ETV Bharat / bharat

ଗଲ୍ଫ ଦେଶର ଭାରତୀୟ ଦୂତଙ୍କ ସହ ବୈଠକ କଲେ ଏସ.ଜୟଶଙ୍କର - ଭାରତୀୟ ଦୂତ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ଦୂତମାନଙ୍କ ସହିତ ଏକ ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କ
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କ
author img

By

Published : Jun 11, 2021, 10:36 AM IST

କୁଏତ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ଦୂତମାନଙ୍କ ସହିତ ଏକ ବୈଠକ କରିଛନ୍ତି । କୋଭିଡ ଦ୍ବାରା ପରିବାରଠାରୁ ଦୂରରେ ରହିଥିବା ସମସ୍ତଙ୍କୁ ଫେରିବା ପାଇଁ ସୁବିଧା ଯୋଗାଇବା ସହିତ ବିଭିନ୍ନ ଅଞ୍ଚଳକୁ ବିମାନର ପୁନଃ ଉଡାଣ ଆରମ୍ଭ କରିବାରକୁ ଉତ୍ସାହିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।

ଗୁରୁବାର ପ୍ରଥମ ଥର ପାଇଁ ଗଲ୍ଫ ଦେଶ ଗସ୍ତ କରିଛନ୍ତି ଏସ ଜୟଶଙ୍କର । ସେଠାରେ ସେ ରାଷ୍ଟ୍ରଦୂତଙ୍କ ଉପସ୍ଥିତିରେ କୁଏତର ଭାରତୀୟ ଦୂତାବାସରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାପରେ ସାଉଦି ଆରବ, ୟୁଏଇ, ଇରାନ, କୁଏତ, ଓମାନ, କତାର ଏବଂ ବହାରେନର ଭାରତୀୟ ରାଷ୍ଟ୍ରଦୂତମାନଙ୍କର ଏକ ଫଳପ୍ରଦ ବୈଠକ କରିଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

ବୈଠକରେ ବିଶେଷ ଭାବରେ କୋଭିଡ ପାଇଁ ଅଲଗା ହୋଇଥିବା ପରିବାରକୁ ସମସ୍ତ ସୁବିଧା ଯୋଗାଇବା,ଭାରତୀୟ ସମ୍ପ୍ରଦାୟର ସର୍ବୋଚ୍ଚ କଲ୍ୟାଣ ସୁନିଶ୍ଚିତ କରିବା, କୋରୋନ ମହାମାରୀ ପାଇଁ ଗଳ୍ଫ ଦେଶ ଛାଡିଥିବା ଭାରତର ପ୍ରତିଭା ଓ ଦକ୍ଷତାପୂର୍ଣ୍ଣ ବ୍ୟକ୍ତିତ୍ବଙ୍କୁ ଫେରାଇ ଆଣିବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି । କୁଏତରେ ଭାରତୀୟ ଶ୍ରମିକମାନଙ୍କୁ ଅଧିକ ଆଇନଗତ ସୁରକ୍ଷା ଦେବା ଚୁକ୍ତିରେ ରହିଛି । ପ୍ରାୟ 10ଲକ୍ଷରୁ ଅଧିକ ଭାରତୀୟ କୁଏତରେ ବାସ କରନ୍ତି । କୁଏତର ବୃହତ୍ତମ ବାଣିଜ୍ୟ ଭାଗୀଦାରୀ ମଧ୍ୟରେ ଭାରତ ପାଇଁ କୁଏତ ତୈଳ ଯୋଗାଇଥାଏ ।

ମାର୍ଚ୍ଚରେ କୁଏତର ବୈଦେଶିକ ମନ୍ତ୍ରୀ ସେଖ ଅହମ୍ମଦ ଭାରତ ଗସ୍ତରେ ଆସିଥିଲେ । ଯେଉଁଥିରେ ଉଭୟ ପକ୍ଷ ମିଳିତ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । 2021-22 ବର୍ଷ ଭାରତ ଏବଂ କୁଏତ ମଧ୍ୟରେ କୂଟନୈତନି ସମ୍ପର୍କ ଗଠନର 60 ତମ ବାର୍ଷିକୀ ପାଳନ କରିଛି । କୋରୋନାର ଦ୍ବିତୀୟ ଲହରରେ ଭାରତକୁ ବିଭିନ୍ନ ମେଡିକାଲ ଉପକରଣ ପଠାଇ ସହାୟତା ପ୍ରଦାନ କରିଛି କୁଏତ ।

(PTI)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.