ETV Bharat / bharat

ବାୟୁସେନା ଇତିହାସରେ ପ୍ରଥମ: ଏକାଠି ପ୍ରଶିକ୍ଷଣ ବିମାନ ଉଡାଇଲେ ବାପଝିଅ

author img

By

Published : Jul 5, 2022, 9:08 PM IST

Updated : Jul 5, 2022, 9:42 PM IST

ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ । ଏକାଠି ମିଶି ପ୍ରଶିକ୍ଷଣ ବିମାନ ଉଡାଇଲେ ବାପା ଓ ଝିଅ । ଜାଣନ୍ତୁ କିଏ ଏମାନେ ?

ବାୟୁସେନା ଇତିହାସରେ ପ୍ରଥମ: ଏକାଠି ଯୁଦ୍ଧ ବିମାନ ଉଡାଇଲେ ବାପଝିଅ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ପ୍ରଥମ । ଏକାଠି ମିଶି ପ୍ରଶିକ୍ଷଣ ବିମାନ ଉଡାଇଲେ ବାପା ଓ ଝିଅ (Father daughter duo creates history by flying trainer jets together) । ବାୟୁସେନାର ଏୟାର କମାଣ୍ଡର ସଞ୍ଜୟ ଶର୍ମା(Sanjay Sharma) ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ଶର୍ମା(Ananya Sharma) ଏହି ନୂଆ ଇତିହାସ ରଚିଛନ୍ତି । ବାପା ସହ ଝିଅ ମିଶି ପ୍ରଶିକ୍ଷଣ ବିମାନ ଉଡାଇଛନ୍ତି । ବାପଝିଅଙ୍କ ଏହି ଯୋଡି ଆକାଶରେ ଏକ ବିରଳ ରେକର୍ଡ ନିଜ ନାଁରେ କରାଇଛନ୍ତି ।

ଅନନ୍ୟା ବାୟୁସେନାରେ ପାଇଲଟ ଭାବେ କାର୍ଯ୍ୟରତ ନିଜ ବାପାଙ୍କୁ ଛୋଟ ବେଳୁ ଦେଖିଆସୁଥଲେ । ବଡ ହେବା ପରେ ତାଙ୍କ ମନରେ ମଧ୍ୟ ବାୟୁସେନା ପ୍ରତି ଅହେତୁକ ଦୁର୍ବଳତା ଆସିଥିଲା । ତେଣୁ ସେ ଅନ୍ୟ କୌଣସି ବୃତ୍ତି ବିଷୟରେ ଚିନ୍ତା ନ କରି ଏହାକୁ ଆପଣାଇ ନେଇଥିଲେ । ଅନନ୍ୟା ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନରେ ବିଟେକ କରିବା ପରେ IAFର ଫ୍ଲାଇଂ ବ୍ରାଞ୍ଚରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ । ଗତବର୍ଷ ଡିସେମ୍ବରରେ ତାଙ୍କୁ ଯୁଦ୍ଧ ବିମାନ ପାଇଲଟ ଭାବେ ନିଯୁକ୍ତି ମିଳିଥିଲା । ଗତ ୩୦ ତାରିଖରେ ଏହି ବାପଝିଅ ମିଶି ବିଦାର ବାୟୁସେନା ଷ୍ଟେସନରୁ ହକ-୧୩୨(Hawk-132) ବିମାନ ଉଡାଇଛନ୍ତି ।

Last Updated : Jul 5, 2022, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.