ETV Bharat / bharat

କୃଷକ ଆନ୍ଦୋଳନ ଜାରି; ଆଜି ଦିନ 2ଟାରେ ପୁଣି ସରକାର-ଚାଷୀ ଆଲୋଚନା

author img

By

Published : Dec 5, 2020, 10:45 AM IST

କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ଆଜି ଦିନ 2ରେ ପୁଣି ସରକାର-ଚାଷୀ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ ଜାରି
କୃଷକ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ବିପୁଳ ସଂଖ୍ୟାରେ କୃଷକମାନେ ଏଠାରେ ପହଞ୍ଚି ଆନ୍ଦୋଳନରେ ଭାଗ ନେଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚାଷୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । 4 ଥର ଆଲୋଚନା ପରେ ବି କୌଣସି ସୁଫଳ ମିଳିନଥିବାବେଳେ ଆଜି ପଞ୍ଚମ ଥର ଆଲୋଚନା ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ଅପରାହ୍ନ 2ଟାରେ କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ହେବ । ସେପଟେ ବୈଠକ ପୂର୍ବରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଅଛନ୍ତି । କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହେଉଥିବା ସୂଚନା ମିଳିଛି ।

ଅନ୍ୟପଟେ କୃଷିକଙ୍କ ସହିତ ପଞ୍ଚମ ପର୍ଯ୍ୟାୟ ବୈଠକ ପରେ ସକରାତ୍ମକ ଚିତ୍ର ସାମ୍ନାକୁ ଆସିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଶା ରଖିଛନ୍ତି । 3ଟି କୃଷି ସମ୍ବନ୍ଧୀୟ ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥିତି ଏପରି ହୋଇଛି ଯେ, ଆସନ୍ତା 8 ତାରିଖ ଦିନ କୃଷକ ସଙ୍ଗଠନଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

ସୂଚନାଥାଉକି, ଗୁରୁବାର ଶେଷ ଥର ପାଇଁ ସରକାର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତେବେ ଏଥିରେ କୌଣସି ନିଷ୍କର୍ସ ବାହାରିପାରିନଥିଲା । ଏହି ବୈଠକରେ ଚାଷୀମାନେ ତିନି କୃଷି ଆଇନକୁ ନେଇ ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଇବା ସହ ଏହା ଉପରେ ପୁନଃବିଚାର କରିବାକୁ କୃଷକମାନେ ପ୍ରସ୍ତାବ ଦେଇଥିଲେ ।

ଦୀର୍ଘ 7 ଘଣ୍ଟାର ମନ୍ଥନ ପରେ ଚାଷୀଙ୍କୁ ବୁଝାଇବାରେ ବିଫଳ ରହିଥିଲେ ସରକାର । ସେପଟେ ଚାଷୀଙ୍କୁ ବୁଝାଇବାକୁ ବାରମ୍ବାର ପ୍ରୟାସ ଜାରି ରଖିଛନ୍ତି ସରକାର । ଗୁରୁବାର ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ, 2ରୁ 3ଟି ବିନ୍ଦୁ ଉପରେ ଚାଷୀ ଚିନ୍ତିତ ଅଛନ୍ତି । ସରକାର ଖୋଲା ମନରେ ଆଲୋଚନା କରୁଛନ୍ତି ।’ ସେହିପରି ନୂତନ ଅଧିନିୟମରେ APMC ସମାପ୍ତ ହୋଇଯିବ ବୋଲି ଚାଷୀମାନେ ଚିନ୍ତିତ ଅଛନ୍ତି । ଏପିଏମସିକୁ ସଶକ୍ତ କରାଯିବା ଉଚିତ ଏବଂ ଏହାର ବ୍ୟବହାରକୁ ଆହୁରି ବୃଦ୍ଧି କରାଯିବା ଉପରେ ସରକାର ବିଚାର କରିବେ ବୋଲି କହିଥିଲେ କୃଷିମନ୍ତ୍ରୀ ।

ଏହାସହ ଏମଏସପି (ସର୍ବନିମ୍ନ ସହାୟତା ମୂଲ୍ୟ) ଉପରେ ଲୋକଙ୍କ ସନ୍ଦେହ ରହିଛି । ମୁଁ ଦୋହରାଇବାକୁ ଚାହେଁ ଯେ ଏମଏସପି ସିଷ୍ଟମ ଜାରି ରହିବ ଏବଂ ଆମେ କୃଷକମାନଙ୍କୁ ଏହା ବିଷୟରେ ନିଶ୍ଚିତ କରିବୁ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.