ETV Bharat / bharat

ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କ ଘରେ ଇଡି ରେଡ୍ - ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କ ଘରେ ଇଡି ରେଡ୍

ଲର୍ଣ୍ଣିଂ ଆପ୍ ବାଇଜୁସ୍ ସିଇଓ ରବିନ୍ଦ୍ରନ ବାଇଜୁଙ୍କ ଘରେ ଓ ଅଫିସରେ ଇଡିର ଚଢାଉ । ଅଧିକ ପଢନ୍ତୁ

ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କ ଘରେ ଇଡି ରେଡ୍
ବାଇଜୁସ୍ ସିଇଓ ରବିନ୍ଦ୍ରନଙ୍କ ଘରେ ଇଡି ରେଡ୍
author img

By

Published : Apr 30, 2023, 10:15 AM IST

ବେଙ୍ଗାଲୁରୁ: ଇଡି ସ୍କାନରରେ ବାଇଜୁସ୍ ସିଇଓ । ଲର୍ଣ୍ଣିଂ ଆପ୍ ବାଇଜୁସ୍ ସିଇଓ ରବିନ୍ଦ୍ରନ ବାଇଜୁଙ୍କ ଘରେ ଓ ଅଫିସରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ବିଦେଶୀ ପାଣ୍ଠି ହେରଫେର ଅଭିଯୋଗରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ(FEMA) ଅନୁସାରେ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଦୁଇଟି ଅଫିସ ଓ ବାସଭବନରେ ଚଢାଉ ହୋଇଛି । ଏହି ସମୟରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଏବଂ ଡିଜିଟାଲ ଡାଟା ଜବତ କରାଯାଇଥିବା ଯାଞ୍ଚ ଏଜେନ୍ସି ସୂଚନା ଦେଇଛି ।

ଇଡି କହିଛି ଯେ, ବିଦେଶୀ ପାଣ୍ଠି ହେରଫେର ନେଇ ବିଭିନ୍ନ ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଚଢାଉ କରାଯାଇଛି । ଏହି ଘଟଣା ସଂକ୍ରାନ୍ତରେ ପଚରାଉଚରା ପାଇଁ ଇଡି ସିଇଓ ରବିନ୍ଦ୍ରନ ବାଇଜୁଙ୍କୁ ସମନ ପଠାଇଥିଲା । ମାତ୍ର ବାଇଜୁ ହାଜର ହୋଇନଥିଲେ । ଯାଞ୍ଚରୁ ଜଣାପଡିଛି ରବିନ୍ଦ୍ରନ ବାଇଜୁଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡକୁ ୨୦୧୧ରୁ ୨୦୨୩ ମଧ୍ୟରେ ୨୮ ହଜାର କୋଟିର ପ୍ରତ୍ୟକ୍ଷ ବିଦେଶୀ ନିବେଶ(FDI) ମିଳିଛି ।

ଏହାମଧ୍ୟ ପଢନ୍ତୁ: Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ଏହି ଅବଧି ମଧ୍ୟରେ କମ୍ପାନୀ ଏଫଡିଆଇ ନାଁରେ ବିଦେଶୀକୁ ୯,୭୫୪ କୋଟି ଟଙ୍କା ପଠାଇଛି । ତେଣୁ ଅଭିଯୋଗ ପରେ ବିଦେଶୀ ପାଣ୍ଠି ଯୋଗାଣ ସହ ଜଡିତ FEMA ଆଇନ ଅନୁସାରେ ଇଡି ରବିନ୍ଦ୍ରନ ବାଇଜୁଙ୍କ କମ୍ପାନୀ ସମେତ ତିନୋଟି ଠିକଣାରେ ଛାପା ମାରିଛି । ଚଢାଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ ଡାଟା ଇଡି ହାତରେ ଲାଗିଥିବା ସୂଚନା ମିଳିଛି । ଏଫଡିଆଇ ଭାବେ ବିଦେଶର ବିଭିନ୍ନ ସ୍ଥାନକୁ ପଠାଇଥିବା ଅର୍ଥ ସହିତ ମାର୍କେଟିଂ ବ୍ୟୟ ନାଁରେ ଏହି କମ୍ପାନୀ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି । ହେଲେ କମ୍ପାନୀ ୨୦୨୦-୨୧ ବର୍ଷ ପରଠୁ ନିଜର ଆର୍ଥିକ ବିବରଣୀ ପ୍ରସ୍ତୁତ କରିନାହିଁ କି ଆକାଉଣ୍ଟ ଅଡିଟ ମଧ୍ୟ କରିନି ।

ଏହାମଧ୍ୟ ପଢନ୍ତୁ: Mann Ki Baat: ଆଜି 100ତମ ମନ୍ କି ବାତରେ ସ୍ବତନ୍ତ୍ର ପ୍ରସ୍ତୁତି, ବିଶ୍ବ ଶୁଣିବ ମୋଦିଙ୍କ ମନ କଥା

କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟର ସତ୍ୟସତ୍ୟ ସମ୍ପର୍କରେ ବ୍ୟାଙ୍କରୁ ଯାଞ୍ଚ କରାଯାଉଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି । ବାଇଜୁସ୍ ନାଁରେ ବିଦେଶୀ ଟଙ୍କା ହେରଫେର ନେଇ ନାନା ଅଭିଯୋଗ ଆସିବା ପରେ ଇଡି ଟିମ୍ ସିଇଓ ରବିନ୍ଦ୍ରଙ୍କ ଘର ଓ ଅଫିସରେ ଛାନଭିନ କରିଥିବା ଅଧିକାରୀ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.