ETV Bharat / bharat

CRPF ଶିବିରରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ 4 ଯବାନ ମୃତ, 3 ଗୁରୁତର - ଛତିଶଗଡ଼ ସୁକମା ଜିଲ୍ଲାର ଲିଙ୍ଗମପଲ୍ଲୀ CRPF ଶିବିର

ଛତିଶଗଡ଼ ସୁକମା ଜିଲ୍ଲାର ଲିଙ୍ଗମପଲ୍ଲୀ CRPF ଶିବିରରେ ଗୁଳିକାଣ୍ଡ । ଯବାନଙ୍କ ଗୁଳିରେ 4 ଯବାନ ମୃତ, 3 ଗରୁତର । ଅଧିକ ପଢନ୍ତୁ...

CRPF ଶିବିରରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ 4 ଯବାନ ମୃତ, 4 ଗରୁତର

author img

By

Published : Nov 8, 2021, 8:29 AM IST

Updated : Nov 8, 2021, 9:39 AM IST

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଲିଙ୍ଗମପଲ୍ଲୀ CRPF ଶିବିରରେ ଗୁଳିକାଣ୍ଡ । ସାଥୀ ଯବାନଙ୍କ ଉପରକୁ ସର୍ଭିସ ବନ୍ଧୁକରୁ ଯବାନଙ୍କ ଗୁଳି ବର୍ଷା । ତେଲେଙ୍ଗାନାର ଭଦ୍ରାଚଳମ ହସ୍ପିଟାଲରେ 4 ଯବାନଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଏପଟେ ଅନ୍ୟ 3 ଯବାନ ସଂଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଛତିଶଗଡର ରାଜ୍ୟ ରାଜଧାନୀ ରାୟପୁର ଠାରୁ ପ୍ରାୟ 400 କିଲୋମିଟର ଦୂରରେ ଥିବା ସୁକୁମାର ମରାଇଗୁଡ଼ା ଥାନା ଅନ୍ତର୍ଗତ ଲିଙ୍ଗନପଲ୍ଲୀ CRPF ବାଟାଲିୟନ-50ରେ ଘଟିଛି ଏଭଳି ଅଘଟଣ । ଏହି ଘଟଣା ଆଜି(ସୋମବାର) ଭୋର 3.30 ମିନିଟରେ ତେଲେଙ୍ଗାନା ଏବଂ ଛତିଶଗଡ ସୀମାରେ ଘଟିଥିଲା।

CRPF ଶିବିରରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ 4 ଯବାନ ମୃତ, 4 ଗୁରୁତର

ସୂଚନାମୁତାବକ, ଦୀପାବଳି ଛୁଟିକୁ ନେଇ ବିବାଦ ହୋଇଥିଲା । ଯେଉଁଥିରେ ରିତେଶ ରଞ୍ଜନ ନାମକ ଜଣେ CRPF ଯବାନ ତାଙ୍କ ସହକର୍ମୀଙ୍କୁ ଗୁଳି କରିଥିଲେ । ଏହି ଘଟଣାରେ ରାଜାମଣି ଯାଦବ, ଧନଜୀ ଓ ରାଜୁମଣ୍ଡଲଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଏବଂ ଅନ୍ୟ 4 ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଭଦ୍ରାଚଳମ ଏରିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ।

ଚିକିତ୍ସାଧିନ ଯବାନଙ୍କ ମଧ୍ୟରେ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତିନି ଆହତ ହେଲେ ଧନୁଞ୍ଜୟ କୁମାର ସିଂ, ଧର୍ମାତ୍ମା କୁମାର, ମାଲ୍ଲିହା ରଞ୍ଜନ ମହାରଣା । ତେବେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟରରେ ହାଇଦ୍ରାବାଦ ନିଆଯାଇଥିବା ଜଣାପଡିଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ରିତେଶ ରଞ୍ଜନ ନାମକ ଜଣେ ଯବାନ ତାଙ୍କ ସର୍ଭିସ ବନ୍ଧୁକ AK-47 ରାଇଫଲରୁ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯବାନଙ୍କୁ କାବୁ କରାଯାଇ ପଚରାଉଚରା ଚାଲିଛି ।

ବ୍ୟୁରୋ ଇନପୁଟ୍‌ ସହ ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated : Nov 8, 2021, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.