ETV Bharat / bharat

Bipin Rawat Funeral: ଆଜି ଦିଲ୍ଲୀରେ ପହଞ୍ଚିବ CDS ବିପିନ ରାୱତ ପାର୍ଥିବ ଶରୀର

author img

By

Published : Dec 9, 2021, 8:33 AM IST

ଗତକାଲି (ବୁଧବାର) ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଏଥିଲେ ସିଡିଏସ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣଙ୍କର ନିଧନ ହୋଇଛି । ଆଜି(ଗୁରୁବାର) ସିଡିଏସଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ । ଗତକାଲି ଅର୍ଥାତ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଅଧିକ ପଢନ୍ତୁ

ଆଜି ଦିଲ୍ଲୀରେ ପହଞ୍ଚିବ ସିଡିଏସ ବିପିନ ରାୱତ ପାର୍ଥିବ ଶରୀର, ଶୁକ୍ରବାର ଶେଷକୃତ୍ୟ

ନୂଆଦିଲ୍ଲୀ: ଦୋହଲି ଗଲା ଦେଶ । ସ୍ତବ୍ଧ ହୋଇଗଲା ସବୁ କିଛି । ଲୁହରେ ଭିଜିଲା ପ୍ରତିଟି ଦେଶବାସୀଙ୍କ ଆଖି । ଯେତେବେଳେ ଖବର ପ୍ରସାରିତ ହେଲା ଦେଶର ପ୍ରଥମ ସିଡିଏସ ବିପିନ ରାୱତ (CDS Bipin rawat) ଆଉ ନାହାନ୍ତି । ଗତକାଲି (ବୁଧବାର) ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଏଥିଲେ ସିଡିଏସ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣଙ୍କର ନିଧନ ହୋଇଛି । ଆଜି(ଗୁରୁବାର) ସିଡିଏସଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ । ଗତକାଲି ଅର୍ଥାତ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମରଶରୀର ଗୁରୁବାର ସନ୍ଧ୍ୟା ସୁଦ୍ଧା ସାମରିକ ବିମାନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ। ଶୁକ୍ରବାର ସେମାନଙ୍କ ବାସଭବନକୁ ନିଆଯିବ । ସକାଳ 11 ଟାରୁ ପୂର୍ବାହ୍ନ 2 ଟା ପର୍ଯ୍ୟନ୍ତ ଲୋକଙ୍କୁ ଶେଷ ଦର୍ଶନ କରିବାକୁ ଅନୁମତି ଦିଆଯିବ । ଏହା ପରେ କାମରାଜ ମାର୍ଗରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବରାହ ଚୌରାହା ଶ୍ମଶାନ ଘାଟକୁ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ । ଅନ୍ତିମ ସଂସ୍କାରରେ ତାଙ୍କ ସାନ ଭାଇ ଭଉଣୀ ଉପସ୍ଥିତ ରହିବେ ।

୩ ଦିନ ରାଷ୍ଟ୍ରୀୟ ଶୋକ...

ସିଡିଏସ ବିପିନ ରାୱତ (CDS Bipin rawat)ଙ୍କ ଦେହାନ୍ତରେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳିବ ଉତ୍ତରାଖଣ୍ଡ । ଏ ନେଇ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମୀ । ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ପରିବାର ପ୍ରତି ମୋର ସମବେଦନା ବୋଲି କହିଛନ୍ତି ପୁଷ୍କର ସିଂ ଧାମୀ । ପ୍ରକାଶ ଥାଉ କି ଉତ୍ତରାଖଣ୍ଡର ପଉରୀ ଗଡୱାଲରେ ଜନ୍ମଗ୍ରହଣ କରିଥିଲେ । ରାଓ୍ବତଙ୍କ ବାପା ଲକ୍ଷ୍ମଣ ସିଂ ରାଓ୍ବତ ମଧ୍ୟ ଭାରତୀୟ ସେନାରେ ଏକ ଉଚ୍ଚପଦସ୍ଥ ପଦବୀରେ ନିୟୋଜିତ ଥିଲେ । ବାପାଙ୍କ ପରେ ସେ ମଧ୍ୟ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

CCS ବୈଠକରେ ଶ୍ରଦ୍ଧାଞ୍ଜଳି...

ବିପିନ ରାୱତଙ୍କ ନିଧନରେ ସିସିଏସର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଏହି ବୈଠକରେ ଉପସ୍ଥିତ ଥିଲେ । ଦୁର୍ଘଟଣାର ଜୀବନ ହାରିଥିବା ସମସ୍ତଙ୍କ ପାଇଁ ୨ ମିନିଟ ଧରି ପ୍ରାର୍ଥନା କରାଯାଇଥିଲା । ଆଜି ଦୁର୍ଘଟଣା ନେଇ ଉଭୟ ଗୃହରେ ବିବୃତ୍ତି ରଖିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.