ETV Bharat / bharat

ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଦେଇ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ - ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ

ଭିଜିଲାନ୍ସ ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରା । ଅଧିକ ପଢନ୍ତୁ

ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଦେଇ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ

author img

By

Published : Oct 16, 2022, 1:57 PM IST

ଚଣ୍ଡିଗଡ: ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଦେବା ପଡିଲା ମହଙ୍ଗା । ବନ୍ଧା ହେଲେ ପଞ୍ଜାବର ପୂର୍ବତନ ମନ୍ତ୍ରୀ । ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତା ସୁନ୍ଦର ଶ୍ୟାମ ଅରୋରା(Sunder Sham Arora) ଗିରଫ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ବ୍ୟୁରୋ ତାଙ୍କୁ ଜିରାକପୁରରୁ ଗିରଫ କରିଛି । କୌଣସି ମାମଲାର ରଫାଦଫା ପାଇଁ ସେ ଏଆଇଜି ଭିଜିଲାନ୍ସ ମନମୋହନ କୁମାର(AIG Vigilance Manmohan Kumar)ଙ୍କୁ ୫୦ ଲକ୍ଷ ଦେବା ସମୟରେ ଧରା ପଡିଛନ୍ତି ।

ଭିଜିଲାନ୍ସ ନିର୍ଦ୍ଦେଶକ ବରିନ୍ଦର କୁମାରଙ୍କ କହିବାନୁଯାୟୀ, ସୁନ୍ଦର ଶ୍ୟାମ ଅରୋରାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ସହ ମନ୍ତ୍ରୀ ଥିବାବେଳେ ଏକ ଦୁର୍ନୀତି ମାମଲା ରହିଛି । ଭିଜିଲାନ୍ସ ଏହି ମାମଲାରେ ତଦନ୍ତ କରୁଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ସେ ଏଆଇଜି ଭିଜିଲାନ୍ସ ମନମୋହନ କୁମାରଙ୍କୁ ଲାଞ୍ଚ ଭାବେ ୧ କୋଟି ଟଙ୍କା ଦେବାକୁ ଚେଷ୍ଟା କରିଥିଲେ । ଏ ସମ୍ପର୍କରେ AIG ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।

ସେ AIGଙ୍କୁ ପ୍ରଥମ କିସ୍ତି ଭାବେ ୫୦ ଲକ୍ଷ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଟଙ୍କା ସହିତ ତାଙ୍କୁ ଗିରଫ କରାଯିବା ସଙ୍ଗେ ସଙ୍ଗେ ନେତାଙ୍କ ପିଏକୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଛି । ଆଜି ଶ୍ୟାମ ସୁନ୍ଦରଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନିଆଯିବ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି, ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି: AIMIM ନେତା

ପ୍ରକାଶଥାଉ କି, କ୍ୟାପ୍‌ଟେନ ସରକାର(Captain Government of Congress) ସମୟରେ ସୁନ୍ଦର ଶ୍ୟାମ ଅରୋରା କ୍ୟାବିନେଟ ମନ୍ତ୍ରୀ ଥିଲେ । ଚରଣଜିତ୍ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ପରେ ସେ କ୍ୟାବିନେଟରୁ ବାହାରି ଥିଲେ । ନିକଟରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.