ମୁମ୍ବାଇ: ପ୍ରତିବର୍ଷ ଭଳି ମହାରାଷ୍ଟ୍ରର ବିଡ୍ରେ ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି କୃଷି ଭିତ୍ତିକ ମେଳା ରେଡା । ଗତ 15 ବର୍ଷ ଧରି ଚାଲି ଆସୁଛି ଏହି କୃଷି ମେଳା । ହେଲେ ଚଳିତ ବର୍ଷ ଗଜେନ୍ଦ୍ର ନାମକ ମଇଁଷି ଏହି କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଯାହାର ଓଜନ ଦେଢ ଟନ୍ ହୋଇଥିବା ବେଳେ ଲୋକମାନେ ଏହି ମଇଁଶିକୁ କିଣିବାକୁ ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଉ ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଗଜେନ୍ଦ୍ର ନାମକ ମଇଁଶିକୁ ଦେଖିବାକୁ କୃଷକମାନେ ଭିଡ଼ ଜମାଇଥିବା ଦେଖିବାକୁ ମିଳୁଛି ।
ଏନେଇ ଗଜେନ୍ଦ୍ରର ମାଲିକ କହିଛନ୍ତି, "ଗଜେନ୍ଦ୍ରକୁ କିଣିବାକୁ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ଗଜେନ୍ଦ୍ରର ଓଜନର ଅଧା ଟନ ରହିଛି । ଆମେ ଗଜେନ୍ଦ୍ରକୁ ପ୍ରତିଦିନ ପନ୍ଦର ଲିଟର କ୍ଷୀର ଏବଂ ତିନି କିଲୋ ଆପଲ୍ ଖାଇବାକୁ ଦେଇଥାଉ । ଏଥିସହ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମଧ୍ୟ ଦିଆଯାଏ । ଏହାଛଡା ଆମ ଘରେ 50ଟି ମଇଁଷି ଥିବା ଦିନକୁ 100ରୁ 150 ଲିଟର ବିକ୍ରି ହେବା ସହ ପ୍ରତିଦିନ ଚାରିରୁ ପାଞ୍ଚ ହଜାର ରୋଜଗାର ହୋଇଥାଏ ।"
ତେବେ ଗଣେଶରାଓ ବେଦ୍ରେଙ୍କ ସ୍ମୃତିରେ ପ୍ରତିବର୍ଷ ବିଡରେ କୃଷି ମହୋତ୍ସବ ଆୟୋଜିତ ହୋଇଥାଏ । ତେବେ ଚଳିତ ବର୍ଷ ଏହି ମହୋତ୍ସବରେ ପ୍ରାୟ 180 ଷ୍ଟଲ ଲାଗିଛି । ଏଥିରେ କୃଷକମାନଙ୍କ ପାଇଁ ଉପଯୋଗୀ ସମସ୍ତ ସାମଗ୍ରୀ ସହିତ ବିଭିନ୍ନ ଉପକରଣର ଷ୍ଟଲ୍ ରହିଥିଲା । କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି, କୃଷକମାନଙ୍କ ମଧ୍ୟରେ ପଶୁପାଳନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ମୁଖ୍ୟ ଆକର୍ଷଣ ଭାବେ କର୍ଣ୍ଣାଟକ ରାଜ୍ୟର ବେଲଗାମ୍ରୁ ଗଜେନ୍ଦ୍ର ନାମକ ମଇଁଷିକୁ ଅଣାଯାଇଥିଲା। ଏନେଇ ଆୟୋଜକ ମହେଶ ବେନ୍ଦ୍ରେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ