ETV Bharat / bharat

Shopian Encounter: ସୋପିଆନ ଲାରିରେ ଏନକାଉଣ୍ଟର ଜାରି - ସୋପିଆନ ଲାରିରେ ଏନକାଉଣ୍ଟର

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଲାରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Shopian Encounter :ସୋପିଆନ ଲାରିରେ ଏନକାଉଣ୍ଟର ଜାରି

author img

By

Published : Apr 7, 2022, 7:08 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଲାରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ସୋପିଆନ ଜିଲ୍ଲାର ଲାରି ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ଖବର ମିଳିଥିଲା । ପରେ ପୁରା ଅଞ୍ଚଳକୁ ଘେରାବନ୍ଧୀ କରି ନେଇଥିଲେ ସୁରକ୍ଷାବାହିନୀ । ପରେ ଆତଙ୍କୀମାନେ ସୁରକ୍ଷାବାହିନୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଯାହାର ପ୍ରତି ଜବାବ ଦେଇଥିଲା ସେନା ।

ସେପଟେ, ଏହାରି ମଧ୍ୟରେ ବି ସେହିଦିନ ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଦୁଇଟି ପୃଥକ ସ୍ଥାନରେ ଏନକାଉଣ୍ଟର କରିଥିଲା । ଯେଉଁଥିରେ ଆତଙ୍କୀ ସଂଗଠନର ଦୁଇ ସକ୍ରିୟ ଆତଙ୍କବାଦୀ ନିହତ ହୋଇଥିଲେ । ସେନା ଓ ଜମ୍ମୁ କାଶ୍ମୀର ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ମିଳିତ ଅପରେସନରେ ପୁଲୱାମାର ଅବନ୍ତିପୁରା ଅଞ୍ଚଳରେ ଏକାଧିକ ସ୍ଥାନରେ ମୋବାଇଲ ଯାନ ଚେକ୍‌ ପୋଷ୍ଟ(mobile vehicle check post) କରାଯାଇଛି । ଏହି ଅଞ୍ଚଳ ଗୁଡିକରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଖବର ପାଇଁ ପୋଲିସ ଓ ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.