ETV Bharat / bharat

Coal Smuggling Case, ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡିର ସମନ - ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା Coal Smuggling Caseରେ ସମ୍ପୃକ୍ତି ଅଭିଯୋଗରେ ଅଭିଶେକ ବାନାର୍ଜୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ।

Coal Smuggling Case, ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଇଡିର ସମନ

author img

By

Published : Aug 30, 2022, 12:38 PM IST

କୋଲକାତା: ଟିଏମସି ନେତା ଅଭିଶେକ ବାନାର୍ଜୀଙ୍କୁ(ED summons TMC leader Abhishek Banerjee) ଇଡିର ସମନ । ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା(Coal Smuggling Case)ରେ ସମ୍ପୃକ୍ତି ଅଭିଯୋଗରେ ଅଭିଶେକଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଆସନ୍ତା ସେପ୍ଟେମ୍ବର ୨ ଶୁକ୍ରବାର ଦିନ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଛି । ଅଭିଶେକ ବାନାର୍ଜୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ।

ଏହି ଘଟଣାରେ ଅଭିଶେକ ବାନାର୍ଜୀଙ୍କ ପତ୍ନୀ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି । ଏହା ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ବାନାର୍ଜୀ ଦମ୍ପତିଙ୍କୁ ଏକାଧିକ ଥର ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ୨୦୨୧ରେ ମଧ୍ୟ ଉଭୟଙ୍କୁ ସିବିଆଇ ଜେରା କରିଥିଲା । ଏହା ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ଏହି ମାମଲାରେ ୮ଜଣ ସର୍ବ ଭାରତୀୟ ପୋଲିସ (IPS) ଅଧିକାରୀଙ୍କୁ ସମନ ଜାରି କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ-ପଶ୍ଚିମବଙ୍ଗ କୋଇଲା ଦୁର୍ନୀତିରେ 8 IPS ଅଧିକାରୀଙ୍କୁ ED ସମନ, ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବେ ହାଜର

ଏହି ଅଧିକାରୀଙ୍କୁ ଇଡି ମୁଖ୍ୟାଳୟ ଦିଲ୍ଲୀରେ ହାଜର ହେବା ପାଇଁ ସମନରେ ଦର୍ଶାଯାଇଥିଲା । ସମସ୍ତ ପୋଲିସ ଅଧିକାରୀମାନେ ଖଣି ବହୁଳ ଜିଲ୍ଲାଗୁଡିକରେ କାର୍ଯ୍ୟରତ ଥିବାବେଳେ କୋଇଲା ଉତ୍ତୋଳନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଥିଲା । ସେମାନେ ଦାୟିତ୍ବରେ ଥିବା ସତ୍ତ୍ବେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏପରିକି କିଛି ପୋଲିସ ଅଧିକାରୀ ସିଧାସଳଖ ମଧ୍ୟ ଏହି ଦୁର୍ନୀତିରେ ସାମିଲ ଥିବା ଜଣାପଡିଥିଲା ।

ସୋମବାର ଟିଏମସିର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିବା ପରେ ଆଜି ତାଙ୍କ ପୁତୁରାଙ୍କୁ ସମନ ଜାରି କରିଛି ଇଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.