ETV Bharat / bharat

Money Laundering Case: ନୱାବ ମଲ୍ଲିକଙ୍କ ବିରୁଦ୍ଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

author img

By

Published : Apr 22, 2022, 8:52 AM IST

ନୱାବ ମଲ୍ଲିକଙ୍କ ବିରୁଦ୍ଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଜାମିନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Money laundering case: ନୱାବ ମଲ୍ଲିକଙ୍କ ବିରୁଦ୍ଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ପାଇଁ ବଢୁଛି ଅଡୁଆ । ନୱାବ ମଲ୍ଲିକଙ୍କ ବିରୁଦ୍ଧରେ ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED files 5,000 page charge sheet) । ବେଆଇନ ଅର୍ଥ କାରବାର ମାମଲାରେ ଗୁରୁବାର ସ୍ବତନ୍ତ୍ର PMLA କୋର୍ଟରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଛି । ଏଥିରେ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଚାର୍ଜସିଟରେ ଇଡି କହିଛି ଯେ, ମଲ୍ଲିକଙ୍କ ପୁଅ ଏବଂ ତାଙ୍କ ଭାଇ କପତାନ ମଲ୍ଲିକଙ୍କୁ ଏଜେନ୍ସି ବହୁବାର ସମନ ପଠାଇଛି । ହେଲେ ସେମାନେ ତଦନ୍ତରେ ସହଯୋଗ ନ କରିବା ସଙ୍ଗେ ସଙ୍ଗେ ସମନକୁ ମଧ୍ୟ ଅଣଦେଖା କରୁଛନ୍ତି ।

ଗତ ସପ୍ତାହରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୱାବ ମଲ୍ଲିକଙ୍କ ଅନେକ ସମ୍ପତ୍ତି ଜବତ କରିଥିଲା । ସେଥିମଧ୍ୟରେ, କୁର୍ଲା ୱେଷ୍ଟର ଗୋଆୱାଲା କମ୍ପାଉଣ୍ଡ, କମର୍ସିଆଲ ୟୁନିଟ ଆଦି ସମ୍ପତ୍ତି ରହିଛି । ସେହିପରି ଆଜି(ଶୁକ୍ରବାର) ଦାଉଦ ଇବ୍ରାହିମ୍ ଲିଙ୍କ ଓ ବେଆଇନ ଅର୍ଥ କାରବାର ମାମଲାରେ ବମ୍ବେ ହାଇକୋର୍ଟରେ ଖାରଜ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ଡିୟାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ । ଗତ ଫେୃୟାରୀ ୨୩ ତାରିଖରେ ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.