ETV Bharat / bharat

ସର୍ବାଧିକ ମୃତ୍ୟୁକାଳୀନ ବୀମା ରାଶି 7 ଲକ୍ଷ ଟଙ୍କାକୁ ବୃଦ୍ଧି କଲା EPFO, ଜାଣନ୍ତୁ ବିସ୍ତୃତ ବିବରଣୀ...

author img

By

Published : May 20, 2021, 11:47 AM IST

କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ ଏହାର ସଦସ୍ୟ କର୍ମଚାରୀମାନଙ୍କର ମୃତ୍ୟୁକାଳୀନ ସର୍ବନିମ୍ନ ଏବଂ ସର୍ବାଧିକ ବୀମା ରାଶିକୁ ବୃଦ୍ଧି କରାଯାଇଛି । କୋଭିଡ୍‌-19 କାରଣରୁ ମୃତ୍ୟୁସଂଖ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କର ଜମାରାଶି ସହିତ ସଂଯୁକ୍ତ ବୀମା (EDLI) ଯୋଜନାରେ ଏହି ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

ସର୍ବାଧିକ ମୃତ୍ୟୁକାଳୀନ ବୀମା ରାଶି 7 ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଇପିଏଫ୍‌ଓ: ବିସ୍ତୃତ ବିବରଣୀ ଜାଣନ୍ତୁ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ ଏହାର ସଦସ୍ୟ କର୍ମଚାରୀମାନଙ୍କର ମୃତ୍ୟୁକାଳୀନ ସର୍ବନିମ୍ନ ଏବଂ ସର୍ବାଧିକ ବୀମା ରାଶିକୁ ବୃଦ୍ଧି କରାଯାଇଛି । କୋଭିଡ୍‌-19 କାରଣରୁ ମୃତ୍ୟୁସଂଖ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନଙ୍କର ଜମାରାଶି ସହିତ ସଂଯୁକ୍ତ ବୀମା (EDLI) ଯୋଜନାରେ ଏହି ପଦକ୍ଷେପ ନିଆଯାଇଛି । ନିକଟରେ ଇପିଏଫ୍‌ଓ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ, ମୃତ୍ୟୁ କ୍ଷେତ୍ରରେ ସର୍ବନିମ୍ନ ବୀମା ରାଶିକୁ 2 ଲକ୍ଷରୁ 2 ଲକ୍ଷ 50 ହଜାର ଟଙ୍କା ଏବଂ ସର୍ବାଧିକ ବୀମା ରାଶିକୁ 6 ଲକ୍ଷରୁ 7 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ବୀମା ରାଶିର ଏହି ନୂତନ ପରିମାଣ 2021 ଏପ୍ରିଲ 28 ତାରିଖରୁ ତିନି ବର୍ଷ ପାଇଁ ଲାଗୁ ହେବ ।

କର୍ମଚାରୀଙ୍କ ଜମାରାଶି ସହିତ ସଂଯୁକ୍ତ ବୀମା (EDLI) ଯୋଜନା କ’ଣ ?

ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କୌଣସି କର୍ମଚାରୀଙ୍କର ମୃତ୍ୟୁ କ୍ଷେତ୍ରରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ 1976 ମସିହାରେ କେନ୍ଦ୍ର ସରକାର ଏହି କର୍ମଚାରୀଙ୍କ ଜମାରାଶି ସହ ସଂଯୁକ୍ତ ବୀମା ଯୋଜନା ଆରମ୍ଭ କରିଥିଲେ ।

ଇପିଏଫ୍‌ଓର ସମସ୍ତ ସକ୍ରିୟ ସଦସ୍ୟଙ୍କ ପାଇଁ ଏହି ଯୋଜନା ଲାଗୁ ହେଉଛି ।

ଏହି ବୀମା ସୁବିଧା ପାଇବା ନିମନ୍ତେ କର୍ମଚାରୀମାନେ କୌଣସି ଅତିରିକ୍ତ ଦେୟ ଦେବାର ଆବଶ୍ୟକତା ନାହିଁ । ହେଲେ, ଯୋଜନାର ବିବରଣୀ ଅନୁସାରେ, ନିଯୁକ୍ତିଦାତା ଏ ବାବଦରେ ନାମକୁ ମାତ୍ର ପରିମାଣର ଦେୟ ଦେବା ଉଚିତ ।

ଉଲ୍ଲେଖନୀୟ ଯେ, ଏହି ଯୋଜନା ବେସରକାରୀ କ୍ଷେତ୍ରର ସମସ୍ତ ସଂଗଠନ ପାଇଁ ବାଧ୍ୟତାମୂଳକ ନୁହେଁ ।

କର୍ମଚାରୀ ଭବିଷ୍ୟନିଧି ଆଇନ- 1952 ଅନୁସାରେ, କେତେକ ସଂଗଠନ ଯଦି ସେମାନଙ୍କ କର୍ମଚାରୀଙ୍କ ପାଇଁ ଅନ୍ୟ କୌଣସି ବୀମା ସଂସ୍ଥା ପକ୍ଷରୁ ‘କର୍ମଚାରୀଙ୍କ ଜମାରାଶି ସଂଯୁକ୍ତ ବୀମା’ (EDLI) ତୁଳନାରେ ଅଧିକ ଆକର୍ଷଣୀୟ ଜୀବନ ବୀମା ପଲିସି ପ୍ରଦାନ କରୁଥାଆନ୍ତି, ତେବେ ସେମାନେ ଏହି ଯୋଜନାରେ ସାମିଲ ହେବାକୁ ବାଧ୍ୟ ନୁହନ୍ତି ।

ସାଧାରଣତଃ, ଯେଉଁ ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ ପାଇଁ ନିର୍ଦ୍ଧାରିତ ସମୟ ଅବଧି ପାଇଁ ଗୋଷ୍ଠୀଗତ ବୀମା ଯୋଜନା ଲାଗୁ କରିଥାଆନ୍ତି, ସେମାନେ EDLI ଯୋଜନାରେ ସାମିଲ ହୁଅନ୍ତି ନାହିଁ ।

ଏକ ଆକଳନ ଅନୁସାରେ, EPFOର 5 କୋଟି ସକ୍ରିୟ ସଦସ୍ୟଙ୍କ ମଧ୍ୟରୁ 20 ଲକ୍ଷରୁ ଅଧିକ EDLI ସଦସ୍ୟ ରହିଛନ୍ତି ।

EDLI ଯୋଜନା କେମିତି କାମ କରେ ?

ଯେଉଁ କର୍ମଚାରୀମାନଙ୍କର ମୂଳ ବେତନ ମାସିକ 15,000 ଟଙ୍କାରୁ କମ୍‌, ସେମାନେ ହିଁ EDLI ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ।

ଏହି ଯୋଜନାର ବ୍ୟବସ୍ଥା ଅନୁସାରେ, ପ୍ରତି କର୍ମଚାରୀ ପିଛା ନିଯୁକ୍ତିଦାତାଙ୍କ ମାସିକ ଦେୟ ସଂପୃକ୍ତ କର୍ମଚାରୀଙ୍କ ମୂଳ ବେତନର 0.5 ପ୍ରତିଶତ କିମ୍ବା ସର୍ବାଧିକ 75 ଟଙ୍କା ହେବା ଆବଶ୍ୟକ ।

EDLI ଯୋଜନାଭୁକ୍ତ କୌଣସି ସଦସ୍ୟଙ୍କର ମୃତ୍ୟୁ ଘଟିଲେ, ସେହି ସଦସ୍ୟଙ୍କ ମାସିକ ବେତନ ଭିତ୍ତିରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ଏବଂ ଏଥିରେ ମୂଳ ଦରମା, ମହଙ୍ଗା ଭତ୍ତା ଏବଂ/କିମ୍ବା ସଦସ୍ୟଙ୍କର ଭବିଷ୍ୟନିଧି ଆକାଉଣ୍ଟର ହାରାହାରି ଜମାରାଶିକୁ ସାମିଲ କରାଯାଏ ।

ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, ଏହି ଯୋଜନାର ସଦସ୍ୟ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ 2 ଲକ୍ଷ 50 ହଜାରରୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ ।

ଯଦି ମୃତ କର୍ମଚାରୀ କୌଣସି ବ୍ୟକ୍ତିଙ୍କୁ ମନୋନୀତ କରିନଥାଆନ୍ତି, ତେବେ ତାଙ୍କର ଆଇନସମ୍ମତ ଉତ୍ତରାଧିକାରୀ ଏହି ରାଶି ପାଇବାକୁ ଦାବି କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଣେ କର୍ମଚାରୀ ତାଙ୍କର ମୃତ୍ୟୁ ଘଟିଥିବା ମାସର ପୂର୍ବବର୍ତ୍ତୀ 12 ମାସ ନିରନ୍ତର ଭାବେ ଚାକିରିରେ ରହିଥିଲେ ହିଁ ଏହି ଯୋଜନାର ସୁବିଧା ଲାଗୁ କରାଯିବ । ଏହି 12 ମାସ ସମୟ ଭିତରେ ସେ ଚାକିରି କରୁଥିବା ସଂସ୍ଥା ପରିବର୍ତ୍ତନ କରିଥିଲେ ମଧ୍ୟ ଏହି ସୁବିଧା ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.