ଗାନ୍ଧୀନଗର: ସୀମା ପାର ନିଶା କାରବାର ନିରୋଧୀ ଅପରେସନରେ ବଡ ସଫଳତା । ପାକିସ୍ତାନରୁ ଭାରତକୁ ଚାଲାଣ କରାଯାଉଥିବା ବିପୁଳି ପରିମାଣର ନିଶାଦ୍ରବ୍ୟକୁ ଜବତ କରିବାରେ ସଫଳ ହୋଇଛି ATS ଓ ଭାରତୀୟ ତଟରକ୍ଷୀ ବାହିନୀ । ଆଜି (ଗୁରୁବାର) ଏକ ମିଳିତ ଅପରେସନରେ ଗୁଜୁରାଟ ଉପକୂଳ ଆରବ ସାଗରରେ ଏକ ପାକିସ୍ତାନୀ ବୋଟକୁ ଜବତ କରିବା ସହ ଏଥିରୁ 56 କେଜିର ହେରୋଇନ ଜବତ କରାଯାଇଛି । ଏହି ଘଟଣାରେ ମୋଟ 12 ଜଣଙ୍କୁ ଅଟକ ରଖିଛି ଏଟିଏସ । ସବୁଠାରୁ ବଡ କଥା ହେଲା ଅଟକ ଅଭିଯୁକ୍ତଙ୍କ ମଧ୍ୟରେ 9ଜଣ ପାକିସ୍ତାନୀ ନାଗରିକ ମଧ୍ୟ ରହିଛନ୍ତି ।
-
In a joint operation, Gujarat ATS and the Indian Coast Guard apprehended a Pakistani boat in the Arabian Sea and seized 56 kg Heroin worth Rs 280 crores; 12 people including nine Pakistani nationals detained
— ANI (@ANI) June 16, 2022 " class="align-text-top noRightClick twitterSection" data="
">In a joint operation, Gujarat ATS and the Indian Coast Guard apprehended a Pakistani boat in the Arabian Sea and seized 56 kg Heroin worth Rs 280 crores; 12 people including nine Pakistani nationals detained
— ANI (@ANI) June 16, 2022In a joint operation, Gujarat ATS and the Indian Coast Guard apprehended a Pakistani boat in the Arabian Sea and seized 56 kg Heroin worth Rs 280 crores; 12 people including nine Pakistani nationals detained
— ANI (@ANI) June 16, 2022
ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ଏହି ଚାଲାଣ ପାକିସ୍ତାନରୁ ରହି ଅପରେଟ କରାଯାଉଛି । ଆଜି ଜବତ ହୋଇଥିବା ହେରୋଇନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 280 କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି । ଏହା କରାଚିରୁ ଆସିଥିବା ମଧ୍ୟ ସନ୍ଦେହ କରାଯାଉଛି । ସମସ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଆତଙ୍କବାଦୀ ନିରୋଧୀ ଦଳ (ATS) । ତେବେ ଭାରତୀୟ ଜଳସୀମାରେ ନିୟମିତ ପ୍ରାଟୋଲିଂ ସତ୍ତ୍ବେ ମଧ୍ୟ ପାକିସ୍ତାନୀ ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କରିବା ସୁରକ୍ଷା ବ୍ୟବସ୍ଥା ପ୍ରତି ଆହ୍ବାନ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ