ETV Bharat / bharat

ପିଲାଙ୍କ ଟିଫିନ ବକ୍ସରେ ଖଞ୍ଜିଥିଲେ 7 ବୋମା, ପଞ୍ଜାବରେ ହାଇଆଲର୍ଟ - ଟିଫିନ ବକ୍ସ

ପଞ୍ଜାବ ଅମୃତସର ଅଞ୍ଚଳରେ ପିଲାଙ୍କ ଟିଫିନ ବକ୍ସରେ 7 ବୋମା । ଡ୍ରୋନରେ ଆସିଥିଲା ବୋମା ଭର୍ତ୍ତି ଟିଫିନ । ରାଜ୍ୟରେ ହାଇଆଲର୍ଟ ଜାରି । ଅଧିକ ପଢନ୍ତୁ...

ଅମୃତସରରୁ ପିଲାଙ୍କ ଟିଫିନ ବକ୍ସରୁ ବୋମା ଠାବ, ପଞ୍ଜାବରେ ହାଇଆଲର୍ଟ ଜାରି

author img

By

Published : Aug 9, 2021, 4:34 PM IST

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ଦେହାତୀ ଅଞ୍ଚଳରୁ ଗ୍ରେନେଡ ସହିତ ପିଲାଙ୍କ ଟିଫିନ ବକ୍ସରୁ ରବିବାର ସନ୍ଧ୍ୟା ସମୟରେ ବୋମା ଠାବ ହୋଇଛି । ଏହାପରେ ପଞ୍ଜାବରେ ହାଇଆଲର୍ଟ ଜାରି କରାଯାଇଛି । ଡିଜିପି ଦିନକର ଗୁପ୍ତା ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଅମୃତସର ଦେହାତୀ ଅଞ୍ଚଳରୁ ୭ଟି ବୋମା ମିଳିଛି । ଏହି ବୋମାଗୁଡିକ ଛୋଟ ପିଲାଙ୍କ ପ୍ଲାଷ୍ଟିକ ଟିଫିନ ବକ୍ସରୁ ମିଳିଥିବା ଜଣାପଡିଛି । ତେବେ ଏହି ବୋମାଗୁଡିକ ଡ୍ରୋନ ଦ୍ବାରା ଏଠାକୁ ପଠାଯାଇଛି । ଲୋପୋକେ ଥାନା ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ ଉଡୁଥିବାର ମଧ୍ୟ ଦେଖାଯାଇଥିଲା । ଗ୍ରାମବାସୀମାନେ ଡ୍ରୋନ ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ ।

ଏହି IED ବୋମାରେ ୨ରୁ ୪ କିଲୋଗ୍ରାମ ଓଜନର RDX ଭର୍ତ୍ତି ହୋଇଥିଲା । ଏଥିରେ ଅତ୍ୟାଧୁନିକ କୌଶଳର ବୋମା ଥିବାର ମଧ୍ୟ ଜଣାପଡିଛି । ଏହି ବୋମାଗୁଡିକ ୨୬ଟି ରିମୋଟ ସାହାଯ୍ୟରେ ହିଁ ଆକ୍ଟିଭ ହୋଇପାରିବ ଓ ଏଥିରେ ବୋମା ଡିଟୋନେଟର ମଧ୍ୟ ମିଳିଛି । ଆତଙ୍କବାଦୀଙ୍କ ଦ୍ବାରା ତିଆରି ହୋଇଥିବା ଏହି ବୋମାଗୁଡ଼ିକ ୩ ମାସ ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ରହିଥିଲା ବୋଲି ଜଣାପଡିଛି । ସ୍ବାଧୀନତା ଦିବସକୁ ନଜରରେ ରଖି ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ହାଇ ଆଲର୍ଟ ଜାରି କରିଛି ।

ଆଉ କେତେ ଟିଫିନ ବୋମା ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପଞ୍ଜାବର ବସ, ଟ୍ରେନ ଓ ରେଷ୍ଟୁରାଣ୍ଟରେ କୌଣସି ସନ୍ଦେହଜନକ ଜିନିଷ ଠାବ ହେଲେ ୧୧୨ କିମ୍ବା ୧୮୧ ରେ ଯୋଗାଯୋଗ କରି ପୋଲିସ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.