ETV Bharat / bharat

Eye on 2024 Polls: କଂଗ୍ରେସର ସଜବାଜ, ଆସୁଛି ଭାରତ ଯୋଡ 2.0 ! - କଂଗ୍ରେସର ପ୍ରସ୍ତୁତି

୨୦୨୪ ସାଧାରଣ ନିର୍ବାଚନ ଲାଗି କଂଗ୍ରେସର ସଜବାଜ । ପ୍ରଥମ ଯାତ୍ରା ସଫଳ ହେବା ପରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଭାରତ ଯୋଡ଼ ଯାତ୍ରା 2.0 । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 28, 2023, 4:23 PM IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଲାଗି ପାଗ ଭିଡିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ସଫଳ ହେବା ପରେ ଏବେ ଭାରତ ଯୋଡ଼ ଯାତ୍ରା ୨.o ପାଇଁ ଦଳ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ବିଜୟ ସମସ୍ତ ରାଜନୈତିକ ଦଳ ପାଇଁ ବେଶ ଗୁରୁତ୍ବ ବହନ କରିବ । ଏଣୁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କଂଗ୍ରେସ ଦ୍ବିତୀୟ ଥର ଲାଗି ଭାରତ ଯୋଡ଼ ଯାତ୍ରା ଆସନ୍ତା ସେପ୍ଟେମ୍ବରରେ ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

କଂଗ୍ରେସର କିଛି ନେତାଙ୍କ ସୂଚନା ଅନୁସାରେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ନେତୃତ୍ବରେ ଗତ ସପ୍ତାହରେ ବସିଥିଲା ଭାରତ ଯୋଡ଼ ଯାତ୍ରା ଜାତୀୟ ସମନ୍ବୟ କମିଟିର ବୈଠକ । ଏହି ବୈଠକରେ ରାହୁଲଙ୍କ ଦ୍ବିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରାର ଆରମ୍ଭ କରିବା ଲାଗି ଆଲୋଚନା ହୋଇଛି । ତେବେ ଦ୍ବିତୀୟ ଭାରତ ଯୋଡ଼ ଯାତ୍ରାରେ ଦଳର କିଛି ଶୀର୍ଷ ନେତୃତ୍ବ ଏହି ଯାତ୍ରାରେ ସାମିଲ ହେବେ । ତେବେ ଭାରତ ଯୋଡ଼ ଯାତ୍ରା 2.oର ତାରିଖ ଓ କେଉଁ ନେତା ସାମିଲ ହେବେ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ହେଲେ ଆସନ୍ତା ସେପ୍ଟେମ୍ବରରେ ଏହି ଯାତ୍ରା ଆରମ୍ଭ ହେବ ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ- Bharat Jodo Yatra: ଶଗଡ଼ରେ ବସି ରାଲି କରିଲେ ରାହୁଲ

ଅନ୍ୟପଟେ ଚଳିତ ମାସ ନଭେମ୍ବର ସୁଦ୍ଧା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ସହ ୨୦୨୪ରେ ସାଧାରଣ ନିର୍ବାଚନ । ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ପଶ୍ଚିମଠୁ ପୂର୍ବକୁ ଥିବା ବେଳେ ଯାତ୍ରାର ସମୟ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିବା ଗୁରୁତ୍ବପୂର୍ଣ୍ଣ ବୋଲି AICCର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଦଳ ଉଭୟ ବିଧାନସଭା ଓ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ ଥିବାରୁ ଏହାର ସମୟ ସୀମା ପ୍ରଥମେ ଧାର୍ଯ୍ୟ କରାଯିବ । ପଶ୍ଚିମଠୁ ପୂର୍ବକୁ ଯାତ୍ରା ପାଇଁ ମୋଟ ୬ ମାସ ସମୟ ଲାଗିବ । ହେଲେ ଏତେ ସମୟ ନଥିବାରୁ କମ ସମୟ ମଧ୍ୟରେ ଯାତ୍ରାକୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା AICC ପକ୍ଷରୁ କୁହାଯାଇଛି ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଦକ୍ଷିଣଠୁ ଉତ୍ତର ପର୍ଯ୍ୟନ୍ତ ଥିଲା । ଆଉ ସେହି ସମୟରେ ମାତ୍ର ୨ଟି ରାଜ୍ୟ ଗୁଜୁରାଟ ଓ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଥିଲା । ଏହାସହ ଏହି ରାଜ୍ୟ ଯାତ୍ରାର ରାସ୍ତାରେ ମଧ୍ୟ ନଥିଲା । ଏଣୁ ପ୍ରଥମ ଭାରତ ଯୋଡ଼ ଯାତ୍ରାରେ କୌଣସି ଅସୁବିଧା ହୋଇନଥିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏଣୁ ଦ୍ବିତୀୟ ପର୍ଯ୍ୟାୟ ଭାରତ ଯାତ୍ରା ସମୟରେ ବିଭିନ୍ନ ରାଜ୍ୟର କେବଳ ସଂସଦୀୟ କ୍ଷେତ୍ରକୁ କଭର୍‌ କରାଯିବ ବୋଲି କହିଛି କଂଗ୍ରେସ ।

ସୂଚନା ଥାଉ କି ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରା ୨୦୨୨ ସେପ୍ଟେମ୍ବର ୭ ତାରିଖରେ ତାମିଲନାଡୁ କନ୍ୟାକୁମାରୀରୁ ବାହାରିଥିଲା । ଏହାର ନେତୃତ୍ବ ନେଇଥିଲେ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ୨୦୨୩ ଜାନୁଆରୀ ୩୦ ତାରିଖରେ ଜମ୍ମୁକାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଥିଲା । ଭାରତ ଯୋଡ଼ ଯାତ୍ରା ୨.o ଗୁଜୁରାଟର ପୋରବନ୍ଦରଠାରୁ ଆରମ୍ଭ ହୋଇ ତ୍ରିପୁରା ଓ ପଶ୍ଚିମରୁ ପୂର୍ବ ଅଞ୍ଚଳ ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.