ETV Bharat / bharat

ଏବର୍ଷ ବି ମନା Haj ଯାତ୍ରା

ରଦ୍ଦ ହେଲା Haj 2021 ଆବେଦନ । ଏ ନେଇ ହଜ କମିଟି ପକ୍ଷରୁ ସର୍କୁଲାର ଜାରି ହୋଇଛି । କୋରୋନାକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟ ହଜ ଯାତ୍ରୀଙ୍କ ଆବେଦନ ରଦ୍ଦ ହୋଇଛି । ଅଧିକ ପଢନ୍ତୁ,...

author img

By

Published : Jun 15, 2021, 7:02 PM IST

ଏ ବର୍ଷ ବି ମନା Haj ଯାତ୍ରା
ଏ ବର୍ଷ ବି ମନା Haj ଯାତ୍ରା

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ଏଥର ବି ବାର୍ଷିକ ହଜ ତୀର୍ଥଯାତ୍ରା ବାତିଲ ହେଲା । ହଜ 2021 ପାଇଁ ହୋଇଥିବା ସମସ୍ତ ଆବଦେନ ରଦ୍ଦ କରିଛି କମିଟି । କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଡ. ମକସୁଦ ଅହମଦ ଖାନ (Dr Maqsood Ahmed Khan) ଏ ନେଇ ସୂଚନା ଦେଇଛନ୍ତି ।

ରଦ୍ଦ ହେଲା Haj2021  ଆବେଦନ
ରଦ୍ଦ ହେଲା Haj2021 ଆବେଦନ

ସେ କହିଛନ୍ତି , ବାର୍ଷିକ ହଜ୍‌ ଯାତ୍ରା ପାଇଁ ଏଥର ସାଉଦି ଆରବ ସରକାର ଅନ୍ତରାଷ୍ଟ୍ରୀୟ ହଜ୍‌ ରଦ୍ଦ କରିଦେଇଛନ୍ତି । ଏଥିଯୋଗୁଁ ଭାରତରୁ ହଜ୍‌ ପାଇଁ ଯାଉଥିବା ସମସ୍ତ ଲୋକଙ୍କ ଆବେଦନ ରଦ୍ଦ ହୋଇଛି ।

ସର୍କୁଲାରରେ କୁହାଯାଇଛି ସାଉଦି ଆରବ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି କି, କୋରୋନା ମହାମାରୀ ଯୋଗୁଁ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି 2021 ରେ ହଜରେ ସୀମିତ ସଂଖ୍ୟକ ଲୋକ ସାମିଲ ହୋଇପାରିବେ । ଯେଉଁମାନେ କି କେବଳ ସାଉଦି ଆରବର ହୋଇଥିବେ । ଏଭଳି ସ୍ଥିତିରେ ହଜ କମିଟି ଅଫ ଇଣ୍ଡିଆ (Haj Committee of India) ହଜ 2021 ର ସମସ୍ତ ଆବେଦନ ରଦ୍ଦ କରିଦେଇଛି ।

ଏହା ପୂର୍ବରୁ ଜୁନ 12 ରେ ସାଉଦି ଆରବ କହିଥିଲା କି , କୋରୋନା ଭାଇରସ ମହାମାରୀ ମଧ୍ୟରେ ଏ ବର୍ଷ 60 ହଜାରରୁ ଅଧିକ ଲୋକଙ୍କୁ ହଜ୍‌ ଅନୁମତି ମିଳିବ ନାହିଁ । ସମସ୍ତ ଲୋକ ସ୍ଥାନୀୟ ରହିବେ ।

ଏ ବର୍ଷ ହଜ୍‌ ଜୁଲାଇର ମଧ୍ୟରୁ ଆରମ୍ଭ ହେବ । ଏଥିରେ 18 ରୁ 65 ବର୍ଷୀୟ ଲୋକ ଯୋଗ ଦେଇପାରିବେ । ତେବେ ମନ୍ତ୍ରାଳୟ କହିଥିଲା କି ହଜ୍‌ ଯାତ୍ରୀଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.