ୍ଲାରେ ପ୍ରଥମେ ଦେଖାଯାଇଥିବା ଏହି ବିବାଦ ପରେ ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନକୁ ବ୍ୟାପିଥିଲା । ପରେ ଏହି ହିଜାବକୁ ବ୍ୟାନ କରିଥିଲେ କର୍ଣ୍ଣାଟକ ସରକାର । ଆବେଦନକାରୀ ଏହି ଘଟଣାରେ ହାଇକୋର୍ଟରେ ହାଜର ହୋଇଥିଲେ । ଫେବ୍ରୁଆରୀ ୯ ତାରିଖରେ ପ୍ରଧାନ ବିଚାରପତି ରିତୁରାଜ ଅବସ୍ତି, ଜଷ୍ଟିସ କ୍ରୀଷ୍ଣା ଏସ.ଦୀକ୍ଷିତ ଏବଂ ଜଷ୍ଟିସ ଜେ.ଏମ ଖାଜିଙ୍କୁ ନେଇ ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଆଜି ତାର ଚୂଡାନ୍ତ ରାୟ ପ୍ରକାଶ କରିଥିଲେ କର୍ଣ୍ଣାଟକ । ଯାହାକୁ ନେଇ ଆବେଦନକାରୀଙ୍କ ସମେତ ଅନ୍ୟ କିଛି ସଂଗଠନ ଗ୍ରହଣ କରିନଥିଲେ । ତେବେ ଆଜି ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.