ETV Bharat / bharat

ପୁଲୱାମାରେ ପୋଲିସ ଉପରକୁ ଗ୍ରେନେଡ ମାଡ - ଆତଙ୍କୀଙ୍କ ଆତଙ୍କରାଜ

ଜମ୍ମୁକାଶ୍ମୀର ପୁଲୱାମା ଚୌକ ଉପରେ ପୋଲିସ ଉପକୁ ଆତଙ୍କବାଦୀ ଗ୍ରେନେଡ ମାଡ କରିଛନ୍ତି । ଫଳରେ ତିନିଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ପୁଲୱାମାରେ ପୋଲିସ ଉପରକୁ ଗ୍ରେନେଡ ମାଡ
ପୁଲୱାମାରେ ପୋଲିସ ଉପରକୁ ଗ୍ରେନେଡ ମାଡ
author img

By

Published : Sep 14, 2021, 2:10 PM IST

ଶ୍ରୀନଗର: ପୁଣି ସୀମା ଅଶାନ୍ତ । ବଢୁଛି ଆତଙ୍କୀଙ୍କ ଆତଙ୍କରାଜ । ଜମ୍ମୁକାଶ୍ମୀର ପୁଲୱାମା ଚୌକ ଉପରେ ପୋଲିସ ଉପକୁ ଆତଙ୍କବାଦୀ ଗ୍ରେନେଡ ମାଡ କରିଛନ୍ତି । ଫଳରେ ୩ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ପୂର୍ବରୁ ସୋମବାର ସିଆରପିଏଫ ଯବାନ ଜମ୍ମୁ ଜାତୀୟ ରାଜପଥ ବେମିନା ନିକଟରୁ ୬ଟି ଗ୍ରେନେଡ ଉଦ୍ଧାର କରିଥିଲା । ଏକ ବଡ ବିପଦକୁ ପଣ୍ଡ କରିଥିଲେ ସିଆରପିଏଫ ଯବାନ । ଏହା ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ଶ୍ରୀନଗର ପିପି ଚାନପୋରାରେ ଆତଙ୍କୀଙ୍କ ଗ୍ରେନେଡ ମାଡରେ ସିଆରପିଏଫ ଯବାନ ଆହତ ହୋଇଥିଲେ ।

ଲଗାତର କିଛି ଦିନ ହେବ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେପ୍ଟେମ୍ବର ୧୨ ତାରଖରେ ରଜୌରୀ ଜିଲ୍ଲା ବରୋଟି ଗାଁରେ ଆତଙ୍କବଦୀଙ୍କୁ ନିପାତ କରିବା ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.