ଗାନ୍ଧୀନଗର: ଗୁଜୁରାଟର ଆଣ୍ଟି-ଟେରୋରିଜମ ସ୍କ୍ବାର୍ଡ(ATS)କୁ ମିଳିଛି ବଡ ସଫଳତା । ଦଳ ପକ୍ଷରୁ ଏକ ମିଳିତ ଅପରେସନ ବେଳେ ପାକିସ୍ତାନ ବୋଟକୁ ଜବତ କରାଯାଇଛି । ତେବେ ଏହି ବୋଟରେ ଥିବା 8 ଜଣ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖାଯିବା ସହିତ ଏଥିରୁ ପ୍ରାୟ 150 କୋଟି ଟଙ୍କାର ହେରୋଇନ ବା ନିଶାଜାତ ଦ୍ରବ୍ୟକୁ ଜବତ କରାଯାଇଛି ।
ଗୁଜୁରାଟ ଏଟିଏସର ଏହି ଅପରେସନ ସମୟରେ ପାକିସ୍ତାନୀ ବୋଟକୁ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା(IMBL) ନିକଟରୁ ଜବତ କରାଯାଇଛି । ବୋଟରେ ଥିବା 8 ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ପୋଲିସ ଅଟକ ରଖିବା ସହିତ ଏଥିରୁ 30କେଜିର ନିଶାଜାତ ଦ୍ରବ୍ୟକୁ ସ୍କ୍ବାର୍ଡକୁ ପୋଲିସ ଜବତ କରିଛି । ତେବେ ଏହାର ଆନୁମାନିକ ମୂଲ୍ୟ 150 କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ସମୁଦ୍ରରେ ଥିବା ବୋଟକୁ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସିର ମିଳିତ ତଦନ୍ତ ପାଇଁ କୂଳକୁ ଅଣାଯିବ ବୋଲି କୋଷ୍ଟଗାର୍ଡର ଜଣେ ଅଧିକାରୀ କହିଛନ୍ତି । ବୋଟରେ ଅନ୍ୟ କିଛି ଜିନିଷ ଲୁକ୍କାୟିତ ଅବସ୍ଥାରେ ରହିଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ଭଲ ଭାବରେ ଯାଞ୍ଚ କରାଯିବ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ