ETV Bharat / bharat

Pegasus ମାମଲାର ଯାଞ୍ଚ କରିବ ଫ୍ରାନ୍ସ

ପେଗାସସ ଫୋନ ଟ୍ୟାପିଂ ମାମଲାର ଯାଞ୍ଚ କରିବ ଫ୍ରାନ୍ସ । ଗଠନ ହୋଇସାରିଛି ଯାଞ୍ଚ କମିଟି ।

Pegasus ମାମଲାର ଯାଞ୍ଚ କରିବ ଫ୍ରାନ୍ସ
Pegasus ମାମଲାର ଯାଞ୍ଚ କରିବ ଫ୍ରାନ୍ସ
author img

By

Published : Jul 20, 2021, 8:49 PM IST

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ବକୁ ଦୋହଲାଇ ଦେଇଛି ପେଗାସସ ଫୋନ ଟ୍ୟାପିଂ ମାମଲା । ଏହି ମାମଲାର ଯାଞ୍ଚ କରିବ ଫ୍ରାନ୍ସ । ଏନେଇ ଗଠନ ହୋଇସାରିଛି ଯାଞ୍ଚ କମିଟି । ପେଗାସସ ଜାସୁସି ମାମଲାର ଯାଞ୍ଚ ଫ୍ରାନ୍ସ କରିବା ନେଇ ସୂଚନା ଦେଇଛି ସମ୍ବାଦ ସରବରାହ ସଂସ୍ଥା ଏଏଫପି ।

ଅନ୍ତରାଷ୍ଟ୍ରୀୟ ମିଡିଆ ପକ୍ଷରୁ ହୋଇଥିବା ଖୁଲାସାରେ ପେଗାସସ ସ୍ପାଇୱେୟାର ସହାଯ୍ୟରେ ପାଖାପାଖି ୧୦୦୦ ପ୍ରାନ୍ସ ନାଗରିକଙ୍କୁ କରାଯାଇଥିଲା ଖୁଲାସା । ଏଥିରେ ୩୦ ଜଣ ସାମ୍ବାଦିକଙ୍କ ସମେତ ଗଣମାଧ୍ୟମର ବଡବଡ ଚେହେରା ସାମିଲ ଅଛନ୍ତି ।

ଫ୍ରାନ୍ସର ଯେଉଁ କମ୍ପାନୀ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି, ଏହାସହ ଜଡିତ ସାମ୍ବାଦିକଙ୍କ ଫୋନ ମଧ୍ୟ ହ୍ୟାକ ହୋଇଥିବା ଦାବି କରାଯାଉଛି । ଏପଟେ ଭାରତରେ ବିରାଟ ବିବାଦର ରୂପ ନେଉଛି ପେଗାସସ ସ୍ପାଇୱେୟାର ବିବାଦ । ଏହାର ଟାର୍ଗେଟରେ ଭାରତର ବଡବଡ ନେତାମନ୍ତ୍ରୀ ରହିଥିବା ଜାତୀୟ ଗଣମାଧ୍ୟମରେ ରପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ରାଜନୀତିରେ ସୃଷ୍ଟି ହୋଇଛି ଝଡ ।

ଫୋନ ଟ୍ୟାପିଂ ନେଇ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାମ୍ନାକୁ ଆସିଥିଲା ସଙ୍ଗୀନ ଅଭିଯୋଗ । ପେଗାସସ(Pegasus) ସଫ୍ଟୱେୟାର ବ୍ୟବହାର କରି ଭାରତରେ ଅନେକ ସାମ୍ବାଦିକ, ନେତାମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ହ୍ୟାକ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ମିଡିଆରେ ଦାବି ହୋଇଥିଲା । ପେଗାସସ ଜରିଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବଡବଡ ରାଜନେତା ମନ୍ତ୍ରୀ ତଥା ଭିଭିଆଇପିଙ୍କ ଫୋନ ଟ୍ୟାପ ହୋଇ ଜାସୁସି କରାଯାଇଥିବା ଅଭିଯୋଗ ହେଉଛି । ଏହି ପେଗାସସର ହିଟଲିଷ୍ଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫୋନ ନମ୍ବର ମଧ୍ୟ ରହିଛି ।

ଏପେଟେ ରିପୋର୍ଟରେ ହୋଇଥିବା ଦାବିକୁ ଖଣ୍ଡନ କରିସାରିଛନ୍ତି କେନ୍ଦ୍ର ସରକରା । ଭାରତର ଛବି ବିଗାଡିବାକୁ ଏଭଳି ଷଡଯନ୍ତ୍ର କରାଯାଇଥିବା ସରକାର କହିଛନ୍ତି । ମାତ୍ର ବିରୋଧୀ ଆକ୍ରାମକ ଆଭିମୁଖ୍ୟ ଆପଣାଇ ସରକାରଙ୍କୁ ଘେରିବା ସହ ଏହା ଉପରେ ଚର୍ଚ୍ଚା ନହେବାଯାଏଁ ମୋସୁମୀ ଅଧିବେଶନ ନ ଚଳାଇଦେବାକୁ ଅଡିବସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.