ETV Bharat / bharat

ହୃଦଘାତକୁ ନେଇ ନିଆରା ଢଙ୍ଗରେ ସଚେତନତା, ଟ୍ରାଫିକରେ ଜଳୁଛି ରେଡ ହାର୍ଟ

ହୃଦଘାତ ଜନିତ ସମସ୍ୟା ନେଇ ଲୋକଙ୍କୁ ସଚେତନ କରୁଛି ବେଙ୍ଗାଲୁରୁ ଟ୍ରାଫିକ ପୋଲିସ । ଟ୍ରାଫିକ ସିଗନାଲରେ ରେଡ ହାର୍ଟ । ଅଧିକ ପଢନ୍ତୁ

ହୃଦଘାତକୁ ନେଇ ନିଆରା ଢଙ୍ଗରେ ସଚେତନ, ଟ୍ରାଫିକରେ ଜଳୁଛି ରେର୍ଡ ହାର୍ଟ

author img

By

Published : Oct 15, 2022, 10:15 AM IST

Updated : Oct 15, 2022, 10:37 AM IST

ବେଙ୍ଗାଲୁରୁ: ଆଜିର ଦିନରେ ହୃଦଘାତ ଜନିତ ସମସ୍ୟା ଯୋଗୁଁ ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି, ଯାହାକୁ ଚିନ୍ତିତ ଆଜିର ଯୁବପିଢି, ଏହି ସମସ୍ୟାକୁ ଦୂର କରିବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ(Bengaluru Traffic Police) ଏକ ନିଆରା ପଦକ୍ଷପ ଗ୍ରହଣ କରିଛି । ହୃଦଘାତ ସମସ୍ୟା ନେଇ ମଣିପାଲ ହସ୍ପିଟାଲ ଲୋକଙ୍କୁ ସଚେତନ କରାଉଥିବା ବେଳେ ଏଥିରେ ସାମିଲ ହୋଇଛି ଟ୍ରାଫିକ ପୋଲିସ । ସହରରେ ଥିବା ସମସ୍ତ ଟ୍ରାଫିକରେ ଜଳୁଥିବା ଗୋଲ ନାଲି ବତୀକୁ ହାର୍ଟ ସେପ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଳିଥିବା ନାଲି ବତୀଟି ଏବେ ହାର୍ଟ ସେପ ହୋଇଛି(Heart symbol)।

ଏନେଇ ଟ୍ରାଫିକ ବିଭାଗର ଜଏଣ୍ଟ କମିଶନର ବି.ଆର. ରବିକାନ୍ତେ ଗୋଓ୍ବାଡା କହିଛନ୍ତି ଯେ, ସହରର ଅନେକ ସ୍ଥାନରେ ତଥା ମହାତ୍ମା ଗାନ୍ଧୀ ସର୍କଲ, ମିନସ୍କ ସ୍କୋୟାରରେ ଗୋଲ ନାଲି ସଙ୍କେତ ବଦଳରେ ରୋଡ ହାର୍ଟ ସିଗନାଲ ଲ୍ୟାମ୍ପରେ ଲଗାଯାଇଛି ଏବଂ ହୃଦଘାତ ଜନିତ ସମସ୍ୟାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

ହୃଦଘାତ ଜନିତ ସମସ୍ୟା ନେଇ ସଚେତନତା ସୃଷ୍ଟି କରିବାକୁ ବିଶ୍ବ ହୃଦୟ ଦିବସରେ ମଣିପାଲ ହସ୍ପିଟାଲ ତରଫରୁ ସହଯୋଗ କରାଯିବାକୁ କୁହାଯାଇଥିଲା । ଏହାପରେ ଆମେ ତାଙ୍କୁ ସହଯୋଗ ପ୍ରଦାନ କରି ସହରରେ ଥିବା ସମସ୍ତ ଟ୍ରାଫିକରେ ରେଡ ହାର୍ଡ ସିଗନାଲ ଲଗାଇଛୁ ବୋଲି କହିଛନ୍ତି ଜଏଣ୍ଟ କମିଶନର । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ହୃଦଘାତକୁ ନେଇ ଏହି ସଚେତନତା ଜାରି ରହିବ ।

WORLD HEART DAY: ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାରକାରଣ

ହୃଦଘାତ ଯୋଗୁଁ ଯୁବପିଢିଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଏହି ହାର୍ଟ ଜନିତ ବେମାରୀ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ଏହା କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । ହୃଦରୋଗର ପ୍ରତିଷେଧ ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ବ ହୃଦୟ ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଥିଲା ‘ୟୁଜ୍ ହାର୍ଟ ଫର ଏଭ୍ରି ହାର୍ଟ'(use heart for every heart) ।

Last Updated : Oct 15, 2022, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.