ETV Bharat / bharat

Punjab Assembly Polls: ୨୫ରୁ ପଞ୍ଜାବରେ ନାମାଙ୍କନ ଆରମ୍ଭ - ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଘୋଷଣା ହୋଇଛି । ଜାନୁଆରୀ ୨୫ ତାରିଖରେ ଆଶାୟୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ଅଧିକ ପଢ଼ନ୍ତୁ

filling of nomination in punjab to start from january 25
Punjab Assembly Polls: ଜାନୁଆରୀ ୨୫ରୁ ପଞ୍ଜାବରେ ନାମାଙ୍କନ ଆରମ୍ଭ
author img

By

Published : Jan 24, 2022, 7:00 AM IST

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ତାରିଖ ଘୋଷଣା ହୋଇଛି । ଜାନୁଆରୀ ୨୫ ତାରିଖରେ ଆଶାୟୀମାନେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହାକୁ ନେଇ ପଞ୍ଜାବ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।

ଏହାପରେ ଫେବ୍ରୁଆରୀ ୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଫେବ୍ରୁଆରୀ ୪ ତାରିଖ ସୁଦ୍ଧା ଆଶାୟୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ । ଜାନୁଆରୀ ୨୫ ତାରିଖରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ ।

ସେହିଭଳି ପ୍ରାର୍ଥୀପତ୍ର ଦାଖଲ ପାଇଁ ସ୍ବତନ୍ତ୍ର ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଆଶାୟୀମାନେ ପ୍ରାର୍ଥୀପତ୍ର ଦାଖଲ କରି ପାରିବେ । ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଶାୟୀଙ୍କ ପଞ୍ଜାବରେ ଯେକୌଣସି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାମ ରହିବା ଆବଶ୍ୟକ ।

ତା ସହିତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଧିକାରୀଙ୍କ ସମ୍ମୁଖରେ ଏକ ଶପଥ ମଧ୍ୟ ନେବେ । ଜାନୁଆରୀ ୨୬ ତାରିଖ ଛୁଟି ଥିବାରୁ କୌଣସି ପ୍ରାର୍ଥୀ ସେହି ଦିନ ପ୍ରାର୍ଥୀପତ୍ର ଦାଖଲ କରି ପାରିବେ ନାହିଁ । ଜାନୁଆରୀ ୮ ତାରିଖରୁ ପଞ୍ଜାବରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆସନ୍ତା ବିଧାନସଭା ନିର୍ବାଚନରେ ପଞ୍ଜାବରେ ମୋଟ ୨ କୋଟି ୧୨ ଲକ୍ଷ ୭୫ ହଜାର ୬୬ ଭୋଟର ନିଜ ମତ ସାବ୍ୟସ୍ତ କରିବେ ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.