ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର ହାଟିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିିଛି । ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସେନା ଓ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ ।
ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କୀଙ୍କୁ ଠାବ କରିବା ପାଇ ସେନା ଚେଷ୍ଟା କରୁଥିବାବେଳେ ଆତଙ୍କବାଦୀମାନେ ସେନା ଉପରକୁ ଅକର୍କିତ ଗୁଳି ଚଳାଇଥିଲେ। ଏହାର ପ୍ରତି ଉତ୍ତରରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ । ସେହିପରି ଜିଲ୍ଲାର ବାଜଭାରର ସିମଥାନ ଅଞ୍ଚଳରେ ଆଉ ଏକ ଏନକାଉଣ୍ଟର ଜାରି ରହିଛି । ଉଭୟ ସ୍ଥାନରେ ଗୁଳି ବନିମୟ ଜାରି ରହିଥିବାବେଳେ କ୍ଷୟକ୍ଷତି ବାବଦରେ ସୂଚନା ମିଳିପାରିନାହିଁ । ଗୁଇନ୍ଦା ସୂଚନା ଅନୁସାରେ 2 ରୁ 3 ଜଣ ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ରହିଛନ୍ତି। ତେବେ ଏନକାଉଣ୍ଟର ଜାରି ରହିଥିବା ବେଳେ ଆତଙ୍କୀଙ୍କୁ ନିପାତ କରିବାକୁ ଚେଷ୍ଟା ଜାରି ରଖିଛି ସୁରକ୍ଷା ବଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ