ETV Bharat / bharat

୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ସରକାରଙ୍କ ଲକ୍ଷ୍ୟ: କୋଇଲା ସଚିବ

author img

By

Published : May 27, 2022, 10:45 PM IST

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭିକେ ତିୱାରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

କୋଇଲା ସଚିବ
କୋଇଲା ସଚିବ

ନୂଆଦିଲ୍ଲୀ: ଶକ୍ତି, ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ସହ ମିଶି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ଠାରେ ଜାତୀୟ ଖଣିଜ କଂଗ୍ରେସ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଖଣି ମନ୍ତ୍ରଣାଳୟର ସଚିବ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ଅନୀଲ କାର୍ଯ୍ୟକ୍ରମର ସଫଳତା କାମନା କରିବା ସହିତ ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ପ୍ରାପ୍ତ ହେବ ବୋଲି କହିଛନ୍ତି ।

ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭିକେ ତିୱାରୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ତିୱାରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ ନିମନ୍ତେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । କୋଇଲା ଜଳାଇବା ତୁଳନାରେ ଏହାକୁ ଏକ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି । କୋଇଲାରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ ବୋଲି ଅତିରିକ୍ତ ସଚିବ ତିୱାରୀ କହିଥିଲେ ।

ସେ ଆହୁରି କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ପୁନରୁଦ୍ଧାର ହୋଇପାରୁଛି । ଖଣି ଖନନ କାର୍ଯ୍ୟରେ ସ୍ବଛତା ଆସିଛି ଓ ଉତ୍ପାଦକତା ବୃଦ୍ଧି ପାଇଛି । ଅଧିକ ନିରାପତ୍ତା ସୁନିଶ୍ଚିତ ହେବା ସହିତ ଖର୍ଚ୍ଚ କମିଛି । ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପାଇଁ କମ୍ପାନୀମାନେ ନୂତନ ଜ୍ଞାନକୌଶଳକୁ ଆପଣାଇବା ସହିତ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି । ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ସଚିବ କହିଥିଲେ ।

ଆଲୁମିନିୟମ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ ଅତିରିକ୍ତ ସଚିବ ଭିକେ ତିୱାରୀ କହିଛନ୍ତି ଭବିଷ୍ୟତର ଆବଶ୍ୟକତା ପାଇଁ ଭାରତ ନିକଟରେ ୩ ହଜାର ୮୯୬ ନିୟୁତ ଟନ ବକ୍ସାଇଟ ଉତ୍ସ ଗଚ୍ଛିତ ହୋଇ ରହିଛି । ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହାର ମାତ୍ର ୧୭ ପ୍ରତିଶତ, ଅର୍ଥାତ ୬୫୬ ନିୟୁତ ଟନ ବକ୍ସାଇଟ ମହଜୁଦ ରହିଛି । ତେଣୁ ବକ୍ସାଇଟ ଉତ୍ପାଦନକୁ ବଢାଇବା ଲାଗି ଏସବୁ ଉତ୍ସକୁ ପ୍ରାମାଣିକ ବକ୍ସାଇଟ ଭଣ୍ଡାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଉଚ୍ଚ ମାନର ଉତ୍ପାଦ ତିଆରି କରିବା ଲାଗି ସ୍କାର୍ପ ବ୍ୟବହାର କରିବା ନିମନ୍ତେ ଆମେ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଅତିରିକ୍ତ ସଚିବ କୋଇଲାରୁ ହାଇଡ୍ରୋଜେନ ଉତ୍ପାଦନ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଭାରତର ହାଇଡ୍ରୋଜେନ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନକୁ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି । ବିଶୋଧନାଗାର ଏବଂ ସାର କାରଖାନା ଗୁଡିକ ଏବେ ହାଇଡ୍ରୋଜେନର ସବୁଠୁ ବଡ ଉପଭୋକ୍ତା ହୋଇ ରହିଛନ୍ତି, ଯାହାକି ଏବେ ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି । କୋଇଲା ବାଷ୍ଠୀକରଣ ପ୍ରକ୍ରିୟାରେ କୋଇଲା ମାଧ୍ୟମରେ ଏହା ଉତ୍ପାଦନ କରାଯାଇପାରିବ ବୋଲି ସେ କହିଥିଲେ ।

ବିଶ୍ବ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ଜାତୀୟ ଖଣିଜ କଂଗ୍ରେସରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଛନ୍ତି । ଖଣିଜ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ, ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲା ବାଷ୍ପୀକରଣ ଓ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ନେଇ ଏଥିରେ ଆଲୋଚନା ହୋଇଛି । ଆସନ୍ତାକାଲି ସମସ୍ତ ଅଧିକାରୀ ଓ ପ୍ରତିନିଧିମାନେ ଅନୁଗୁଳରେ ଥିବା ଜେଏସପିଏଲର କୋଇଲା ବାଷ୍ପୀକରଣ କାରଖାନା ପରିଦର୍ଶନ ପାଇଁ ଯିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.