ETV Bharat / bharat

SSC scam: ଆଉ ଜଣେ TMC ବିଧାୟକଙ୍କୁ ଇଡି ସମନ - ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନିତୀ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ଆଉ ଜଣେ ତୃଣମୂଳ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ । ଗିରଫ ହୋଇ ସାରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଓ ସହଯୋଗୀ । ଅଧିକ ପଢନ୍ତୁ

SSC scam: ଆଉ ଜଣେ TMC ବିଧାୟକଙ୍କୁ ଇଡି ସମନ
SSC scam: ଆଉ ଜଣେ TMC ବିଧାୟକଙ୍କୁ ଇଡି ସମନSSC scam: ଆଉ ଜଣେ TMC ବିଧାୟକଙ୍କୁ ଇଡି ସମନ
author img

By

Published : Jul 26, 2022, 8:49 PM IST

କୋଲକାତା: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି ରଖିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନିତୀରେ ମମତାଙ୍କ ଆଉ ଜଣେ ବିଧାୟକଙ୍କୁ ସମନ ଜାରି କରାଯାଇଛି । ତୃଣମୂଳ କଂଗ୍ରେସ ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କୁ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବରୁ ଏହି ମାମଲାରେ ମମତା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ସାରିଛି ତଦନ୍ତକାରୀ ସଂସ୍ଥା ।

  • ED has summoned Trinamool Congress MLA Manik Bhattacharya for the SSC teachers recruitment scam.

    — ANI (@ANI) July 26, 2022 " class="align-text-top noRightClick twitterSection" data=" ">

କେବଳ ପ୍ରାର୍ଥ ନୁହନ୍ତି, ତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ମଧ୍ୟ ଇଡି ଦ୍ବାରା ଗିରଫ ହୋଇଛନ୍ତି । ଅର୍ପିତାଙ୍କ ଘରୁ 20 କୋଟି ନଗଦ ଟଙ୍କା ଜବତ କରାଯାଇଥିଲା । ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଉ ଜଣେ ବିଧାୟକ ମଧ୍ୟ ତଦନ୍ତ ପରିସରକୁ ଆସିଛନ୍ତି । ସମନ ପାଇଥିବା ନଦିଆ ବିଧାୟକ ଭଟ୍ଟାଚାର୍ଯ୍ୟ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ତେବେ ସେ ମଧ୍ୟ ଏହି ଦୁର୍ନିତୀରେ ସାମିଲ ଥିବା ନେଇ ଅନୁମାନ କରାଯାଉଛି ।

ଏପରି କାର୍ଯ୍ୟାନୁଷ୍ଠାନ ପରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ନିତୀ ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇ ବୟାନ ଦେଇଛନ୍ତି । ସେ ଦୁର୍ନିତୀକୁ ବରଦାସ୍ତ କରନ୍ତି ନାହିଁ, ଯେ କେହିବି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ ପାଇବା ଉଚିତ ବୋଲି କହିଥିଲେ ମମତା । ଗୋଟିଏ ପରେ ଗୋଟିଏ ଗିରଫଦାରୀ ମମତାଙ୍କ ଭାବମୂର୍ତ୍ତି ଓ ତାଙ୍କ ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.