ETV Bharat / bharat

ଶକ୍ତିଶାଳୀ ହେଲା ନୌସେନା, ସାମିଲ ହେଲା ବାଗିର - ନୌସେନା ସାମିଲ ହେଲା ବାଗିର

ବଢିଲା ନୌସେନାର ବଳ । ଭାରତୀୟ ନୌସେନାରେ ସାମିଲ ହୋଇଛି ବୁଡାଜାହାଜ ବାଗିର (Vagir commissioned to Navy ) । ଅଧିକ ପଢନ୍ତୁ

ins Vagir commissioned into indian navy
ins Vagir
author img

By

Published : Jan 23, 2023, 12:22 PM IST

ନୂଆଦିଲ୍ଲୀ: ଜଳପଥରେ ଆଉ ଚାଲିବନି ଚୀନର ଦାଦାଗିରି । ଚିତ ପଟ୍ଟାଙ୍ଗ ହେବ ଶତ୍ରୁ । ସମୁଦ୍ର ପଥରେ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତୀୟ ନୌସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛି ପ୍ରୋଜେକ୍ଟ-75 ଅଧୀନରେ ନିର୍ମିତ କଳବରୀ ଶ୍ରେଶୀର ପଞ୍ଚମ ବୁଡାଜାହାଜ ବାଗିର । ଗତ ଡିସେମ୍ବର 20 ତାରିଖରେ ଭାରତୀୟ ନୌସେନାକୁ ହସ୍ତାନ୍ତର ହୋଇଥିଲା । ପ୍ରୋଜେକ୍ଟ-75 ଅଧୀନରେ ନିର୍ମିତ ହେବାକୁ ଥିବା 6ଟି ବୁଡାଜାହାଜ ମଧ୍ୟରୁ ଏହା ପଞ୍ଚମ । ନୌସେନା ମୁଖ୍ୟ ଆର ହରିକୁମାରଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଆଇଏନଏସକୁ ସମୁଦ୍ର ସାର୍କ ମଧ୍ୟ କୁହାଯାଉଛି ।

  • Vagir is a lethal platform with a formidable weapon package. Vagir is the 3rd submarine inducted into Navy in a span of 24 months. It is also a shining testimony to expertise of our shipyards to construct complex & complicated platforms: Admiral R Hari Kumar, Chief of Naval Staff pic.twitter.com/I29AOCv9dO

    — ANI (@ANI) January 23, 2023 " class="align-text-top noRightClick twitterSection" data=" ">

ଫ୍ରାନ୍ସର ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇର ମଜଗାଓଁ ଡକ ସିପ ବିଲଡର୍ସ ଲିମିଟେଡରେ ସ୍ବଦେଶୀ ଜ୍ଞାନ କୌଶଳରେ ଏହାର ନିର୍ମାଣ ହୋଇଛି । 2020 ନଭେମ୍ବର 12ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତବର୍ଷ ଫେବୃଆରୀ 1ରୁ ବିଭିନ୍ନ ପର୍ଯ୍ୟାୟରେ ଏହାର ସାମୁଦ୍ରିକ ପରୀକ୍ଷା କରାଯାଇଥିଲା । ଅନ୍ୟ ବୁଡାଜାହାଜଠୁ କମ ସମୟ ମଧ୍ୟରେ ଏହାର ଅସ୍ତ୍ରଶସ୍ତ୍ର ଓ ସେନସର ପରୀକ୍ଷା ସଫଳ ହୋଇଥିଲା । ଭାରତରେ ଏହି ବୁ଼ଡାଜାହାଜ ନିର୍ମାଣ କରାଯିବା ଆତ୍ମନିର୍ଭର ଭାରତର ଏକ ଉଦାହରଣ । 2 ବର୍ଷ ଭିତରେ ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯିବାରେ ଏହା ହେଉଛି ତୃତୀୟ ବୁଡାଜାହାଜ । ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବ ।

ଏହା ବି ପଢନ୍ତୁ...BBC documentary: କଟକଣା ସତ୍ତ୍ବେ ଲିଙ୍କ ସେୟାର କଲେ ଦୁଇ TMC ସାଂସଦ

INS Vagirର ବିଶେଷତ୍ବ: ଏହି ବୁଡାଜାହାଜ ସ୍ବଦେଶୀ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହାର ଉନ୍ନତ ଟ୍ରାକିଂ ସିଷ୍ଟମ ରହିଛି । ଏଥିରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସାମିଲ କରାଯାଇଛି । ସମୁଦ୍ରରେ ଏହା ଘଣ୍ଟାପ୍ରତି 20 କିମି ବେଗରେ ଗତି କରିବ । ପାଣି ଭିତରେ ଏହା ଗତି ଘଣ୍ଟା ପ୍ରତି 37 କିମି ହୋଇଯିବ । ସମୁଦ୍ର ପଥରେ ଶତ୍ରୁକୁ ମାତ ଦେବାକୁ ଭାରତୀୟ ନୌସେନାକୁ ବଳ ମିଳିଛି । ସମୁଦ୍ରରେ ଏହା 350 ମିଟର ଗଭୀରତା ଯାଏ ଯିବା ସହିତ ଲଗାତର 50 ଦିନ ଯାଏ ସମୁଦ୍ର ଭିତରେ ରହିପାରିବ । ଏହା ଶାନ୍ତ ଭାବରେ ତାର ଲକ୍ଷ୍ୟ ଭେଦ କରିଥାଏ । ତେଣୁ ଏହା ସାଇଲେଣ୍ଟ କିଲର ବୋଲି କୁହାଯାଏ ।

ନିକଟରେ ଆଇଏନଏସ ମୋର୍ମୁଗାଓକୁ ନୌସେନାରେ ସାମିଲ କରାଯାଇଥିଲା । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ଡିସେମ୍ବର 18 ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିଥିଲେ । ଏହାପୂର୍ବରୁ ସେପ୍ଟେମ୍ବର 2 ତାରିଖରେ ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବାକୁ ନୌସେନାରେ ଆଇଏନଏସ ବିକ୍ରାନ୍ତକୁ ସାମିଲ କରାଯାଇଥିଲା । କେରଳର କୋଚି ଠାରେ ଥିବା ନୌସେନା ବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.