ETV Bharat / bharat

ED RAID: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁୁତୁରା ଘରେ ଚଢାଉ - ଇଡି ଜାଲରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା

ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାରି ଭିତରେ ଇଡି ଜାଲରେ ପଡିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା (ED raid on Punjab CM Channi nephew residence) । ଅଧିକ ପଢନ୍ତୁ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁୁତୁରା ଘରେ EDର ରେଡ

author img

By

Published : Jan 18, 2022, 12:38 PM IST

Updated : Jan 18, 2022, 4:16 PM IST

ଚଣ୍ଡିଗଡ: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାରି ଭିତରେ ଇଡି ଜାଲରେ ପଡିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା । ବେଆଇନ ବାଲି ଚୋରା ଚାଲାଣ ନେଇ ୧୨ଟି ସ୍ଥାନରେ ରେଡ ମାରଛି ଇଡି (ED raid on Punjab CM Channi nephew residence) ।

କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କ ବାସଭବନରେ ମଧ୍ୟ ରେଡ ମାରିଛି । ମୋହାଲିରେ ଥିବା ବାସଭବନରେ ବର୍ତ୍ତମାନ ରେଡ ଜାରି ରହିଛି । ଭୂପିନ୍ଦରଙ୍କ ନାମରେ ମନି ଲଣ୍ଡ୍ରିଂ ମାମଲା ଥିବା ପ୍ରମାଣ ମଧ୍ୟ ରହିଛି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଏପରି ଘଟଣା ସେ ପୁଣି ପଞ୍ଜାବ ମୁ୍ଖ୍ୟମନ୍ତ୍ରୀ ଚିରଞ୍ଜିତ ଚନ୍ନୀଙ୍କ ପୁୁତୁରାଙ୍କ ଘରେ ଇଡିର ରେଡ ଚର୍ଚ୍ଚାର ବିଷୟ ପାଲଟିିିଛି ।

ପ୍ରକାଶ ଥାଉ କି, ଫେବୃଆରୀ ୨୦ରେ ହେବ ପଞ୍ଜାବ ନିର୍ବାଚନ । ଏନେଇ ସୋମବାର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ପୂର୍ବରୁ ଫେବୃଆରୀ ୧୪ରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ କମିସନ । ତେବେ ବର୍ତ୍ତମାନ ପଞ୍ଜାବର ୧୧୭ ଆସନ ବିଶିଷ୍ଟ ବିଧାନସଭାରେ ଫେବୃଆରୀ ୧୪ ବଦଳରେ ୨୦ରେ ମତଦାନ ହେବ ।

ଆହୁରି ପଢନ୍ତୁ...Punjab Assembly Poll: ଫେବୃଆରୀ ୨୦କୁ ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ

2017 ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ 77 ଟି ସିଟ୍ ଜିତି ରାଜ୍ୟରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । 117 ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ 20 ଟି ଆସନ ଜିତି ଆମ୍ ଆଦମୀ ପାର୍ଟି ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହେଲା । ଶିରୋମଣି ଅକାଳୀ ଦଳ (SAD) କେବଳ 15 ଟି ସିଟ୍ ଜିତିବାରେ ସଫଳ ହୋଇଥିବାବେଳେ ବିଜେପି 3 ଟି ସିଟ୍ ହାସଲ କରିଛି ।

Last Updated : Jan 18, 2022, 4:16 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.