ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ, ଚର୍ଚ୍ଚାରେ ଜୁନିଅର ପୂଜକ

author img

By ETV Bharat Odisha Team

Published : Dec 9, 2023, 11:01 PM IST

ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଚର୍ଚ୍ଚାରେ ଜୁନିଅର ପୂଜକ ମୋହିତ ପାଣ୍ଡେ । ଅଧିକ ପଢନ୍ତୁ

Gaziabad student Mohit Pandey
Gaziabad student Mohit Pandey

ଲକ୍ଷ୍ନୌ: ଚର୍ଚ୍ଚାରେ ଉତ୍ତରପ୍ରଦେଶର ଗାଜିଆବାଦର କୁନି ପୂଜକ ମୋହିତ ପାଣ୍ଡେ । ଅଯୋଧ୍ୟା ରାମ ମନ୍ଦିରରେ ପୂଜକ ଭାବେ ତାଙ୍କୁ ଚୟନ କରାଯାଇଛି । ପ୍ରାୟ ୩ହଜାର ପୂଜକଙ୍କ ମଧ୍ୟରୁ ମୋଟ ୫୦ ଜଣଙ୍କୁ ରାମ ମନ୍ଦିରର ପୂଜକ ଭାବେ ଚୟନ କରାଯାଇଥିବା ବେଳେ ସେଥିରେ ଅଛନ୍ତି ଏହି ଜୁନିଅର ପୂଜକ । ମୋହିତ ଦୁଧେଶ୍ବର ବେଦ ବିଦ୍ୟାପୀଠର ଜଣେ ଛାତ୍ର ବୋଲି ଜଣାପଡ଼ିଛି । ସେମାନେ ରାମ ମନ୍ଦିରରେ ପୂଜକ ଭାବେ ନିୟୋଜିତ ହେବା ପୂର୍ବରୁ ୬ ମାସ ତାଲିମ ପ୍ରକ୍ରିୟାରେ ମଧ୍ୟ ସାମିଲ ହେବେ । ଖୁବଶୀଘ୍ର ସେମାନଙ୍କ ଟ୍ରେନିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଆୟୋଜିତ ହେବ । ଏହି ଭବ୍ୟ ମନ୍ଦିରରେ ପୂଜକ ଭାବେ ନିଯୁକ୍ତି ପାଇଁ ଅନେକ ପୂଜକଙ୍କ ଇଣ୍ଟରଭ୍ୟୁ ନିଆଯାଇଥିଲା । ୩୦୦୦ ପୂଜକଙ୍କ ମଧ୍ୟରୁ ଚୂଡାନ୍ତ ତାଲିକାରେ ୫୦ ଜଣ ପୂଜକଙ୍କୁ ଚୟନ କରାଯାଇଛି । ନିଯୁକ୍ତି ପୂର୍ବରୁ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ । ତେବେ ଏହି ପୂଜକଙ୍କ ମଧ୍ୟରେ ରହିଛନ୍ତି ଦୁଧେଶ୍ବର ବେଦ ବିଦ୍ୟାପୀଠର ଛାତ୍ର ମୋହିତ ପାଣ୍ଡେ । ସେ ରାମ ମନ୍ଦିରର ପୂଜକ ହେବା ଲାଗି ଇଣ୍ଟରଭ୍ୟୁ ରାଉଣ୍ଡ ପାସ୍‌ କରିବା ପରେ ଚୂଡାନ୍ତ ତାଲିକାରେ ତାଙ୍କ ନାମ ରହିଛି ।

ଏହା ବି ପଢନ୍ତୁ- ଶେଷ ପର୍ଯ୍ୟାୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଦେଖନ୍ତୁ ବର୍ତ୍ତମାନର ଫଟୋ

ଗାଜିଆବାଦର ଦୁଧେଶ୍ବରନାଥ ମଠ ମନ୍ଦିର ପରିସରରେ ଦୁଧେଶ୍ବର ବେଦ ବିଦ୍ୟାପୀଠ ରହିଛି । ଦୁଧେଶ୍ବରନାଥ ମଠ ମନ୍ଦିର ଉତ୍ତର ଭାରତରେ ଏକ ପ୍ରମୁଖ ଧାର୍ମିକ ସ୍ଥଳ ହୋଇଥିବା ବେଳେ ଏଠାକୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏବେ ଦୁଧେଶ୍ବର ବେଦ ବିଦ୍ୟାପୀଠରେ ମୋଟ ୭୦ ଜଣ ଛାତ୍ର ଆଧ୍ୟାତ୍ମିକ ଜ୍ଞାନ ଆହରଣ କରୁଛନ୍ତି । ଏଠାରେ ଛାତ୍ରମାନଙ୍କୁ ଦେଶ ବିଦେଶରେ ପୂଜକ ଓ ଆଚାର୍ଯ୍ୟ ହେବା ଲାଗି ତାଲିମ ପ୍ରଦାନ କରାଯାଏ । ତେବେ ଦେଶର ପ୍ରସିଦ୍ଧ ଅଯୋଧ୍ୟ ରାମ ମନ୍ଦିରରେ ପୂଜକ ହେବା ଲାଗି ୩୦୦୦ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୫୦ ଜଣଙ୍କୁ ଚୟନ କରିଛନ୍ତି ଚୟନ କର୍ତ୍ତା ।

ଏମାନେ ଆଗାମୀ ଦିନରେ ମନ୍ଦିରରେ ପୂଜକ ଭାବେ ନିଯୁକ୍ତି ପାଇ ରାମଲଲ୍ଲାଙ୍କ ସେବା କରିବେ । ଦୁଧେଶ୍ବରନାଥ ମଠର ପୀଠାଧିଶ୍ବର ଶ୍ରୀମହନ୍ତ ନାରାୟଣ ଗିରି କହିଛନ୍ତି, " ପ୍ରଭୁ ଦୁଧେଶ୍ବରଙ୍କ କୃପାରୁ ମୋହିତ ପାଣ୍ଡେଙ୍କୁ ଭଗବାନ ପ୍ରଭୁ ରାମଚନ୍ଦ୍ରଙ୍କ ସେବା କରିବା ଲାଗି ଚୟନ କରାଯାଇଛି । ଏଯାବତ ଏହି ପୀଠରେ ହଜାରେରୁ ଅଧିକ ବେଦ ଓ ଅନ୍ୟାନ୍ୟ ନୀତି ସମ୍ପର୍କରେ ଶିକ୍ଷା ଗ୍ରହଣ କରିଛନ୍ତି । ଗତ ୨୩ ବର୍ଷ ଧରି ଏଠାରେ ଆମେ ଛାତ୍ରଙ୍କୁ ଶିକ୍ଷାଦାନ କରିଆସୁଛୁ ।" ତେବେ ଏହି ପୀଠରେ ମୋହିତ ୭ ବର୍ଷ ଧରି ଅଧ୍ୟୟନ କରିଛନ୍ତି । ଏହାପରେ ସେ ଭେଙ୍କଟେଶ୍ବର ବେଦିକ ୟୁନିଭର୍ସିଟିରୁ ଏହି କ୍ଷେତ୍ରରେ ଉଚ୍ଚ ଶିକ୍ଷାଲାଭ କରିଛନ୍ତି । ଦୁଧେଶ୍ବର ବିଦ୍ୟାପୀଠରେ ଛାତ୍ରମାନେ ସକାଳ ୪ଟାରୁ ଉଠୁଥିବା ବେଳେ ରାତି ୧୦ଟା ପର୍ଯ୍ୟନ୍ତ ପୀଠର ସମସ୍ତ ନିୟମକୁ ପାଳନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.