ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି ଜଣାଶୁଣା ଉଦ୍ୟାୋଗପତି ତଥା ଅଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଅଦାନୀ(Gautam Adani worlds second richest person )। ଫୋବ୍ସ୍ର ରିୟଲଟାଇମ୍ ବିତ୍ତଶାଳୀ ତାଲିକାରୁ ଏହି ରିପୋର୍ଟ ପ୍ରକାଶ ପାଇଛି(Forbes Real Time Billionaires List) । ବିଶ୍ବର ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଅଦାନୀ ଫ୍ରାନ୍ସର ଲୁଇସ୍ ଭୁଇଟ୍ଟନ ବେର୍ନାର୍ଡ ଆର୍ଣ୍ଣଲ୍ଟଙ୍କୁ ପଛରେ ପକାଇଛନ୍ତି । ଲୁଇସ୍ ଭୁଇଟ୍ଟନଙ୍କ କମ୍ପାନୀ LVMH Moet Hennessy ବିଳାସପୂର୍ଣ୍ଣ ସାମଗ୍ରୀ ପ୍ରସ୍ତୁତ କରିଥାଏ ।
ବର୍ତ୍ତମାନ ଫୋବ୍ସ୍ର ରିପୋର୍ଟ ମୁତାବକ ଗୌତମ ଅଦାନୀଙ୍କ ବାର୍ଷିକ ଆୟ ୧୫୩.୯ ବିଲିୟନ ଡଲାର ଥିବା ବେଳେ ଆର୍ଣ୍ଣଲ୍ଟଙ୍କ ବାର୍ଷିକ ଆୟ ୧୫୩.୭ ବିଲିୟନ ଡଲାର ରହିଛି । ବିଶ୍ବର ବିତ୍ତଶାଳୀଙ୍କ ତାଲିକାରେ ସର୍ବେଗ୍ରେ ରହିଛନ୍ତି ଟେସ୍ଲା ସିଇଓ ଏଲନ ମସ୍କ୍ । ବର୍ତ୍ତମାନ ଏଲନ ମସ୍କ୍ଙ୍କ ବର୍ତ୍ତମାନ ବାର୍ଷିକ ଆୟ ୨୭୩.୫ ବିଲିୟନ ଡଲାର ରହିଛି । ସେହିଭଳି ଏହି ତାଲିକାର ଅଷ୍ଟମ ସ୍ଥାନରେ ମୁକେଶ ଅମ୍ବାନୀ ରହିଛନ୍ତି । ଫୋବ୍ସ୍ ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ଆୟ ୯୧.୯ ବିଲିୟନ ଡଲାର ରହିଛି ।
ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗପତି(first-generation entrepreneur) ହେଉଛନ୍ତି ଗୌତମ ଅଦାନୀ । ସେ ୭ଟି ତାଲିକାଭୁକ୍ତ କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ବନ୍ଦର ଓ ଲଜିଷ୍ଟିକ୍ସ୍, ଖଣି ଓ ସମ୍ବଳ, ଗ୍ୟାସ୍, ପ୍ରତିରକ୍ଷା ଓ ଏରୋସ୍ପେସ୍, ବିମାନବନ୍ଦର ଆଦି କ୍ଷେତ୍ରକୁ ନେଇ ବ୍ୟବସାୟ କରୁଛନ୍ତି ଗୌତମ ଅଦାନୀ । ଅଦାନୀ ଗ୍ରୁପ୍ର ପ୍ରଚେଷ୍ଟାରେ ଏହି ସବୁ କ୍ଷେତ୍ରରେ ନେତୃତ୍ବ ନେଇ ବିଶ୍ବରେ ଭାରତ ଉଲ୍ଲଖନୀୟ ଭୂମିକା ଗ୍ରହଣ କରିଛି ।
ଭାରତରେ ଟାଟା ଗ୍ରୁପ୍ ଓ ରିଲିଆନ୍ସ ଗ୍ରୁପ୍ ପରେ ତୃତୀୟ ସର୍ବବୃହତ ସମୂହ କମ୍ପାନୀ ହୋଇ ପାରିଛି ଅଦାନୀ ଗ୍ରୁପ୍ । ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀ ମଧ୍ୟରେ ଅଦାନୀ ଗ୍ରୀନ ଏନେର୍ଜି, ଅଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍, ଅଦାନୀ ପାୱାର, ଅଦାନୀ ଗ୍ୟାସ୍, ଅଦାନୀ ଟ୍ରାନ୍ସମିଶନ ଆଦି ଶାଖା କମ୍ପାନୀ କାର୍ଯ୍ୟ କରୁଛି ।