ETV Bharat / bharat

ଗୋଆରେ 19 ଯାଏଁ ବଢିଲା କୋରୋନା କର୍ଫ୍ୟୁ

ଗୋଆରେ ପୁଣି ବଢିଲା କର୍ଫ୍ୟୁ ଅବଧି । କୋରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଗୋଆରେ 19 ଯାଏ ବଢିଲା କର୍ଫ୍ୟୁ
ଗୋଆରେ 19 ଯାଏ ବଢିଲା କର୍ଫ୍ୟୁ
author img

By

Published : Jul 11, 2021, 7:39 PM IST

ପାନାଜୀ: ଗୋଆରେ ପୁଣି ବଢିଲା କର୍ଫ୍ୟୁ ଅବଧି । ଜୁଲାଇ 19 ତାରିଖ ସକାଳ 7 ଟା ଯାଏଁ କର୍ଫ୍ୟୁ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତିକୁ ଦେଖି ଜାରି ରହିଥିବା କର୍ଫ୍ୟୁ ଅବଧିକୁ ବୃଦ୍ଧି କରିଛନ୍ତି ଗୋଆ ସରକାର। ଏହି କର୍ଫ୍ୟୁ ଅବଧି ମଧ୍ୟରେ କିଛି କ୍ଷେତ୍ରରେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ସରକାର । 50% କ୍ଷମତା ସହ ଜିମ୍ ଖୋଲିବାକୁ ଅନୁମତି ମିଳିଥିବାବେଳେ ସମ୍ପୂର୍ଣ୍ଣ ବିନା ଦର୍ଶକରେ କ୍ରୀଡା କମ୍ପ୍ଲେକ୍ସ ଓ ମାତ୍ର 15 ଜଣ ଲୋକଙ୍କୁ ନେଇ ଧାର୍ମିକସ୍ଥଳୀ ଖୋଲିବା ପାଇଁ ନିର୍ଦ୍ଦେଶ ମିଳିଛି ।

ପର୍ଯ୍ୟଟନ ବହୁଳ ଉତ୍ତର ଗୋଆ ଜିଲ୍ଲା ପ୍ରଶାସନ ଓ ମାଜିଷ୍ଟ୍ରେଟ ସେଠାରେ ଥିବା ବିଭିନ୍ନ ହୋଟେଲ ଓ ପ୍ରତିଷ୍ଠାନ ସହ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । 12 ଜୁଲାଇ ସକାଳ 7 ଟାରୁ 19 ଜୁଲାଇ ସକାଳ 7 ଟା ପର୍ଯ୍ୟନ୍ତ ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି କରାଯାଇଛି । ସେହିପରି ଦୋକାନ ଓ ସିନେମା ହଲ, ସ୍କୁଲ,କଲେଜ ଓ ସାପ୍ତାହିକ ବଜାର ଇତ୍ୟାଦି ସନ୍ଧ୍ୟା 7 ରୁ ସକାଳ 7 ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଗୋଆ ସରକାର ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.