ETV Bharat / bharat

Mission Gaganyaan; ଆଉ ପାଦେ ଆଗେଇଲା ଇସ୍ରୋ

ଯୋଜନା ଅନୁସାରେ ଆସନ୍ତା ବର୍ଷ (2022)ରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଘୋଷଣା କରିଛି ଇସ୍ରୋ । ଏହି ମିଶନ ପାଇଁ ଭାରତୀୟ ବାୟୁସେନାର 4 ଜଣ ଦକ୍ଷ ପାଇଲଟଙ୍କୁ ଚୟନ କରାଯାଇଛି । ଏହାସହ ସେମାନେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଋଷ ମସ୍କୋ ସହର ନିକଟସ୍ଥ ୟୁରି ଗାଗାରିନ ରିସର୍ଚ୍ଚ ଆଣ୍ଡ ଟେଷ୍ଟ ସେଣ୍ଟରରେ ତାଲିମ ନେଉଛନ୍ତି ।

author img

By

Published : Jul 15, 2021, 10:57 AM IST

Mission Gaganyaan
Mission Gaganyaan

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଗାମୀ ଗଗନଯାନ ପ୍ରକଳ୍ପକୁ ମିଳିଲା ବଡ ସଫଳତା । ଆଉ ଏହି ସଫଳତା ହେଉଛି ‘ଲିକ୍ବିଡ ପ୍ରୋପେଲେଟ ଡେଭଲପ ଇଞ୍ଜିନ’ ବା ବିକାଶ ଇଞ୍ଜିନ । ଏହି ଇଞ୍ଜିନ ଏହାର ‘ଲଙ୍ଗ ଡ୍ୟୁରେସନ ହଟ ଟେଷ୍ଟ’ ସଫଳତାର ସହ ସଫଳ ହୋଇଛି ।

ଏହାକୁ ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷଣ ଗଗନଯାନ ପ୍ରକଳ୍ପର ଇଞ୍ଜିନ ଯୋଗ୍ୟତା ଓ ଜରୁରୀ GSLB MK- 3 ଟାଇପର ଯାନ ଓ L-110 ତରଳ ପର୍ଯ୍ୟାୟରେ ଏହା ସହଯୋଗ କରିବ । ଇସ୍ରୋ ଆହୁରି କହିଛି ଯେ ଏହି ପ୍ରୋପଲୋଶନ (IPRC)ର ପରୀକ୍ଷଣ ମହେନ୍ଦ୍ରଗିରି ତାମିଲନାଡୁରେ ହୋଇଛି । ପରୀକ୍ଷଣ ସେଣ୍ଟରରେ 240 ସେକେଣ୍ଡ ପାଇଁ ଫାୟାର କରାଯାଇଥିଲା । ପରୀକ୍ଷଣର ଉଦ୍ଦେଶ୍ୟ ସଫଳ ହୋଇଥିବା ବେଳେ ପରୀକ୍ଷଣ ବେଳେ ନିର୍ଦ୍ଧାରିତ ହୋଇଥିବା ସମୟସୀମା ମଧ୍ୟରେ ଏହାର ଇଞ୍ଜିନ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା ।

ଆସନ୍ତାବର୍ଷ ଅନ୍ତରୀକ୍ଷକୁ ମାନବ ପଠାଇବ ଭାରତ...

ଯୋଜନା ଅନୁସାରେ ଆସନ୍ତା ବର୍ଷ (2022)ରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଘୋଷଣା କରିଛି ଇସ୍ରୋ । ଏହି ମିଶନ ପାଇଁ ଭାରତୀୟ ବାୟୁସେନାର 4 ଜଣ ଦକ୍ଷ ପାଇଲଟଙ୍କୁ ଚୟନ କରାଯାଇଛି । ଏହାସହ ସେମାନେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଋଷ ମସ୍କୋ ସହର ନିକଟସ୍ଥ ୟୁରି ଗାଗାରିନ ରିସର୍ଚ୍ଚ ଆଣ୍ଡ ଟେଷ୍ଟ ସେଣ୍ଟରରେ ତାଲିମ ନେଉଛନ୍ତି ।

ସ୍ବାଧୀନତାର 75 ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବ ଗଗନଯାନ...

ଭାରତ ସରକାରଙ୍କ ଯୋଜନା ଅନୁସାରେ ଦେଶ ସ୍ବାଧିନ ହେବାର 75 ବର୍ଷପୂର୍ତ୍ତିକୁ ଅଧିକ ସ୍ମରଣୀୟ ଓ ସ୍ବତନ୍ତ୍ର ଏହା ଜରିଆରେ କରାଯିବ । ଏଥି ପାଇଁ ଆସନ୍ତା ବର୍ଷ 2022ରେ ମହାକାଶକୁ 4 ଜଣ ମହାକାଶଚାରୀଙ୍କୁ 5 ରୁ 7 ଦିନ ପାଇଁ ପଠାଇବାକୁ ଯୋଜନା କରିଛି ଇସ୍ରୋ । ବର୍ଷ 2018 ସ୍ବାଧିନତା ଦିବସରେ ରାଷ୍ଟ୍ରକୁ ସମ୍ବୋଧନ କରି ଏହି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଇସ୍ରୋ ଏହି ପ୍ରକଳ୍ପର କାମ ଜୋରଦାର କରିଛି ।

କୋରୋନା କଲା ଯୋଜନାକୁ ବଣା...

ବିଶ୍ବରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କୋରୋନାର ସିଧାସଳଖ ପ୍ରଭାବ ଇସ୍ରୋ ଉପରେ ମଧ୍ୟ ପଡିଛି । ଇସ୍ରୋର ଯୋଜନା ଅନୁସାରେ ଡିସେମ୍ବର 2020ରେ ଗୋଟିଏ ଯାନ, ଜୁଲାଇ 2021ରେ ଦ୍ବିତୀୟ, ଡିସେମ୍ବର 2021ରେ ତୃତୀୟ ଯାନ ସହ 2022ରେ ପ୍ରଥମ ମାନବ ଯାନ ଅନ୍ତରୀକ୍ଷକୁ ପଠାଇବା ପାଇଁ ଯୋଜନା କରିଥିଲା । ସେହି ଅନୁସାରେ ମଧ୍ୟ କାମ ଆରମ୍ଭ ହୋଇଥିଲା । ତେବେ ମହାମାରୀ ପ୍ରଭାବରେ ଇସ୍ରୋର ସମସ୍ତ ଯୋଜନା ବାଟ ବଣା ହୋଇଯାଇଥିଲା । ପୁଣି ଥରେ ଯୋଜନାକୁ ସାକାର କରିବା ପାଇଁ ନୂଆ ସମୟ ସାରଣୀ ଅନୁସାରେ ସମସ୍ତ ପ୍ରକଳ୍ପର କାମ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.