ETV Bharat / bharat

ମା’ଙ୍କ ଜନ୍ମଦିନରେ ପିଲାଦିନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ଇଦରେ ମା’ ରାନ୍ଧୁଥିଲେ ସ୍ବତନ୍ତ୍ର ବ୍ୟଞ୍ଜନ

author img

By

Published : Jun 18, 2022, 10:11 PM IST

ମା‘ଙ୍କ ଶହେତମ ଜନ୍ମଦିନରେ ପିଲାଦିନକୁ ମନେ ପକାଇ ଭାବୁକ ହେଲେ ପ୍ରଧାନମନ୍ତ୍ରୀ । ପିଲାଦିନେ ଘରେ ରହୁଥିଲେ ମୁସଲିମ ବନ୍ଧୁ ଆବ୍ବାସ । ଇଦରେ ମା’ ପ୍ରସ୍ତୁତ କରୁଥିଲେ ସ୍ବତନ୍ତ୍ର ବ୍ୟଞ୍ଜନ । ଅଧିକ ପଢନ୍ତୁ

ମା’ଙ୍କ ଜନ୍ମଦିନରେ ପିଲାଦିନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ଇଦରେ ମା’ ରାନ୍ଧୁଥିଲେ ସ୍ବତନ୍ତ୍ର ବ୍ୟଞ୍ଜନ
ମା’ଙ୍କ ଜନ୍ମଦିନରେ ପିଲାଦିନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ଇଦରେ ମା’ ରାନ୍ଧୁଥିଲେ ସ୍ବତନ୍ତ୍ର ବ୍ୟଞ୍ଜନ

ନୂଆଦିଲ୍ଲୀ: ଶହେ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରା ବେନ । ଜନ୍ମଦିନ ଅବସରରେ ମା’ଙ୍କୁ ଭେଟିବା ସହ ଆର୍ଶୀବାଦ ନେଇଛନ୍ତି ମୋଦି । ଏହି ଅବସରରେ ସେ ନିଜ ପିଲାଦିନ ଓ ମା’ଙ୍କ ତ୍ୟାଗ ମନେ ପକାଇ ନିଜ ଓ୍ବେବସାଇଟରେ ଏକ ବ୍ଲଗ ମଧ୍ୟ ଲେଖିଛନ୍ତି । ଏହି ବ୍ଲଗରେ ବେଶ ଭାବପ୍ରବଣ ନଜର ଆସିଛନ୍ତି ମୋଦି ।

ପିଲାଦିନେ ମୋଦିଙ୍କ ସହ ଘରେ ରହୁଥିଲେ ମୁସଲିମ ବନ୍ଧୁ ଆବ୍ବାସ । ଘରେ ଇଦ ମଧ୍ୟ ପାଳନ କରାଯାଉଥିଲା । ଆବ୍ବାସଙ୍କ ପାଇଁ ମା‘ ହୀରାବେନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରୁଥିଲେ । ଆବ୍ବାସ ଥିଲେ ମୋଦିଙ୍କ ପିତାଙ୍କ ବନ୍ଧୁଙ୍କ ପୁଅ । ପାଠ ପଢା ସରିବା ପର୍ଯ୍ୟନ୍ତ ମୋଦିଙ୍କ ଘରେ ଥିଲେ ଆବ୍ବାସ । ମା‘ ହୀରାବେନ ମଧ୍ୟ ଆବ୍ବାସଙ୍କୁ ନିଜ ପିଲାଙ୍କ ପରି ଶ୍ରଦ୍ଧା କରୁଥିଲେ । ମୋଦିଙ୍କ ଘର ଖୁବ ଛୋଟ ଥିଲା, କିନ୍ତୁ ମା’ଙ୍କ ବିଶାଳ ହୃଦୟ କେବେ ଘରର ସେ କ୍ଷୁଦ୍ରତାକୁ ଅନୁଭବ କରିବାକୁ ଦେଇନି ବୋଲି ମୋଦି ଉଲ୍ଲେଖ କରିଛନ୍ତି ।

ପାଖ ଗ୍ରାମରେ ରହୁଥିବା ଆବ୍ବାସଙ୍କ ପିତା ଥିଲେ ମୋଦିଙ୍କ ପିତାଙ୍କ ଘନିଷ୍ଠ ବନ୍ଧୁ । କିନ୍ତୁ ବନ୍ଧୁଙ୍କ ଅକାଳ ବିୟୋଗ ପରେ ଆବ୍ବାସଙ୍କୁ ମୋଦିଙ୍କ ପିତା ତାଙ୍କ ଘରକୁ ନେଇ ଆସିଥିଲେ । ପାଠପଢା ସରିବା ପର୍ଯ୍ୟନ୍ତ ଆବ୍ବାସ ମୋଦିଙ୍କ ଘରେ ଅନ୍ୟ ଭାଇଭଉଣୀଙ୍କ ସହ ବଡ ହୋଇଥିଲେ । ଆବ୍ବାସଙ୍କୁ ମଧ୍ୟ ମା’ ହୀରାବେନ ନିଜ ସନ୍ତାନ ପରି ଶ୍ରଦ୍ଧା କରୁଥିଲେ । ଇଦ ଅବସରରେ ମା’ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବାବେଳେ ପଡୋଶୀ ଘରର ପିଲାମାନେ ମଧ୍ୟ ଖାଦ୍ୟ ଖାଇବା ପାଇଁ ମୋଦିଙ୍କ ଘରକୁ ଆସୁଥିଲେ।

ପିଲାଦିନକୁ ଫେରିଯାଇ ମା’ଙ୍କ ତ୍ୟାଗ ମନେ ପକାଇ ଭାବୁକ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ମା’ ଶବ୍ଧକୋଷର ଭିନ୍ନ ଏକ ଶବ୍ଦ । ଏହି ଶବ୍ଦରେ ପ୍ରେମ, ଧୈର୍ଯ୍ୟ, ବିଶ୍ୱାସ, ଭାବପ୍ରବଣତା ରହିଛି ବୋଲି ମୋଦି ଲେଖିଛନ୍ତି । ମା’ ହୀରାବେନ ଶହେ ବର୍ଷରେ ପାଦ ଦେବା ଅବସରରେ ସେ ଖୁସିବ୍ୟକ୍ତ କରିଛନ୍ତି । ତାଙ୍କ ପିତାଙ୍କର ଦେହାନ୍ତ ହୋଇସାରିଛି । ପିତା ବଞ୍ଚିଥିଲେ ଗତ ସପ୍ତାହରେ ଶହେତମ ଜନ୍ମଦିନ ପାଳନ କରିଥାନ୍ତେ ବୋଲି ମୋଦି ତାଙ୍କ ବ୍ଲଗରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.