ନୂଆଦିଲ୍ଲୀ: ମୃତ୍ୟୁର ନଥିଲା କୌଣସି ଡର । ଆତଙ୍କବାଦୀଙ୍କ ଆଖିରେ ଆଖି ମିଶାଇ ଦେଉଥିଲେ କଡା ଜବାବ । ଲକ୍ଷଚ୍ୟୁତ ହେଉନଥିଲା ତାଙ୍କ ବନ୍ଧୁକର ଗୁଳି । ହେଲେ ମହାମାରୀରେ ହାରିଗଲେ ଯୋଦ୍ଧା । ଆଉ ଲିଭିଗଲା ଜୀବନ ଦୀପ ।
ମହାମାରୀ କୋରୋନା ଯୋଗୁଁ ପୂର୍ବତନ NSG ଡିଜି ଜେନେରାଲ ଜେକେ ଦତ୍ତଙ୍କର ଦେହାନ୍ତ ହୋଇଛି । 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କମାଣ୍ଡୋ ଫୋର୍ସର ନେତୃତ୍ବ ନେଇଥିଲେ ଜେନେରାଲ ଜେକେ ଦତ୍ତ ।
72 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଜେକେ ଦତ୍ତ । ପରିବାର ପକ୍ଷରୁ ତାଙ୍କ ମୃତ୍ୟୁକୁ ନେଇ ଦିଆଯାଇଛି ସୂଚନା । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଜେକେ ଦତ୍ତଙ୍କ ଅକ୍ସିଜେନ ସ୍ତର ଧିରେ ଧିରେ କମି ଆସୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ ।