ETV Bharat / bharat

ସିଏମଙ୍କ ସ୍ପଷ୍ଟୋକ୍ତି, ‘ଉତ୍ତରାଖଣ୍ଡ ଜଳପ୍ରଳୟର କାରଣ ହିମସ୍ଖଳନ ନୁହେଁ’ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଉତ୍ତରାଖଣ୍ଡର ବିପର୍ଯ୍ୟୟକୁ ନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ । ଜଳ ପ୍ରଳୟର କାରଣ ହିମସ୍ଖଳନ ନୁହେଁ ବୋଲି କହିଲେ ତିଭେନ୍ଦ୍ର ସିଂ ରାୱତ । ଅଧିକ ପଢନ୍ତୁ...

ବିପର୍ଯ୍ୟୟର କାରଣ ଭୂକମ୍ପ
ବିପର୍ଯ୍ୟୟର କାରଣ ଭୂକମ୍ପ
author img

By

Published : Feb 9, 2021, 11:46 AM IST

Updated : Feb 9, 2021, 11:59 AM IST

ଜୋଶିମଠ/ଡେରାଡୁନ: ଉତ୍ତରାଖଣ୍ଡର ବିପର୍ଯ୍ୟୟକୁ ନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ । ଘଟଣା ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା । ଏହା ସହ ଜଳ ପ୍ରଳୟର କାରଣ ହିମସ୍ଖଳନ ନୁହେଁ ବୋଲି ତିଭେନ୍ଦ୍ର ସ୍ପଷ୍ଟ କରିଦେଇଛନ୍ତି ।

ସିଏମଙ୍କ ସ୍ପଷ୍ଟୋକ୍ତି, ‘ଉତ୍ତରାଖଣ୍ଡ ଜଳପ୍ରଳୟର କାରଣ ହିମସ୍ଖଳନ ନୁହେଁ’

ସିଏମ ତ୍ରିଭେନ୍ଦ୍ର ସିଂ କହିଛନ୍ତି, ବିପର୍ଯ୍ୟୟର କାରଣ ଅନୁସନ୍ଧାନ ପାଇଁ ଭାରତ ସରକାର କିଛି ବୈଜ୍ଞାନିକଙ୍କୁ ପଠାଇଛନ୍ତି । ବୈଜ୍ଞାନିକମାନେ ଘଟଣାର ଟିକନିକ ତର୍ଜମା କରୁଛନ୍ତି । ଗ୍ଲାସିୟର ଫାଟିବା ଯୋଗୁଁ ଜଳପ୍ରଳୟ ସୃଷ୍ଟି ହୋଇନଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ସ୍ପଷ୍ଟ କରିଛନ୍ତି । ତାଜା ବରଫ ଓ ଭୂକମ୍ପ ଯୋଗୁଁ ପ୍ରଳୟ ଦେଖାଦେଇଛି । 14 ବର୍ଗ କିଲୋମିଟରର ଏକ ତାଜା ବରଫ ଖଣ୍ଡ ପଡିଥିଲା। ଯାହା ତରଳି ସଂକୀର୍ଣ୍ଣ ରାସ୍ତା ଦେଇ ପାଣି ବୋହି ଆସିଥିଲା ।

ଏପରି ଘଟଣାର ଗତିବିଦ୍ଧି ଓ ଆଗୁଆ ଜାଣି ହେବ ନାହିଁ ସେନେଇ ବୈଜ୍ଞାନିକମାନଙ୍କୁ ଚିହ୍ନଟ କରିବାକୁ ସିଏମ କହିଛନ୍ତି । ସମସ୍ତେ ଭିନ୍ନ ଭିନ୍ନ ଅନୁମାନ ଲଗାଇଛନ୍ତି । ତେବେ ଏହାର ବାସ୍ତବିକ ଠୋସ ପ୍ରମାଣ ଖୋଜିବାକୁ କୁହାଯାଇଛି । ଭବିଷ୍ୟତରେ ପ୍ରାରମ୍ଭିକ ଆଲାର୍ମ ସିଷ୍ଟମ ବିକାଶ କରିବା ଭଳି ସମ୍ଭାବନା ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି ।

ଏଥି ସହିତ, ତପୋବନ ପାୱାର ଜଙ୍କସନ ସମ୍ପର୍କରେ ସିଏମ କହିଛନ୍ତି ଯେ, ଏହି ପାୱାର ଜଙ୍କସନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ବେଳେ ଋଷିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଭବିଷ୍ୟତରେ କ’ଣ ହେବ ତାହା ଦେଖାଯିବ | ଋଷି ଗଙ୍ଗା ପ୍ରକଳ୍ପ ପ୍ରସ୍ତୁତ ହେବାକୁ ଏକ ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା | ତେବେ ବିପର୍ଯ୍ୟୟ ହେତୁ ସମସ୍ତ ପ୍ରକାରର ସମସ୍ୟା ରହିଛି | ଏହି ସମୟରେ, ଲୋକଙ୍କୁ କିପରି ବଞ୍ଚାଇ ପାରିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ। ସେପଟେ, ବିପର୍ଯ୍ୟୟରେ ଆହତଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆଜି ବି ଘଟଣାସ୍ଥଳରୁ ପୀଡିତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସିଏମ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.