ETV Bharat / bharat

Hathras Rape-Murder Case: ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଖଲାସ ହେଲେ ଅନ୍ୟ ୩

author img

By

Published : Mar 2, 2023, 9:01 PM IST

ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ଅନ୍ୟ ତିନିଜଣଙ୍କ ବିରୋଧରେ ପ୍ରମାଣ ଦେଇପାରିିଲାନି ତଦନ୍ତକାରୀ ସଂସ୍ଥା । ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ହେଲେ ଖଲାସ । ଅଧିକ ପଢନ୍ତୁ

ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଖଲାସ ହେଲେ ଅନ୍ୟ ୩

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଉତ୍ତର ପ୍ରଦେଶର ଏକ ସ୍ଥାନୀୟ କୋର୍ଟ ଆଜି (ଗୁରୁବାର) ଏହି ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେହିପରି ମାମଲାରେ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି କୋର୍ଟ । 2020 ମହିସାରେ ଘଟିଥିବା ଏହି ଜଘନ୍ୟକାଣ୍ଡ ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

ଏହି ଘଟଣାରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଉତ୍ତର ପ୍ରଦେଶ ସରକାରକୁ ବିରୋଧୀ ଘେରିବା ସହ ଏହା ଜାତୀୟ ସ୍ତରରେ ମଧ୍ୟ ଉଠିଥିଲା । ପୋଲିସ ସନ୍ଦୀପ ସିଂ ନାମକ ଜଣେ ଯୁବକକୁ ମୁଖ୍ୟ ଅଭିଯକ୍ତ ଭାବେ ଗିରଫ କରିବା ସହ ଅନ୍ୟ କିଛି ସହଯୋଗୀ ଅଭିଯୁକ୍ତ ସହ କୋର୍ଟ ଚାଲାଣ କରିଥିଲ । ଏହି ବହୁଚର୍ଚ୍ଚିତ ମାମଲାରେ ଆଜି କୋର୍ଟ ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁର୍ବଳ ପ୍ରମାଣ ଯୋଗାଡ କାରଣରୁ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳତା ମିଳିନଥିବା ଜଣାପଡିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ସୁଦ୍ଧା ତଳକୋର୍ଟଙ୍କ ରାୟକୁ ସେମାନେ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଦୋଷୀ ସାବ୍ୟସ୍ତ ଅଭିଯୁକ୍ତର ଓକିଲ ଓ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।

2020 ମହିସା ସେପ୍ଟେମ୍ବର 14 ତାରିଖରେ ଉତ୍ତର ପ୍ରଦେଶର ହାଥରସରେ ଜଣେ 19 ବର୍ଷୀୟ ଦଲିତ ଯୁବତୀଙ୍କୁ ଚାରିଜଣ ଉଚ୍ଚ ଜାତିର ବ୍ୟକ୍ତି ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ ହୋଇଥଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅତି ଗମ୍ଭୀର ଥିବା ପୀଡିତା କିଛି ଦିନର ଚିକିତ୍ସା ପରେ ଦିଲ୍ଲୀର ସବଦରଜଙ୍ଗ ହସ୍ପିଟାଲ ବେଡ ସେପ୍ଟେମ୍ବର 29ରେ ଆଖି ବୁଜିଥିଲେ ।

ଅନ୍ୟପଟେଏହି ଘଟଣା ସାରା ଦେଶରେ ଚହଳ ପକାଇଥିବା ବେଳେ ରାତି ଅଧିଆ ପୀଡିତାଙ୍କ ମୃତଦେହ ସତ୍କାର କରାଯିବାକୁ ନେଇ ଯୋଗୀ ସରକାର ଉପରେ ସମାଲୋଚନା କରିଥିଲେ ବିରୋଧୀ । ସରକାର ଘଟଣାକି ଚାପିଦେବାକୁ ଯୋଜନା କରୁଥିବା ଅଭିଯୋଗ ଉଠିଥିଲା । ଅକ୍ଟୋବର 2 ତାରିଥ 2020 ରେ ତତ୍କାଳୀନ ଏସପିଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ ଏବଂ ଦୁଇ ଦିନ ପରେ ମାମଲାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବର 11 ରେ ସିବିଆଇ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଡିସେମ୍ବର 18 ରେ ଏସସି/ ଏସଟି ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ସନ୍ଦୀପ, ଲଭ କୁଶ, ରବି ଏବଂ ରାମଙ୍କ ବିରୋଧରେ ସ୍ୱତନ୍ତ୍ର କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.