ETV Bharat / bharat

20 ଟଙ୍କିଆ ଚିରା ନୋଟ୍ ପାଇଁ ନିଜକୁ ନିଆଁ ଲଗାଇଲେ ଦୁଇ ମହିଳା, ଜଣେ ମୃତ - ଚାଲିଗଲା ମହିଳାଙ୍କ ଜୀବନ

ଚିରା 20 ଟଙ୍କା ପାଇଁ ଲାଗିଲା ଖଣ୍ଡଯୁଦ୍ଧ । ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ଥିବା ଗୀତା କ୍ୟାମ୍ପରେ । ଅଧିକ ପଢ଼ନ୍ତୁ

20 ଟଙ୍କା ପାଇଁ ଲାଗିଲା ଖଣ୍ଡଯୁଦ୍ଧ : ମହିଳା ମୃତ

author img

By

Published : Oct 25, 2022, 10:43 PM IST

ବେଙ୍ଗାଲୁରୁ: ଚିରା 20 ଟଙ୍କା ପାଇଁ ଲାଗିଲା ଖଣ୍ଡଯୁଦ୍ଧ । ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଘଟଣ ଘଟିଛି କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ଥିବା ଗୀତା କ୍ୟାମ୍ପରେ । ସୂଚନାନୁସାରେ ଆଜି ସକାଳେ ରୁକ୍କମା ଓ ମାଲାମା ନାମକ ଦୁଇ ମହିଳା ଗୀତା କ୍ୟାମ୍ପକୁ ଯାଇଥିଲେ ।

ମାଲାମା ଗୀତା କ୍ୟାମ୍ପରେ ଏକ ଦୋକାନ କରି ବ୍ୟବସାୟ କରୁଥିଲେ । ଆଜି ସକାଳେ ମାଲାମାଙ୍କ ଦୋକାନକୁ ରୁକ୍କମାଙ୍କର ଝିଅ ଯାଇଥିଲା । ସେଠାରେ ମାଲାମା ରୁକ୍କମାଙ୍କ ଝିଅକୁ 20 ଚଙ୍କାର ଏକ ଚିରା ନୋଟ ଦେଇଥିଲା । ଏହାକୁ ନେଇ ରୁକ୍କମା ରାଗି ଯାଇଥିଲେ । ଏହା ପରେ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।

ତେବେ ଗଣ୍ଡଗୋଳ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ପାଖରେ ଥିବା ପେଟ୍ରୋଲ କାଢ଼ି ଉଭୟ ଉଭୟଙ୍କ ଉପରେ ଫିଙ୍ଗାଫିଙ୍ଗି ହୋଇଥିଲେ । ଏହାପରେ ଦୋକାନରେ ଲାଗିଥିବା ଲଣ୍ଠନର ନିଆଁ ମାଧ୍ୟମରେ ଉଭୟ ଉଭୟଙ୍କୁ ଜାଳିଥିଲେ । ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରୁକ୍କମାଙ୍କର ମୃତ୍ୟୁ ହୋଇଛି । ତେବେ ମାଲାମାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବେଲାରି ସ୍ଥିତ ଭୀମସ୍ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.