ETV Bharat / bharat

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ମାଈ ଚିତାର ମୃତ୍ୟୁ

author img

By

Published : May 10, 2023, 9:37 AM IST

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ମାଈ ଚିତାର ମୃତ୍ୟୁ । ତିନି ମାସରେ ମଲେଣି ୩ ଚିତା । ଅଧିକ ପଢନ୍ତୁ

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ମାଈ ଚିତାର ମୃତ୍ୟୁ
କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ମାଈ ଚିତାର ମୃତ୍ୟୁ

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲା ଆଉ ଏକ ଚିତା । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ମାଈ ଚିତାର ମୃତ୍ୟୁ ହୋଇଛି । ପୁରୁଷ ଚିତା ସହ ମେଟିଂ(ଯୌନ ସମ୍ପର୍କ) ବେଳେ ମାଈ ଚିତା ଦକ୍ଷା ଆହତ ହୋଇ ଆଖି ବୁଜିଛି । ଗତ ୪୦ ଦିନ ମଧ୍ୟରେ ଚିତା ମୃତ୍ୟୁର ଏହା ତୃତୀୟ ଘଟଣା । ଦକ୍ଷାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋରେ ତିନୋଟି ଚିତାଙ୍କର ମୃତ୍ୟୁ ହେଲାଣି । ଆବଶ୍ୟକୀୟ ଚିକିତ୍ସା ସତ୍ତ୍ବେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୨ଟା ବେଳେ ଦକ୍ଷାର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ମାଈ ଚିତା ଦକ୍ଷାକୁ ଏନକ୍ଲୋଜର ନଂ 1ରୁ ରିଲିଜ କରାଯାଇଥିଲା । ଦୁଇ ପୁରୁଷ ଚିତା ବାୟୁ ଏବଂ ଅଗ୍ନିକୁ ବୋମା ଏନକ୍ଲୋଜର ୭ରୁ ଛଡା ଯାଇଥିଲା । ଦକ୍ଷା ଦୁଇ ପୁରୁଷ ଚିତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ସମୟରେ ଦୁହେଁ ଅଧିକ ହିଂସ୍ର ହୋଇଯାଇଥିଲେ ଏବଂ ମାଈ ଚିତା ସହ ସଂଘର୍ଷ କରିଥିଲେ । ଏଥିରେ ମାଈ ଚିତା ଆହତ ହୋଇଥିଲା । ମଙ୍ଗଳବାର ସକାଳେ ଦକ୍ଷା ଆହତ ହୋଇଥିବାର ମନିଟରିଂ ଟିମ୍ ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ତା'ର ଚିକିତ୍ସା କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଦକ୍ଷାର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପ୍ରୋଟୋକଲ ଅନୁସାରେ ମୃତ ମାଈ ଚିତାର ବ୍ୟବଚ୍ଛେଦ କରାଯିବ ।

ପ୍ରୋଜେକ୍ଟ ଚିତା ଅଧିନରେ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି । ସେଥିମଧ୍ୟରୁ ଗତ ମାର୍ଚ୍ଚ ଓ ଏପ୍ରିଲରେ ଦୁଇଟି ଚିତାଙ୍କ ମୃତ୍ୟୁ ହୋଇଥିଲା । ଗତମାସରେ ଚିତା ଉଦୟ ଆଖି ବୁଜିଥିଲା । ସେ ଅସୁସ୍ଥ ଥିବାବେଳେ ଡାକ୍ତରୀ ଟିମ୍ ତାକୁ ଚିକିତ୍ସା କରିଥିଲେ । କିନ୍ତୁ ଉଦୟକୁ ବଞ୍ଚାଯାଇ ପାରିନଥିଲା । ମାର୍ଚ୍ଚ ୨୭ରେ ନାମିବ୍ୟାରୁ ଆସିଥିବା ଅନ୍ୟ ଏକ ମାଈ ଚିତା ଶଶାର ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: PM Modi Visit Rajasthan: ଆଜି ରାଜସ୍ଥାନ ଆସୁଛନ୍ତି ମୋଦି, 5500 କୋଟିର ପ୍ରକଳ୍ପ ଦେବେ ଭେଟି

ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ନାମିବ୍ୟାରୁ ୮ ଚିତାବାଘ ଭାରତ ଅଣାଯାଇଥିଲା । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହାପରେ ଗତ ଫେବୃୟାରୀରେ ଆଉ ୧୨ ଚିତା କୁନୋ ଆସିଥିଲେ । ହେଲେ ସେମାନଙ୍କୁ ମଧ୍ୟରୁ ଏବେସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.