ନୂଆଦିଲ୍ଲୀ: ଶେଷ ହେଲା ପ୍ରତିକ୍ଷାର ଅନ୍ତ । କୋରୋନାକୁ ପ୍ରତିହିତ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଲା କୋରୋନା ଟୀକା । ଦେଶର ପ୍ରଥମ ସହରରେ ପହଞ୍ଚିଛି କୋଭିଶିଲ୍ଡ । ଆଜି ଭୋର 5ଟାରୁ ପୁନେରୁ ଦିଲ୍ଲୀ ପଠାଯାଇଥିଲା । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ 456 ବକ୍ସ କୁ 13ଟି ସ୍ଥାନକୁ ବିତରଣ କରାଯାଇଛି । ପ୍ରଥମ ସହରର ଭାବେ ଦିଲ୍ଲୀରେ ପୂର୍ବାହ୍ନ 10 ଟାରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି । ଏହି ଭ୍ୟାକସିନକୁ କୋଲ୍ଡ ଷ୍ଟୋରରେ ରଖାଯିବ । ଟୀକାକରଣ ସମୟରେ ଏହାକୁ କେନ୍ଦ୍ରକୁ ପଠାଯିବ ।
ଦିଲ୍ଲୀ ସମେତ ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହ୍ବାଟୀ, ଲକ୍ଷ୍ନୌ, ଚଣ୍ଡୀଗଡ ଏବଂ ଭୁବନେଶ୍ବରକୁ ପରିବହନ କରାଯାଇଛି । ଏଥିପାଇଁ 8 ବିମାନ,2 ଟି କାର୍ଗୋ ବିମାନ ଦ୍ବାରା ଟୀକା ପଠାଯାଇଛି ।
ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ 16ରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ । ପ୍ରଥମେ ତିନି କୋଟି ସ୍ବାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦିଆଯିବ ଟୀକା । ସମସ୍ତ ରାଜ୍ୟକୁ ଏହା ମାଗଣାରେ ଯୋଗାଇ ଦିଆଯିବ । ସରକାର ସେରମ ଇନଷ୍ଟିଚ୍ୟୁଟରୁ ମାତଚ୍ର 200 ଟଙ୍କାରେ କିଣିଛନ୍ତି । ଡିସିଜିଆଇ ପକ୍ଷରୁ ସେରମ ଇନଷ୍ଟ୍ୟୁଚଟ ଦ୍ବାରା ପ୍ରସ୍ତୁତ କୋଭିଶିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଏହାର ଯୋଗାଣ ଆରମ୍ଭ ହୋଇଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ