ETV Bharat / bharat

2 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ 5 ପୋଲିସ କର୍ମୀ, 37 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

author img

By

Published : Aug 3, 2023, 8:42 PM IST

2 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ 5 ପୋଲିସ କର୍ମୀ । 37 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ । ଗାଡି ଚେକିଂ ବେଳେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

2 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ 5 ପୋଲିସ କର୍ମୀ, 37 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ
2 ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ 5 ପୋଲିସ କର୍ମୀ, 37 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବେଳେବେଳେ ଅତି ବିଳମ୍ବିତ ନ୍ୟାୟ ନେଇ ଚର୍ଚ୍ଚିତ ଖବର ଆସେ । ତେବେ ସେହିପରି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଆଜକୁ 37 ବର୍ଷ ପୂର୍ବେ ଲାଞ୍ଚ ନେଇ ଗିରଫ ହୋଇଥିବା 5 ପୋଲିସ କର୍ମୀଙ୍କୁ ଭାଗଲପୁର କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ହେଲେ ଏହି ଲାଞ୍ଚ ପରିମାଣ ଆପଣଙ୍କୁ ଚକିତ କରିଦେବ । ମାତ୍ର ଦୁଇ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେତେବେଳେ 5 ପୋଲିସ କର୍ମୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ପ୍ରାୟ 3 ଦଶନ୍ଧି ଧରି ଚାଲିଲା ।

1986 ମହିହା ଜୁନ 10ରେ ଘଟିଥିଲା ଘଟଣା:-

ଘଟଣାଟି 1986 ମସିହା ଜୁନ 10 ରାତିରେ ଘଟିଲା । ବେଗୁସରାଇ ଜିଲ୍ଲାର ଏକ ଚେକିଂ ପୋଷ୍ଟରେ ଗାଡି ଚେକିଂରେ ସ୍ଥାନୀୟ ପୋଲିସର ଏକ ଟିମ୍‌ ନିୟୋଜିତ ହୋଇଥିଲା । ଜଣେ ଅଧିକାରୀଙ୍କ ସମେତ 5ଜଣ ପୋଲିସ କର୍ମଚାରୀ ଗାଡିଗୁଡିକ ଚେକିଂ କରୁଥିଲେ । ଏହି ସମୟରେ, ଏହି କର୍ମଚାରୀମାନେ କୌଣସି ଏକ ଗାଡ଼ି ଡ୍ରାଇଭରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏହି ପୋଲିସ ଟିମ୍‌ ମାତ୍ର 2 ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା ।

ସମସ୍ତ 5 ଅଧିକାରୀ ଓ କର୍ମଚାରୀଙ୍କୁ ତତ୍କାଳୀନ ଏସପି ଅରବିନ୍ଦ ବର୍ମା କାର୍ଯ୍ୟରୁ ନିଲମ୍ବିତ କରିବା ସହ ଗିରଫ କରିଥିଲେ । ଏକ ଲାଞ୍ଚ ମାମଲା ଦାଖଲ ହୋଇ ସମସ୍ତଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ପରେ ସେମାନଙ୍କ ଜାମିନ ନାମଞ୍ଜୁର ହେବା ସହ ସେମାନଙ୍କୁ ଜେଲ ପଠା ଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ବେଲ୍‌ ମିଳିବା ସହ ମାମଲାର ଶୁଣାଣି ଜାରି ରହିଥିଲା ।

ଏହା ମଧ୍ୟ ପଢନ୍ତୁ:- ୨ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା: ୨୩ ବର୍ଷୀୟ ଯୁବକକୁ ମିଳିଲା ଫାଶୀ ଦଣ୍ଡ

37 ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ :

ଆଜି ପ୍ରାୟ 37 ବର୍ଷ ପରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ନିର୍ଦ୍ଦୋଷରେ ଖଲାସ ହୋଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ରାମରତ ଶର୍ମା, କୈଳାଶ ଶର୍ମା, ଜ୍ଞାନୀ ଶଙ୍କର, ଯୁଗେଶ୍ୱର ମହତୋ ଏବଂ ରାମ ବାଳକ ରାୟ ଅଛନ୍ତି । ତେବେ ସେମାନଙ୍କ ବିରୋଧରେ ସାକ୍ଷ ପ୍ରମାଣ ଅଭାବରୁ ସମସ୍ତଙ୍କୁ ଖଲାସ କରିବା ପାଇଁ ଭାଗଲପୁର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାତ୍ର 2 ଟଙ୍କା ଲାଞ୍ଚ ପାଇଁ 5 ପୋଲିସ କର୍ମୀଙ୍କ ବିରୋଧରେ ମାମଲା ଚଳାଇବା ଦୀର୍ଘ 3 ଦଶନ୍ଧି ଧରି ନେଇ ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.