ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରିଏସି ଜିଲ୍ଲାରେ 1.5 କିଲୋଗ୍ରାମର ସୁନା ବିସ୍କୁଟ ଜବତ । ଘଟଣାରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସରକାରୀ ସୂତ୍ରରୁ ରବିବାର ସୂଚନା ମିଳିଛି ।
ଏହି ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗର ଅଂଶ ଥିଲେ । ଯାହା ଗୌହାଟିରୁ ସୁନା ଆଣି ଦେଶର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଏପରିକି କାତ୍ରାରେ ବି ସେମାନେ ଏହି କାରବାର କରୁଥିଲେ । ଯାହା ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ମୂଳ ଶିବିର ଅଟେ । କାତ୍ରା ପୋଲିସ ଏହି ଗ୍ୟାଙ୍ଗ ବିଷୟରେ ସୂଚନା ପାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ ହେବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ପୋଲିସ ଖୋଳତାଡ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ