ETV Bharat / bharat

ଗୁଜରାଟ ପିପଭାବ ପୋର୍ଟରୁ ୪୫୦ କୋଟି ଟଙ୍କା ସହ ୩୫୦ କେଜିରୁ ଉର୍ଦ୍ଧ୍ବ ହେରୋଇନ ଜବତ

ଗୁଜୁରାଟରୁ ବଡ ଧରଣ ହିରୋଇନ ଜବତ । ପିପଭାବ ବନ୍ଦରରୁ ଗୁଜୁରାଟ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ ଓ ଡିଆରଆଇ ମିଳିତି ଉଦ୍ୟମରେ ବିପୁଳ ପରିମାଣର ହେରୋଇନ ଜବତ କରିଛି । ଅଧିକ ପଢନ୍ତୁ

ଗୁଜୁରାଟ ଏଟିଏସ ଓ ଡିଆରଆଇକୁ ସଫଳତା: ୪୫୦ କୋଟି ଟଙ୍କା ସହ ୩୫୦ କେଜିରୁ ଉର୍ଦ୍ଧ ହିରୋଇନ ଜବତ

author img

By

Published : Apr 29, 2022, 10:31 PM IST

ଗାନ୍ଧୀନଗର: ଗୁଜୁରାଟରୁ ବିପୁଳ ପରିମାଣର ହେରୋଇନ ଜବତ । ପିପଭାବ ବନ୍ଦରରୁ ଗୁଜୁରାଟ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ ଓ ଡିଆରଆଇ ମିଳିତ ଭାବେ ଚଢାଉ କରି ୩୫୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି । ସୂଚନା ଅନୁସାରେ, ବନ୍ଦର ଭିତରେ ପାଞ୍ଚ ବର୍ଷ ହେବ ପଡି ରହିଥିବା ୨ଟି କଣ୍ଟେନରରୁ ଏହି ହେରୋଇନ ଜବତ କରାଯାଇଛି ।

ଏଥିସହ ଘଟଣାସ୍ଥଳକୁ ଫୋରେନସିକ ସାଇନ୍ସ ଲାବୋରେଟୋରୀ ବିଭାଗକୁ ଅଧିକ ତଦନ୍ତ ପାଇଁ ଡକାଯାଇଛି । କଣ୍ଟେନରରେ ଥିବା ଡ୍ରଗ୍ସ ତରଳିବା ପରେ ସନ୍ଦେହ ସୃଷ୍ଟି ହେବା ପରେ ଏହା ଖୋଲିବା ପରେ ହେରୋଇନ ମିଳିଥିଲା । ଏଥିରୁ ତରଳ ଆକାରରେ ୩୫୦ କେଜି ଜବତ ହୋଇଥିବା ବେଳେ ପାଉଡର ଆକାରରେ ୮୦ରୁ ୯୦ କେଜି ହେରୋଇନ ମଧ୍ୟ ଜବତ ହୋଇଛି ।

ଅନ୍ୟପଟେ ୪୫୦ କୋଟି ଟଙ୍କା ମଧ୍ୟ ଗୁଜୁରାଟ ଏଟିଏସ ଓ ଡିଆରଆଇ ମଧ୍ଯ ଜବତ କରିଛି । ସେହିଭଳି ଗତ ସାତ ଦିନ ଭିତରେ ୪୩୬ କେଜିର ହେରୋଇନ ମଧ୍ୟ ଜବତ ହୋଇଥିବା ବେଳେ ୨୧୮୦ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.