ETV Bharat / bharat

କାଶ୍ମୀରବାସୀଙ୍କ ହିତ ଚାହୁଁଥିଲେ ଆତଙ୍କବାଦର ଶେଷ ପାକିସ୍ତାନ ପାଇଁ ଏକମାତ୍ର ବିକଳ୍ପ: ଭାରତ - ଜାତିସଂଘ ଖବର

କାଶ୍ମୀରୀ ଲୋକଙ୍କୁ ସାହାଯ୍ୟ କରିବାକୁ ହେଲେ ପାକିସ୍ତାନକୁ ଆତଙ୍କବାଦୀ ଶେଷ କରିବାକୁ ପଡିବ । ଏହା କହିଛନ୍ତି ଭାରତର ଜାତିସଂଘ ମିଶନ ମନ୍ତ୍ରୀ ନୀତୀଶ ବିର୍ଡି । ଅଧିକ ପଢନ୍ତୁ

କାଶ୍ମୀରବାସୀଙ୍କୁ ସାହାଯ୍ୟ କରିବାକୁ ଆତଙ୍କବାଦୀ ଶେଷ ପାକିସ୍ତାନ ପାଇଁ ଏକମାତ୍ର ବାଟ

author img

By

Published : Jun 24, 2022, 11:18 AM IST

ନୂଆଦିଲ୍ଲୀ: କାଶ୍ମୀରବାସୀଙ୍କୁ ଭଲ ଚାହୁଁଥିଲେ ଆତଙ୍କବାଦର ଶେଷ ପାକିସ୍ତାନ ପାଇଁ ଏକମାତ୍ର ରାସ୍ତା ହେବା ଉଚିତ୍‌ । କାଶ୍ମୀର ଲୋକଙ୍କୁ ସାହାଯ୍ୟ କରିବାକୁ ହେଲେ ପାକିସ୍ତାନକୁ ଆତଙ୍କବାଦୀ ଶେଷ କରିବାକୁ ପଡିବ । ରାଷ୍ଟ୍ରାୟତ୍ତ ଆତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ଏକମାତ୍ର ଅବଦାନ ରହିଛି ବୋଲି ଭାରତର ଜାତିସଂଘ ମିଶନ ମନ୍ତ୍ରୀ ନୀତୀଶ ବିର୍ଡି କହିଛନ୍ତି । ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ କାଶ୍ମୀର ମାନବିକ ସହାୟତା ଆବଶ୍ୟକ କରୁଥିବା ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ନୀତୀଶ ବିର୍ଡି ।

ସେ ଆହୁରି ମଧ୍ୟ କହିଛନ୍ତି, ''ଯେ ପାକିସ୍ତାନ ପ୍ରତିନିଧୀ ଜାତିସଂଘର ପ୍ଲାଟଫର୍ମକୁ କ୍ରମାଗତ ଅପବ୍ୟବହାର କରି ଆସୁଛନ୍ତି । ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର ପ୍ରସାର କରିଛନ୍ତି । ମାନବିକ ବ୍ୟାପାର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ଅଧିବେଶନରେ ପାକିସ୍ତାନ ପ୍ରତିନିଧୀ ମୁନିର ଆକ୍ରାମ କହିଛନ୍ତି ଯେ, "କାଶ୍ମୀର ଲୋକମାନେ ମାନବିକତାର ସାହାଯ୍ୟ ଆବଶ୍ୟକ କରୁଛନ୍ତି ଏବଂ ଜାତିସଂଘ ସେମାନଙ୍କ ନିକଟରେ କୌଣସି ସୁବିଧା ପହଞ୍ଚାଇନାହିଁ ।

ଏହାର ଉତ୍ତରରେ ବିର୍ଡି କହିଛନ୍ତି, "କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ ଏବଂ ଏହା ସର୍ବଦା ରହିବ । ଏହା ପାକିସ୍ତାନର ବେଆଇନ ଦଖଲରେ ଥିବା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରେ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.